ପିତୃ ପକ୍ଷରେ ପ୍ରତ୍ୟେକ ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ ସମୟରେ ଏକ ଲୋଟା ଜଳରେ ମିଶାଇ ଦିଅନ୍ତୁ ଏହି ଗୋଟିଏ ଜିନିଷ , ମିଳିବ ପିତୃ ଦୋଷରୁ ମୁକ୍ତି :-

ଯେଉଁ ପିତୃଦେବଙ୍କ କାରଣରୁ ସୂକ୍ଷ୍ମରୁ ଆଶୀର୍ବାଦ ମିଳିଥାଏ ସେହି ଘରେ ପିତୃଙ୍କ କାରଣରୁ ସୁଖ ସମୃଦ୍ଧି ଏବଂ ଉନ୍ନତି ଆସିଥାଏ । ଚଳିତ ବର୍ଷ ପିତୃ ପକ୍ଷ ଆସିଲାଣି । ତେଣୁ ଏମିତିରେ ସୂର୍ଯ୍ୟ ଦେବଙ୍କୁ କେଉଁ ଉପାୟରେ ଜଳ ଅର୍ପଣ କଲେ ପିତୃ ଦେବଙ୍କୁ ମୋକ୍ଷ ପ୍ରାପ୍ତି ହେବ ଏବଂ ସୂକ୍ଷ୍ମରୁ ଆଶୀର୍ବାଦ ପ୍ରାପ୍ତ ହେବ ଏବଂ ଜାତକରେ କୌଣସି ଦୋଷ କିପରି ଲାଗିବ ନାହିଁ ସେହି ବିଷୟରେ କହିବୁ । ତେବେ ପିତୃ ଦେବଙ୍କୁ ଜଳ ଅର୍ପଣ କରିବା ସମୟରେ କିଛି ନିୟମର ପାଳନ ନିଶ୍ଚୟ କରିବା ଉଚିତ । ଜଳ ଅର୍ପଣ ସମୟରେ ଦକ୍ଷିଣ କିମ୍ବା ପୂର୍ବକୁ ମୁହଁ କରି ଦ୍ୱିପ୍ରହର କିମ୍ବା ସକାଳ ସମୟରେ ଜଳ ଅର୍ପଣ କରିବା ଉପଯୁକ୍ତ ସମୟ ହୋଇଥାଏ ।
ତେବେ ଜଳ ଅର୍ପଣ କରିବା ପୂର୍ବରୁ ଜଳରେ କଳା ତିଳ ନିଶ୍ଚୟ ମିଶାନ୍ତୁ । ଯଦି କୁଶ ଘାସ ମିଳୁଛି ତେବେ ତାହାକୁ ମଧ୍ୟ ମିଶାଇ ପାରିବେ । ନଚେତ କିଛି ଆବଶ୍ୟକତା ନାହିଁ । ତେବେ ପିତୃ ଦେବଙ୍କ ଦେହାନ୍ତ ଦିନ ଅନ୍ନ ଏବଂ ବସ୍ତ୍ର ମଧ୍ୟ ଦାନ କରାଯାଏ । ତେଣୁ ଏହିଦିନ ଜଳ ଅର୍ପଣ କରି ଭୋକିଲାଙ୍କୁ ନିଶ୍ଚୟ ଭୋଜନ କରାନ୍ତୁ ଏବଂ ବସ୍ତ୍ର ଦାନ କରନ୍ତୁ । ତେବେ ଏହି ପିତୃ ଦେବଙ୍କ ନିମନ୍ତେ ପ୍ରତ୍ୟେକ ଦିନ ଜଳ ଅର୍ପଣ ଘରର କେହି ବରିଷ୍ଠ ପୁରୁଷ କରି ପାରିବେ । ମାତ୍ର କୌଣସି ସମସ୍ୟା ଥିଲେ ପୁତ୍ର ନାତି ମଧ୍ୟ କରି ପାରିବେ । ସେମାନେ ମଧ୍ୟ ଶ୍ରାଦ୍ଧର ଅଧିକାରୀ ହୋଇଥାନ୍ତି । ମହିଳା ମାନେ ମଧ୍ୟ ଏହା କରି ପାରିବେ । ମାତ୍ର ଏହି ସମୟରେ କିଛି ସାବଧାନତା ଅବଲମ୍ବନ କରିବା ଉଚିତ । ଯେମିତିକି ସାତ୍ଵିକତା ପାଳନ । ଅର୍ଥାତ ମାଛ , ମାଂସ , ମଦ , ପିଆଜ ରସୁଣ ଏହିଭଳି ଜିନିଷର ସେବନ କରିବା ଆଦୋୖ ଉଚିତ ନୁହେଁ । ନଚେତ ପିତୃ ଦୋଷ ଲାଗିପାରେ ।
ତେଣୁ ସର୍ବୋପରି ଯଦି ଆପଣ ପିତୃ ପକ୍ଷର ପାଳନ କରୁଛନ୍ତି ତେବେ ସକାଳୁ କିମ୍ବା ଦ୍ୱିପ୍ରହରରେ ଜଳରେ କଳା ତିଳ ଏବଂ କୁଶ ଘାସ ମିଶାଇ ଜଳ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ତୁରନ୍ତ ଫଳ ପ୍ରାପ୍ତ ହୋଇଥାଏ । ଦିନରେ କେବଳ ୨ ଥର ଭୋଜନ କରି ପାରିବେ । କ୍ଷୀରର ବ୍ୟବହାର ଅତି କମ କରନ୍ତୁ । ଆପଣ ଦକ୍ଷିଣ ଦିଗକୁ ହିଁ ମୁହଁ କରି ଜଳ ଅର୍ପଣ ଏବଂ ଶ୍ରାଦ୍ଧ କରନ୍ତୁ । ଏହାବ୍ୟତୀତ ପିତୃଙ୍କୁ ହାଲୁକା ସୁଗନ୍ଧିତ ଧଳା ପୁଷ୍ପ ମଧ୍ୟ ଅର୍ପଣ କରି ପାରିବେ । ଏହି ସମୟରେ ଆପଣ ଗୀତାର ସପ୍ତମ ଏବଂ ଏକାଦଶ ଅଧ୍ୟାୟର ପାଠ କରିବା ଉତ୍ତମ ହୋଇଥାଏ । ମାତ୍ର ମନେ ରଖନ୍ତୁ କୌଣସି ଧାର କରଜ କରି ଏହି କାମ କରନ୍ତୁ ନାହିଁ । ଜଳ ଅର୍ପଣ ପ୍ରଥମେ ସୂର୍ଯ୍ୟ ଦେବଙ୍କୁ କରି ତାପରେ ପିତୃ ଦେବଙ୍କୁ କରନ୍ତୁ । ଯଦି ଆପଣ ଏହି କାମ ଘରେ କରୁଛନ୍ତି ତେବେ ପ୍ରତ୍ୟେକ ଦିନ ଗୋଟିଏ ସ୍ଥାନରେ ହିଁ କରନ୍ତୁ ଏବଂ ସେହି ସ୍ଥାନକୁ ପରିଷ୍କାର ରଖନ୍ତୁ ।
ଏହି ସମୟରେ ଏକ ବିଶେଷ ମନ୍ତ୍ରର ଜପ କରନ୍ତୁ ଏବଂ ପରେ ପାଣିରେ ହାତ ଲଗାଇ ପ୍ରବାହିତ କରି ଦିଅନ୍ତୁ । ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ମଧ୍ୟ ବିଶେଷ କଥା ପ୍ରତି ଧ୍ୟାନ ଦେବା ଉଚିତ । ଆପଣ ତାନ୍ତ୍ରିକ ମନ୍ତ୍ର ନଜପିଲେ ଗାୟତ୍ରୀ ମନ୍ତ୍ର ମଧ୍ୟ ଜପ କରି ପାରିବେ । ମାତ୍ର ନିଶ୍ଚିତଭାବେ ମନ୍ତ୍ରର ଜପ କରନ୍ତୁ । କାରଣ ଏହା ଶକ୍ତି ଯୋଗାଇ ଥାଏ ଏବଂ ଯିବାନର ସମସ୍ୟାକୁ ଦୂର କରିଥାଏ । ମାତ୍ର ସୂର୍ଯ୍ୟଙ୍କୁ ଅର୍ଘ ସେତେବେଳେ ଦିଅନ୍ତୁ ଯେତେବେଳେ ଆପଣ ସ୍ନାନ କରିଥିବେ । ସୂର୍ଯ୍ୟ ଦେବଙ୍କୁ ପ୍ରତ୍ୟେକ ଦିନ ଜଳ ଅର୍ପଣ କରିବା ପରେ ୨୧ ଥର ଗାୟତ୍ରୀ ମନ୍ତ୍ରର ଜପ କରନ୍ତୁ । ଏହା କରିବା ଦ୍ୱାରା ଜୀବନର ସବୁ ସମସ୍ୟା ଦୂରେଇ ଯିବ । ଗ୍ରହ ସମ୍ବନ୍ଧୀୟ ସମସ୍ୟା ମଧ୍ୟ ଦୂରେଇ ଯିବ । କାରଣ ସୂର୍ଯ୍ୟ ହେଉଛନ୍ତି ସବୁ ଗ୍ରହଙ୍କ ମଧ୍ୟରେ ରାଜା ।
” ଓଁ ଏହି ସୂର୍ଯ୍ୟ ସହସ୍ରଶ୍ର ତେଜ ରାଶେ ଜଗତ୍ୟତେ , ଅନୁକମ୍ପାୟେମଂ ଭକ୍ତ୍ୟା ଗହଣାର୍ଘ୍ୟ ଦିବକର ” ।
ଏହି ମହାମନ୍ତ୍ରର ଜପ ଦ୍ୱାରା ଜୀବନର ସବୁ ବାଧା ଦୂରେଇ ଯିବ । ଏହାପରେ ନିଜ ଆଞ୍ଜୁଳାରେ ଜଳ ନେଇ ଚାରିପଟେ ସିଞ୍ଚନ କରନ୍ତୁ ଏବଂ ସେହି ସ୍ଥାନରେ ତିନି ଥର ପରିକ୍ରମା କରନ୍ତୁ । ଏହାପରେ ହନୁମାନ ଚାଲିଶା ପାଠ କରନ୍ତୁ ଏବଂ ଗାଈକୁ କଦଳୀ କିମ୍ବା ଗୁଡ଼ ନିଜ ହାତରେ ଖୁଆନ୍ତୁ । ଏହାଦ୍ବାରା ଅଦ୍ଭୁତ ଫଳ ପ୍ରାପ୍ତ ହୋଇଥାଏ ।