ରାଶିଫଳ

ଆଜିର ରାଶିଫଳ : ୧୦ ସେପ୍ଟେମ୍ବର ୨୦୨୨, ଶନିବାର: ଏହି ରାଶିର ଲୋକଙ୍କୁ ମିଳିପାରେ ପଦନ୍ନତି , ଜାଣନ୍ତୁ ଆପଣଙ୍କ ରାଶିଫଳ

ମେଷ ରାଶି:- ପ୍ରେମ ସମ୍ବନ୍ଧୀୟ ଅଭିଯୋଗ ଦୂର ହେବ। ଆଜି ମନରେ ନୂଆ ଚିନ୍ତାଧାରା ଆସିବ। ଦାମ୍ପତ୍ୟ ଜୀବନରେ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। ମନରେ କୌଣସି ଅସ୍ଥିରତା ରହିବ ନାହିଁ।

ବୃଷ ରାଶି:- ନିଜ ଉପରେ କାର୍ଯ୍ୟଭାରକୁ ପ୍ରାଧାନ୍ୟ ଦେବାକୁ ଦିଅନ୍ତୁ ନାହିଁ। ନିଜର ଆକର୍ଷଣୀୟ ସ୍ଵଭାଵରେ ଏକାକୀ ଭଲ ସମୟ ବିତାଇ ପାରନ୍ତି। କାର୍ଯ୍ୟ ସହିତ ନିଜ ପାଇଁ ବିଶ୍ରାମ ନେବାକୁ ସମୟ ନିଅନ୍ତୁ।

ମିଥୁନ ରାଶି:- ଖର୍ଚ୍ଚର ବୃଦ୍ଧି ହୋଇପାରେ। ଘର ପରିବାରରେ ଚାଲିଥିବା ବିବାଦ ଆପଣଙ୍କ ଚାପର କାରଣ ହୋଇପାରେ। ଆପଣ ନିଜର ଖାଇବା ପିଇବା ପ୍ରତି ଧ୍ୟାନ ଦିଅନ୍ତୁ ନଚେତ ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ।

କର୍କଟ ରାଶି:- ଆଜି କର୍କଟ ରାଶିର ଲୋକଙ୍କର ଦିନ ମଜା ମସ୍ତିରେ ଭରା ରହିବ। ଦାମ୍ପତ୍ୟ ଜୀବନରେ କିଛି ସମସ୍ୟା ଆସିପାରେ। ପିଲାଙ୍କ ପାଖରୁ ସନ୍ତୁଷ୍ଟ ରହିବେ। ଦୀର୍ଘ ଦିନର ବିବାଦର ସମାଧାନ କରିବାରେ ସଫଳ ରହିବେ।

ସିଂହ ରାଶି:- ଏହି ରାଶିର ଲୋକ ବର୍ଦ୍ଧିତ ଖର୍ଚ୍ଚକୁ ଅଣଦେଖା କରନ୍ତୁ ନାହିଁ। ପ୍ରେମ ଜୀବନରେ ସୁଖ ରହିବ। ପିତାମାତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଜୀବନସାଥୀଙ୍କ ଠାରୁ ସରପ୍ରାଇଜ ମିଳିପାରେ।

କନ୍ୟା ରାଶି:- ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ ରହିବେ। ଘରର କୌଣସି କାର୍ଯ୍ୟରେ ଅଧିକ ଖର୍ଚ୍ଚ ହେତୁ ଆର୍ଥିକ ଅବସ୍ଥା ପ୍ରଭାବିତ ହେବ। ଏମିତି କଥା ମଝିରେ ଆଣନ୍ତୁ ନାହିଁ ଯାହା ଦ୍ୱାରା ଘର ଲୋକ ଆପଣଙ୍କ ଉପରେ କ୍ରୋଧିତ ହୋଇପାରନ୍ତି।

ତୁଳା ରାଶି:- ଆଜିର ଦିନ ତୁଳା ରାଶିର ଲୋକଙ୍କ ଉପରେ କାର୍ଯ୍ୟ ଭାର ଅଧିକ ହୋଇପାରେ। ପ୍ରେମ ଜୀବନରେ ମଧୁରତା ରହିବ। ପିଲାଙ୍କ ପାଖରୁ କିଛି ଭଲ ଖବର ମିଳିପାରେ।

ବିଛା ରାଶି:- ଅଫିସରେ ହଠାତ କୌଣସି କାର୍ଯ୍ୟ ଆସିବା ଯୋଗୁ ଦାୟିତ୍ୱ ବଢ଼ିପାରେ। ଜୀବନସାଥୀଙ୍କ ସହ କିଛି ବିବାଦ ହୋଇପାରେ। ଅଟକି ରହିଥିବା ଟଙ୍କା ଫେରସ୍ତ ମିଳିବାର ସମ୍ଭାବନା ଅଛି।

ଧନୁ ରାଶି:- ଆଜି ଦିନସାରା ଉତ୍ସାହ ବନି ରହିବ ଯାହାଫଳରେ ଆପଣ ନିଜର ସମସ୍ତ କାର୍ଯ୍ୟ ଶୀଘ୍ର ସମାପ୍ତ କରିବାରେ ସକ୍ଷମ ହେବେ। ଜୀବନସାଥୀଙ୍କଠାରୁ କୌଣସି ସରପ୍ରାଇଜ ମିଳିପାରେ। ଯଦି ଆପଣ ଆର୍ଥିକ ଲାଭ କରିବାକୁ ଚାହୁଁଛନ୍ତି ତେବେ ଅଭିଜ୍ଞ ଲୋକଙ୍କ ପରାମର୍ଶ କାମରେ ଆସିପାରେ।

ମକର ରାଶି:- ପିତାମାତାଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ଶକ୍ତିରେ ପରିପୂର୍ଣ୍ଣ ରହିବେ। ପରିବାରରେ କୌଣସି ରୋଗୀର ଚିକିତ୍ସା ପାଇଁ ଖର୍ଚ୍ଚ ଅଧିକ ହୋଇପାରେ। ଆପଣ ପିଲାମାନଙ୍କ ଠାରୁ ସହଯୋଗ ପାଇବେ।

କୁମ୍ଭ ରାଶି:- ଆର୍ଥିକ ସମସ୍ୟାରୁ ରକ୍ଷା ପାଇବା ପାଇଁ ଟଙ୍କା ସଞ୍ଚୟ କରିବାକୁ ପରାମର୍ଶ ଦିଆଯାଇଛି। ସାମାଜିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବେ।

ମୀନ ରାଶି:- ଆଜି ଆପଣଙ୍କର ସକରାତ୍ମକ ବ୍ୟବହାର ଆଖପାଖର ଲୋକଙ୍କୁ ପ୍ରଭାବିତ କରିବ। କୌଣସି ତୃତୀୟ ଜଣଙ୍କ କାରଣରୁ ପ୍ରେମ ଜୀବନ ଖରାପ ହୋଇପାରେ। ଭବିଷ୍ୟତର କଥାକୁ ନେଇ ଚିନ୍ତିତ ରହିବେ।

Related Articles

Leave a Reply

Your email address will not be published. Required fields are marked *

Back to top button