ଆଜିର ରାଶିଫଳ : ୧୩ ସେପ୍ଟେମ୍ବର ୨୦୨୨,ମଙ୍ଗଳବାର : ପରୀକ୍ଷାରେ ମିଳିବ ସଫଳତା, ଚାକିରୀରେ ପଦୋନ୍ନତୀ ମିଳିବାର ସମ୍ଭାବନା। ପଢନ୍ତୁ ଦୈନିକ ରାଶିଫଳ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବାର, ତିଥି, ଗ୍ରହ ଓ ନକ୍ଷତ୍ର ମାନଙ୍କୁ ଆଧାର କରି ରାଶିଫଳ ଗଣନା କରାଯାଇଥାଏ। ଏହି ରାଶିଫଳ ଦ୍ଵାରା ବ୍ୟକ୍ତିର ବ୍ୟକ୍ତିତ୍ଵ, କ୍ୟାରିୟର, ବ୍ୟାପାର, ଚାକିରି , ପ୍ରେମ ଜୀବନ ବୈବାହିକ ଜୀବନ ଏବଂ ଭବିଷ୍ୟତରେ ହେବାକୁ ଥିବା ଶୁଭ ବା ଅଶୁଭ ଘଟଣା ଗୁଡ଼ିକ ବିଷୟରେ ବିସ୍ତାର ରୂପରେ ସୂଚନା ମିଳିଥାଏ। ତେବେ ଆସନ୍ତୁ ଜାଣିବା ରାଶିଚକ୍ରରେ ଥିବା ୧୨ ଗୋଟି ରାଶିର ଲୋକଙ୍କ ପାଇଁ ଆଜିର ଦିନଟି କିପରି ରହିଛି।
ମେଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଘରର ଖର୍ଚ୍ଚ ବଢିପାରେ। ବ୍ୟବସାୟିକ କ୍ଷେତ୍ରରେ ଲାଭବାନ ହେବେ। ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ। ସନ୍ତାନଙ୍କ ତରଫରୁ କୌଣସି ଦୁଃଖଦ ସମ୍ବାଦ ମିଳିପାରେ।
ବୃଷ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ପୈତୃକ ସଂପତ୍ତିରୁ ଲାଭ ପ୍ରାପ୍ତ ହେବ। ସରକାରୀ ଚାକିରି କ୍ଷେତ୍ରରେ ପଦୋନ୍ନତୀ ଲାଭ କରି ପାରନ୍ତି। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ। ବ୍ୟବସାୟରେ ଲାଭବାନ ହେବେ।
ମିଥୁନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଆପଣଙ୍କ ମନ ପ୍ରସନ୍ନ ରହିବ। ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଛି।ପ୍ରେମ ଜୀବନରେ ମତଭେଦ ସୃଷ୍ଟି ହୋଇପାରେ। କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।
କର୍କଟ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖାସାକ୍ଷାତ ହୋଇପାରେ। ଜୀବନସାଥୀ ଆପଣଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରିବେ। ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଆଶାନୁରୂପ ସଫଳତା ହାସଲ କରିବେ। ଈଶ୍ବରଙ୍କ ଉପରେ ସର୍ବଦା ବିଶ୍ୱାସ ରଖନ୍ତୁ।
ସିଂହ ରାଶି :-ଆଜି ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବାର ସମ୍ଭାବନା ରହିଛି। ଶତ୍ରୁ ଆପଣଙ୍କୁ ଭୟ କରିବେ। ଆପଣଙ୍କର ସମସ୍ତ ମନସ୍କାମନା ପୂରଣ ହେବ। ଭୌତିକ ସୁଖରେ ବୃଦ୍ଧି ହେବ। ପରିବାରରେ ସୁଖଶାନ୍ତି ବିରାଜିତ ହେବ।କଠିନ ପରିଶ୍ରମ କରି ଆପଣ ଆଶାନୁରୂପ ସଫଳତା ହାସଲ କରିବେ।
କନ୍ୟା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ରହିବ। ରାଜନୀତି କ୍ଷେତ୍ରରେ ଜଡ଼ିତ ଲୋକଙ୍କୁ ଆଶାନୁରୂପ ସଫଳତା ମିଳିବ। ପ୍ରେମ ମାମଲାରେ ଆପଣ ସଫଳ ରହିବେ। ଆଜି ଅଧିକ କାର୍ଯ୍ୟ ବ୍ୟସ୍ତ ରହି ପାରନ୍ତି। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହେବ।
ତୁଳା ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିଛି। କୌଣସି ସ୍ଥାନରୁ ଆପଣଙ୍କୁ ଶୁଭ ସମାଚାର ମିଳିପାରେ। ଆମଦାନୀରେ ବୃଦ୍ଧି ହେବ। ବ୍ୟାପାର କ୍ଷେତ୍ରରେ ଆଶାନୁରୂପ ସଫଳତା ହାସଲ କରିବେ।କୌଣସି ସ୍ଥାନରେ ନିବେଶ କରିବା ପୂର୍ବରୁ ଭଲଭାବରେ ବିଚାର କରନ୍ତୁ।
ବିଛା ରାଶି :-ଆଜି ଆପଣଙ୍କୁ କୋର୍ଟ କଚେରୀ ମାମଲାରେ ସଫଳତା ମିଳିବ। ଚାକିରି ଓ ପରିବାର ପ୍ରତି ଯଥେଷ୍ଟ ସମୟ ଦେଇ ତାଳମେଳ ବଜାୟ ରଖନ୍ତୁ। ଆମଦାନୀରେ ସାମାନ୍ୟ ଉତ୍ଥାନ ପତନ ଦେଖା ଦେଇଥାଏ। ବିବାହିତ ଲୋକଙ୍କର ଦାମ୍ପତ୍ୟ ଜୀବନ ସୁଖମୟ ରହିବ।
ଧନୁ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିବ। ପ୍ରେମ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିବ। ଶରୀର ଉପରେ ଆପଣଙ୍କୁ ଖାସ ଧ୍ୟାନ ରଖିବାକୁ ପଡ଼ିବ। ଅଚାନକ ଧନ ପ୍ରାପ୍ତି ହେବାର ସମ୍ଭାବନା ରହିଛି। ପିତାମାତାଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ।
ମକର ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ଚାକିରି କ୍ଷେତ୍ରରେ ପଦୋନ୍ନତୀ ଲାଭ କରିବାର ଯଥେଷ୍ଟ ସମ୍ଭାବନା ରହିଛି। କାର୍ଯ୍ୟକ୍ଷେତ୍ରରେ ବରିଷ୍ଠ ଅଧିକାରୀ ଆପଣଙ୍କ ଉପରେ ସନ୍ତୁଷ୍ଟ ରହିବେ। ଆପଣଙ୍କୁ ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ରହିଛି।
କୁମ୍ଭ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ସାମାନ୍ୟ ରହିଛି। ରାସ୍ତାରେ ଗାଡ଼ି ଚଳାଚଳ ସମୟରେ ସାବଧାନ ରୁହନ୍ତୁ। ପିତାମାତାଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖନ୍ତୁ। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ଏହି ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି।କୌଣସି ସ୍ଥାନରେ ବୁଝି ବିଚାରି ନିବେଶ କରନ୍ତୁ।
ମୀନ ରାଶି :-ଆଜିର ଦିନଟି ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ। ବ୍ୟବସାୟିକ ମାମଲାରେ ଲାଭବାନ ହେବେ। ସମାଜରେ ଆପଣଙ୍କର ମାନସମ୍ମାନ ବୃଦ୍ଧି ହେବ। ଗୁରୁଜନଙ୍କ ଆଶୀର୍ବାଦ ସର୍ବଦା ଆପଣଙ୍କ ଉପରେ ରହିବ। ଭାଗ୍ୟ ସର୍ବଦା ଆପଣଙ୍କ ସପକ୍ଷରେ ରହିଛି। ଶାରୀରିକ ଓ ମାନସିକ ରୂପରେ ଆପଣ ସୁଦୃଢ ରହିବେ।