ଧର୍ମ

କଳମଛୁଇଁ ସରସ୍ୱତୀ ଶିଶୁମନ୍ଦିରରେ ଶ୍ରୀଗଣେଶ ପୂଜା

ସାଉଥବଲଣ୍ଡା(ତା-୩୧/୦୮/୨୦୨୨)- ଅଗ୍ରପୂଜ୍ୟ ମହାପ୍ରଭୁ ଶ୍ରୀଗଣେଶଙ୍କ ପୂଜା ତାଳଚେର ସମେତ ସମସ୍ତ ପୁରପଲ୍ଲୀରେ ମହାସମାରୋହରେ ପାଳନ କରାଯାଉଛି । ତାଳଚେର ବ୍ଲକ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଗଣେଶ ପୂଜା ଆନନ୍ଦ ଉଲ୍ଲାସର ସହପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ଅନୀଲ କୁମାର ଦେହୁରୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ଉତ୍ସବରେ ସମସ୍ତ ଛାତ୍ରଛାତ୍ରୀ ଧୂପ,ଦୀପ,ପୁଷ୍ପ,ନୈବେଦ୍ୟ ଅର୍ପଣ କରି ବିଦ୍ୟାଦାତାଙ୍କର ଉପାସନା କରିଥିଲେ । ବିଦ୍ୟାଳୟର ସଂପାଦକ ବିଭୂତି ଭୂଷଣ ସ୍ୱାଇଁ କର୍ତା ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ । ଅତିଥି ଭାବରେ କଳମଛୁଇଁ ସରପଂଚ ଅନୀଲ କୁମାର ପ୍ରଧାନ, ପରିଚାଳନା ସମିତିର ସଭାପତି ଶିକ୍ଷାବିତ୍ ଦିବାକର ବାରିକ ଓ ଯୁଗ୍ମ ସମ୍ପାଦକ ତପନ କୁମାର ସାହୁ ଯୋଗ ଦେଇ ଏକ ନୂତନ କମ୍ପ୍ୟୁଟର ଲ୍ୟାବର ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପୂର୍ବଛାତ୍ରମାନଙ୍କର ଏକ ବୈଠକ ପ୍ରଧାନାଚାର୍ଯ୍ୟ ଅନୀଲ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ତିରିଶିରୁ ଉର୍ଦ୍ଧ୍ୱ ପୂର୍ବଛାତ୍ର ଓ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟକ୍ରମରେ ପୂର୍ବତନ ଛାତ୍ରଛାତ୍ରୀମାନେ କିପରି ସହଭାଗିତା କରିପାରିବେ ସେ ସମ୍ବଦ୍ଧରେ ପ୍ରଧାନାଚାର୍ଯ୍ୟ ଶ୍ରୀ ଦେହୁରୀ ମାର୍ଗଦର୍ଶନ କରାଇଥିଲେ | କାର୍ଯ୍ୟକ୍ରମ ପରିଚାଳନାରେ ତ୍ରିଲୋଚନ ବେହେରା,ବିଷ୍ଣୁଚରଣ ମହାପାତ୍ର,ଅଜୟ ସାହୁ,ମଳୟ ଦାସ,ଦମୟନ୍ତୀ ନନ୍ଦ,ବୀଣାପାଣି ବାରିକ,ଭଗବତୀ ମହାପାତ୍ର,ସୁକନ୍ୟା ମାଝୀ,ସୁଶ୍ରୀ ତ୍ରିପାଠୀ,ଜ୍ୟୋର୍ତିମୟୀ ସେନାପତି,ଟୁନିତା ସାହୁଙ୍କ ସମେତ ସମସ୍ତ ଗୁରୁଜୀ,ଗୁରୁମା ସହଯୋଗ କରିଥିଲେ । ସେହିପରି ହିଙ୍ଗୁଳା ନୋଡାଲ ହାଇସ୍କୁଲ ପରିସରରେ ମହାପ୍ରଭୁ ଗଣେଶଙ୍କର ମୃଣ୍ମୟୀ ପ୍ରତିମାକୁ ଏକ ସୁସଜ୍ଜିତ ମଣ୍ଡପରେ ରଖି ଛାତ୍ରଛାତ୍ରୀମାନେ ପୂଜାର୍ଚ୍ଚନା କରିଥିଲେ ।ଶ୍ରୀଗଣେଶଙ୍କ ମୃଣ୍ମୟୀ ପ୍ରତିମାକୁ ବିଧିପୂର୍ବକ ଜୀବନ୍ୟାସ ଦେବା ପରେ ଛାତ୍ରଛାତ୍ରୀମାନେ ପୂଷ୍ପାଞ୍ଜଳୀ ଦେଇଥିଲେ । ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷ କୁମାର ପ୍ରଧାନ,ତ୍ରିଲୋଚନ ପ୍ରଧାନଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ | ସେହିପରି ପଦ୍ମାବତୀପୁର ପଂଚାୟତ ଅନ୍ତର୍ଗତ କନ୍ଧବେରେଣୀ ଆଶ୍ରମ ବିଦ୍ୟାଳୟ, କଳମଛୁଇଁ ବାଳିକା ଉଚ୍ଚ ବିଦ୍ୟାଳୟ, କୁମୁଣ୍ଡା ହାଇସ୍କୁଲ, ଗୋପାଳପ୍ରସାଦ ଉଚ୍ଚ ବିଦ୍ୟାଳୟ ,ବଡ ଯୋରଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,ଆମ୍ବମୁଣ୍ଡା ଶିଶୁ ବିଦ୍ୟାମନ୍ଦିର ପ୍ରଭୃତି ଶିକ୍ଷାନୁଷ୍ଠାନ ସହିତ ଗ୍ରାମାଚଂଳର ବିଭିନ୍ନ କ୍ଲବରେ ମଧ୍ୟ ଗଣେଶ ପୂଜା ମହାସମାରୋହରେ ପାଳିତ ହୋଇଯାଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button