ଓଡିଶା

ଏକମାତ୍ର ଓଡ଼ିଆ ଭାବେ ଛତିଶଗଡ଼ ବିଧାନସଭାକୁ ପୁରନ୍ଦର ମିଶ୍ର ନିର୍ବାଚିତ – Utkal Mail



ଭୁବନେଶ୍ବର: ଛତିଶଗଡ଼ ରାଜ୍ୟର ବୃହତ ଓଡ଼ିଆ ସମାଜର ସଭାପତି ଏବଂ ଭାରତୀୟ ଜନତା ପାର୍ଟି ର ପାର୍ଥୀ ପୁରନ୍ଦର ମିଶ୍ର, ରାୟପୁର ନଗର ଉତ୍ତର ଆସନ ରୁ ବିଜୟ ଲାଭ କରିଛନ୍ତି। ଶ୍ରୀ ମିଶ୍ର ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜାତୀୟ କଂଗ୍ରେସ ର ପାର୍ଥୀ କୂଳଦୀପ ସିଂହ ଜୁନେଜା ଙ୍କୁ ୨୩ହଜାର ୫୪ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି।

ଶ୍ରୀ ମିଶ୍ର ୫୪ ହଜାର ୨୭୯ ଖଣ୍ଡ ଭୋଟ ପାଇଥିବା ବେଳେ ଶ୍ରୀ ଜୁନେଜା ୩୧ ହଜାର ୨୨୫ ଖଣ୍ଡ ଭୋଟ ପାଇଛନ୍ତି। ଛତିଶଗଡ଼ର ନବ ନିର୍ବାଚିତ ବିଧାନସଭାରେ ଶ୍ରୀ ମିଶ୍ର ଏକମାତ୍ର ଓଡ଼ିଆ ବିଧାୟକ ହେବେ। ପୁରନ୍ଦର ମିଶ୍ର ଏବେ ୱାଲର୍ଡ ଓଡ଼ିଆ ସୋସାଇଟିର ଛତିଶଗଡ଼ ଶାଖାର ମୁଖ୍ୟ ପୃଷ୍ଠପୋଷକ ଆସନରେ ଅଧିଷ୍ଠିତ ଅଛନ୍ତି। ରାୟପୁରର ଗାୟତ୍ରୀ ନଗର ଠାରେ ଶ୍ରୀ ମିଶ୍ରଙ୍କ ଦ୍ଵାରା ପ୍ରତିଷ୍ଠିତ ଛତିଶଗଡ଼ ପ୍ରଦେଶର ସବୁଠାରୁ ବଡ଼ ଜଗନ୍ନାଥ ମନ୍ଦିର ତାଙ୍କର ନିର୍ବାଚନ ମଣ୍ଡଳୀ ଅଧୀନରେ ଆସୁଛି।

ଅପରାହ୍ଣରେ ଶ୍ରୀ ମିଶ୍ର ଙ୍କର ଜିତିବା ଖବର ମିଳିବା ପରେ ଛତିଶଗଡ଼ ର କୋଣ ଅନୁକୋଣରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ,ଶ୍ରୀ ଜଗନ୍ନାଥଙ୍କର ଭକ୍ତ ମହଲ ଏବଂ ବିଶ୍ଵଭରି ୱାଲର୍ଡ ଓଡ଼ିଆ ସୋସାଇଟି ର ସଦସ୍ୟ ମାନଙ୍କ ମଧ୍ୟରେ ଆନଂଦ ଓ ଉଲ୍ଲାସ ର ଲହରୀ ଖେଳିଯାଇଥିବା ଲକ୍ଷ କରାଯାଇଛି।

ସନ୍ଧ୍ୟାରେ ଶ୍ରୀ ମିଶ୍ରଙ୍କୁ ଗାୟତ୍ରୀ ନଗର ସ୍ଥିତ ଜଗନ୍ନାଥ ମନ୍ଦିରଠାରେ ସହସ୍ରାଧିକ ଓଡ଼ିଆ ଓ ଅଣଓଡ଼ିଆ ଜନସାଧାରଣ ଙ୍କର ଉପସ୍ଥିତି ରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇ ଥିବାର ଖବର ମିଳିଛି।




Related Articles

Leave a Reply

Your email address will not be published. Required fields are marked *

Back to top button