ଓଡିଶା

ଜମିରେ ପାଣି ମଡାଇବାକୁ ନେଇ ଗଣ୍ଡଗୋଳ : ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇ ମୃତ

ଞ୍ଜନଗର,୨୨।୮ : ତାରାସିଂ ଥାନା ଅଧୀନ ନୂଆ ବାଙ୍କତରା ଗ୍ରାମରେ ଜମିରେ ପାଣି ମଡାଇବାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି। ଗଣ୍ଡଗୋଳ ବେଳେ ବଡ଼ ଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟ ହେବା ସହ ତିନି ଜଣ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ କବିରାଜ ଗୌଡ଼ (୪୫)।

ସୂଚନା ମୁତାବକ କବିରାଜ ନିଜ ପୁଅ ସହ ମିଶି ଜମିକୁ ପାଣି ମଡାଇବାକୁ ଯାଇଥିଲେ।

ପୂର୍ବରୁ କବିରାଜଙ୍କ ଭାଇ ଦେବ ଗୌଡ଼ ପରିବାର ସହ ମିଶି ଜମିରେ କାମ କରୁଥିଲେ। କବିରାଜ ନିଜ ଜମିକୁ ପାଣି ମଡ଼ାଇବାକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ କଳହ ହୋଇଥିଲା।ବଚସା ପରେ ଉଗ୍ରରୂପ ନେଇଥିଲା। ଠେଙ୍ଗା ଓ କୁରାଡ଼ି ଧରି ଉଭୟଙ୍କ ମଧ୍ୟରେ ମାରପିଟ ହୋଇଥିଲା। ସଂଘର୍ଷରେ ୪ ଜଣ ରକ୍ତାକ୍ତ ହୋଇଥିଲେ। ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଗୁରୁତରଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ କବିରାଜଙ୍କ ମୃତ୍ୟୁ ହୋଇଛି। ଗୁରୁତରଙ୍କୁ ବ୍ରହ୍ମପୁର ପଠା ଯାଇଛି l ତାରାସିଂ ପୋଲିସ ଦୁଇଟି କୁରାଢ଼ୀ ଜବତ କରି ଘଟଣାର ତଦନ୍ତ କରୁଛି।

Related Articles

Leave a Reply

Your email address will not be published. Required fields are marked *

Back to top button