ଧର୍ମ

ସୋମବାର ଦିନ ” ଶିବଲିଙ୍ଗ ” ଉପରେ ଚୁପଚାପ ଚଢେଇ ଦିଅନ୍ତୁ ଏହି 1 ଜିନିଷ,ଜନ୍ମ ଜନ୍ମର ଦରିଦ୍ରତା ଶେଷ ହୋଇଯିବ..

ଦେବଙ୍କ ଦେବ ମହାଦେବ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି | ଏହା କାରଣ ହେଉଛି ଯେ କେହି ଯଦି ମହାଦେବଙ୍କର କୌଣସି ବି ଭକ୍ତ ସଚ୍ଚା ମନରେ ତାଙ୍କୁ ଏହି ମାସରେ ପୂଜା ଆରାଧନା କରନ୍ତି ତାଙ୍କର ସମସ୍ତଙ୍କ ଇଛା ପୁର୍ଣ ହୋଇଥାଏ ଏହା ସହ ମହାଦେବଙ୍କ ଆଶ୍ରିବାଦରେ ସମସ୍ତ 9 ଟି ଗ୍ରହ ମଧ୍ୟ ସେମାନଙ୍କ ସହ ଚାଲିବା ଆରମ୍ଭ କରିଦିଅନ୍ତି |

ଯେଉ ବି ବ୍ୟକ୍ତିଙ୍କୁ 9ଗ୍ରହ ସାଥ ଦିଅନ୍ତି ସେଭଳି ବ୍ୟକ୍ତିଙ୍କ ଜୀବନରେ କେବେ ବି ଦୁର୍ଭାଗ୍ୟ ଆସେ ହିଁ ନାହିଁ | ଏହି ନବଗ୍ରହ ସେତେବେଳେ ସାଥ ଦିଅନ୍ତି ଯେତେବେଳେ ଜଣେ ଭଗବାନ ଶିବଙ୍କର ପୂଜା ଆରାଧନା କରି କେହି ଶିବଙ୍କ କୃପା ହାସଲ କରନ୍ତି | ତେବେ ମହାଦେବଙ୍କୁ ବେଲପତ୍ର,କ୍ଷୀର,ଦହି,ଘିଅ,ମହୁ, ଚିନି ଗୋଟିଏ ଥର ଏମିତି ଚଢେଇ ଦିଅ, ପୁରା ବର୍ଷ ଜମେଇକି ପଇସା ଆସିଥାଏ |

କୁହାଯାଏ ଯେ ଯେକୌଣସି ବି ଭୁତ ହେଉ ପେତ ହେଉ କିମ୍ଭା ପିଚାଶ କେହି ବି ଦେବା ଦେବି ହୁଅନ୍ତୁ ନା କାହିଁକି ସମସ୍ତେ ମହାଦେବଙ୍କର ଭକ୍ତ ହୋଇଥାନ୍ତି ଏବଂ ସେମାନେ ସମସ୍ତେ ମହାଦେବଙ୍କ ଆଗରେ ସବୁବେଳେ ନତମସ୍ତକ କରିଥାନ୍ତି | ଆମେ ଆଜି ଆପଣଙ୍କୁ କିଛି ଉପାୟ କହିବୁ ଯାହା କେବଳ ଶ୍ରାବଣ ମାସରେ ହିଁ କରାଯାଇ ଥାଏ | ଏବଂ ଯେକୌଣସି ବି ଭକ୍ତ ଶ୍ରାବଣ ମାସରେ ଏହି ବ୍ରତ କରେ କିମ୍ବା ଏହି ଉପାୟ କରେ ସେ ବହୁତ ଭାଗ୍ୟଶାଳୀ ଏବଂ ଧନୀ ହୋଇଯାଏ |

ତେବେ ବନ୍ଧୁଗଣ ଯଦି ଆପଣଙ୍କର ବିବାହ ହେଉନାହିଁ, କିମ୍ବା ବିବାହରେ ବିଳମ୍ବ ହେଉଛି | ଅନେକ ପ୍ରକାରର ଚେଷ୍ଟା ପରେ ମଧ୍ୟ କୌଣସି ଫାଇଦା ହେଉନାହିଁ ତେବେ ଆପଣ ଏହି ଉପାୟ କରିପାରିବେ ଆପଣ କଞ୍ଚା କ୍ଷୀର ଆଣନ୍ତୁ | ତାକୁ ନେଇ ସୋମବାର ଦିନ ଶିବ ମନ୍ଦିରକୁ ଯାନ୍ତୁ ଏବଂ ଏଥିସହିତ କେଶର ମଧ୍ୟ ନିଅନ୍ତୁ | ଏହା ପରେ କ୍ଷୀର ରେ କେଶର ମିଶାଇ ଭଗବାନ ଶିବଙ୍କୁ ଅର୍ପଣ କରନ୍ତୁ | ଭଗବାନ ଙ୍କୁ ସଚ୍ଚା ମନ ଏବଂ ଶ୍ରଦ୍ଧାରେ ପୂଜା କରନ୍ତୁ ଏବଂ ଜପ କରନ୍ତୁ ଓଁ ନମଃ ଶିବାୟ ଏହିପରି କରିବା ଦ୍ୱାରା ଆପଣଙ୍କୁ ମନସ୍କାମନା ପୂର୍ଣ୍ଣ ହେବାକୁ ଲାଗିବ ଶୀଘ୍ର ବିବାହ ହେବ |

ଧନ ଆସୁନାହିଁ କିମ୍ବା କୌଣସି ପ୍ରକାରରେ ଧନର ଅଭାବ ହେଉଛି, ଯେତେ ପଇସା ରୋଜଗାର କରୁଛନ୍ତି ସବୁ ଖର୍ଚ ହୋଇଯାଉଛି ତେବେ ଏହି ଉପାୟ କରନ୍ତୁ ଧନ ଆପେ ଆପେ ବର୍ଷା ହେବ | ତେବେ ସୋମବାର ଦିନ ଏହି ଉପାୟ କରନ୍ତୁ ମାଛକୁ ଖାଇବାକୁ ଅଟା ଦିଅନ୍ତୁ ଏବଂ ଦେବା ସମୟରେ ଜପ କରନ୍ତୁ ଓଁ ନମଃ ଶିବାୟ ଏହିପରି ପ୍ରତ୍ୟେକ ସୋମବାର କରନ୍ତୁ |

ଦେଖିବେ ଧୀରେ ଧୀରେ ସବୁ କ୍ଷେତ୍ର ରୁ ପଇସା ଆସିବାକୁ ଲାଗିବ | ଆପଣ ଆଉ ଏକ ଉପାୟ ମଧ୍ୟ କରିପାରିବେ ଏହି ଶ୍ରାବଣ ମାସ ସୋମବାର ରେ ଶିବଲିଙ୍ଗ ଉପରେ ବେଲ ପତ୍ର,କ୍ଷୀର,ଦହି,ଘିଅ,ମହୁ, ଚିନି ଚଢେଇ ଦିଅନ୍ତୁ ଏବଂ ପୁରା ଭକ୍ତିର ସହ ଓଁ ନମଃ ଶିବାୟ ଜପ କରନ୍ତୁ | ଭକ୍ତି ଏବଂ ବିଶ୍ୱାସ ର ସହ ଏହି ଉପାୟ କରିବା ଦ୍ୱାରା ଆପଣଙ୍କ ପାଖକୁ ପୁରା ବର୍ଷ ଜମେଇକି ପଇସା ଆସିଥାଏ |

ଜୀବନରେ ଖୁସିର ଅଭାବ ହେଉଛି, ପାରିବାରିକ ଶାନ୍ତି ନାହିଁ କୌଣସି ପ୍ରକାରର ଖୁସି କିମ୍ବା ମନକୁ ଶାନ୍ତି ତେବେ ଏହି ଉପାୟ କରନ୍ତୁ ସୋମବାର ଦିନ ଷଣ୍ଢ କୁ ଘାସ ଖାଇବାକୁ ଦିଅନ୍ତୁ ଯଦି ଷଣ୍ଢ ମିଳୁ ନାହାନ୍ତି ତେବେ ଗାଈକୁ ମଧ୍ୟ ଖାଇବାକୁ ଦେଇ ପାରିବେ | କାରଣ ଷଣ୍ଢ ଭଗବାନ ଶିବଙ୍କର ପ୍ରିୟ ହୋଇଥାନ୍ତି ଏହିପରି କରିବା ଦ୍ୱାରା ଜୀବନ ରେ ଖୁସି ଭାରି ହେଇ ଯାଏ |

Related Articles

Leave a Reply

Your email address will not be published. Required fields are marked *

Back to top button