କ୍ରାଇମ

ଜାଲ୍‌ ସାର୍ଟିଫିକେଟ ମାମଲା: ହିନ୍ଦୀ ଶିକ୍ଷୟିତ୍ରୀ ଗିରଫ – Utkal Mail


ବଲାଙ୍ଗୀର: ଜାଲ୍‌ ସାର୍ଟିଫିକେଟ ମାମଲାରେ ଜଣେ ଶିକ୍ଷୟିତ୍ରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତା ପୁଇଁତଳା ବ୍ଲକର ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ବୋଲି  ସୂଚନା ମିଳିଛି। ଏନେଇ ପୁଲିସ ଅଧିକ ତଥ୍ୟ ଦେଇନାହିଁ। ଘଟଣାର ଅଧିକ ତଦନ୍ତ ଚାଲିଛି।

ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ କାୟା ବିସ୍ତାର କରିଥିବା ବେଳେ ଏହାର ତଦନ୍ତ ସଂପୂର୍ଣ୍ଣ ହୋଇନାହିଁ। ଆଜି ବଲାଙ୍ଗୀର ପୁଲିସ ଆଉ ଜଣେ ଶିକ୍ଷୟିତ୍ରୀଙ୍କୁ ଜାଲ ସାଟିଁଫିକେଟ ଅଭିଯୋଗରେ ଗିରଫ କରିଛି। ଶିକ୍ଷୟିତ୍ରୀ ଜଣକ ରଣ୍ଡା ଉନ୍ନତି ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷୟିତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ତାଙ୍କ ନାମ ମୃଣ୍ମୟୀ ପଣ୍ଡା ବୋଲି ଜଣା ଯାଇଛି। ପୁଲିସ ତାଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ଡାକ୍ତରୀ ମାଇନା ପରେ କୋର୍ଟ ଚାଲାଣ କଟିଛି। ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବଚରଣ ବେହେରା ଗତକାଲି ଜିଲ୍ଲାର ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ସନ୍ଦେହ ହେବାରୁ ପୁଲିସରେ ଅଭିଯୋଗ କରିଥିଲେ।

 




Related Articles

Leave a Reply

Your email address will not be published. Required fields are marked *

Back to top button