ରାଶିଫଳ

ପିତୃପକ୍ଷରେ ଚୁପଚାପ ରଖିଦିଅନ୍ତୁ ଏହି ଠାରେ ରାଶି ପୂର୍ବରୁ ପୁରୁଷ କୁ ମିଳିବ ମୁକ୍ତି, ଜନ୍ମ ଜନ୍ମର ପିତୃ ଦୋଷ ଦୂର ହେବ.

ବନ୍ଧୁଗଣ ହିନ୍ଧୁ ପଚାଙ୍ଗ ଅନୁଯାୟୀ ଭାଦ୍ରବ ମାସ ପୁର୍ଣିମା ତିଥିରେ ପିତୃପକ୍ଷ ଆରମ୍ଭ ହୋଇଥାଏ | ଯାହା ଅଶ୍ଵିନୀ ମାସ ଅମାବାସ୍ୟା ଯାହାକୁ ସର୍ବ ପିତୃପକ୍ଷ ଅମାବାସ୍ୟା ମଧ୍ୟ କୁହାଯାଏ ସେହିଦିନ ସମାପ୍ତ ହୋଇଥାଏ | ଏହିଥର ପିତୃପକ୍ଷ ସେପ୍ଟେମ୍ବର ମାସ 10 ତାରିଖରୁ ଆରମ୍ଭ ହୋଈ ସେପ୍ଟେମ୍ବର ମାସ 25ତାରିଖରେ ଶେଷ ହେବ | କୁହାଯାଏ ଯେ ମୃତ୍ୟୁର ଦେବତା ଯମ ରାଜ ଶ୍ରାଦ୍ଧ ପକ୍ଷରେ ପିତୃପୁରୁଷଙ୍କୁ ମୁକ୍ତି କରିଦିଅନ୍ତି | ଯେମିତି ସେମାନେ ନିଜ ଲୋକଙ୍କ ପାଖକୁ ଯାଇ ତାଙ୍କୁ ଦେଖିପାରିବେ | ପିତୃପୁରୁଷ ମାନେ ଏହି ପିତୃପକ୍ଷରେ ପୃଥିବିକୁ ଆସିଯାନ୍ତି ଏବଂ ଏହି 16ଦିନ ସେମାନେ ପୃଥିବୀରେ ରହି ଶ୍ରାଦ୍ଧ, ପିଣ୍ଡ ଦାନା ଏଇ ସବୁକୁ ଗ୍ରହଣ କରି ପିତୃ ଅମାବାସ୍ୟା ଦିନ ପୁନଶ୍ଚ ପିତୃପୁରକୁ ଚାଲିଯାଆନ୍ତି | ଏବଂ ଏଥିପାଇଁ ଏହି 16ଦିନ ସମ୍ପୂର୍ଣ ଭାବେ ପିତୃପୁରୁଷଙ୍କୁ ସମର୍ପଣ ହୋଇଥାଏ |

ଏବଂ ଏଥିପାଇଁ ଶ୍ରାଦ୍ଧ ଏବଂ ପିଣ୍ଡ ଦାନ କରିବା ନିହାତି ଅବଶ୍ୟକ ହୋଇଥାଏ |ଏହି ସମୟରେ ନିଜ ପ୍ରିୟ ମଣିଷଙ୍କ ସେନ୍ହ ପାଇଁ ବହୁତ ଖୁସି ହୋଈ ଫେରି ଯାଇଥାନ୍ତି | ଏବଂ ସେମାନଙ୍କ ଦ୍ୱାରା ତିଆରି ହୋଇଥିବା ସମସ୍ତ ସ୍ୱାଦସ୍ତ ଭୋଜନ ଗ୍ରହଣ କରି ନିଜ ସନ୍ତାନ ମାନଙ୍କୁ ଆଶ୍ରିବାଦ କରି ଫେରି ଯାଆନ୍ତି | ଏହି ପକ୍ଷରେ ପିତୃଙ୍କ ଆତ୍ମର ଶାନ୍ତି ପାଇଁ ତାଙ୍କୁ ଶ୍ରାଧ ଦାନ, ତର୍ପଣ, ଏବଂ ପିଣ୍ଡ ଦାନ ଦିଆଯାଇଥାଏ | ଶାସ୍ତ୍ର ଏବଂ ପୁରାଣ ଅନୁଯାୟୀ ଏହି ସମୟରେ ପିତୃ ମାନଙ୍କର ଶ୍ରାଧ କର୍ମ କିମ୍ଭା ତାଙ୍କୁ ପିଣ୍ଡ ଦାନ ନ କଲେ ପିତୃଦୋଷ ଲାଗିଥାଏ | ଏବଂ ଆମ ପୂର୍ବପୁରୁଷଙ୍କ ଆତ୍ମକୁ ଶାନ୍ତି ମିଳେନାହିଁ ଏବଂ ସେମାନେ ଏହି ପୃଥିବୀ ପୃଷ୍ଟରେ ଘୁରି ବୁଲନ୍ତି | ଏଥିପାଇଁ ଶ୍ରାଦ୍ଧ ପକ୍ଷର ବହୁତ ମହତ୍ୱ ରହିଥାଏ | ତେବେ ଆଜି ଆମେ ଏକ ଉପାୟ କହିବୁ ଯାହାକୁ କରିବା ଦ୍ୱାରା ପିତୃଦୋଷରୁ ମୁକ୍ତି ମିଳିଥାଏ, ତେବେ ଆସନ୍ତୁ ଜାଣିବା..

ବନ୍ଧୁଗଣ ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ପିତୃପକ୍ଷ ରେ ସକାଳୁ ଉଠି ସ୍ନାନ ଆଦି ସାରି ଗୋଟିଏ ଷ୍ଟିଲ,ପିତ୍ତଳ, କିମ୍ଵା ପ୍ଳିଷ୍ଟିକ ଢାଳ ନିଅନ୍ତୁ | ଏବଂ ସେଥିରେ କିଛି ଗଙ୍ଗାଜଳ ଏବଂ କଳା ରାଶି ଭରି ଦିଅନ୍ତୁ | ଏହା ପରେ ଆପଣ ସେଥିରେ କୁଶ ଘାସ ମଧ୍ୟ ପକେଇପାରିବେ | ଏହା ପରେ ଆପଣଙ୍କର ପ୍ରସ୍ତୁତ ହୋଇଗଲା ପିତୃଙ୍କୁ ପ୍ରସନ୍ନ କରିବାର ଉପାୟ | ଏହାକୁ ନେଇ କୌଣସି ଏକ ଖାଲି ସ୍ଥାନଙ୍କୁ ଯାଆନ୍ତୁ, ଏହା ପରେ ମନେ ରଖନ୍ତୁ ଦକ୍ଷିଣ ଦିଗରେ ପିତୃ ଲୋକ ବାସ କରିଥାନ୍ତି | ତେବେ ଦକ୍ଷିଣ ଦିଗକୁ ମୁହଁ କରି ଏହି ଜଳକୁ ପିତୃଙ୍କୁ ଅର୍ପଣ କରନ୍ତୁ | ଅର୍ପଣ କରିବା ସମୟ ରେ ଧ୍ୟାନ ରଖନ୍ତୁ ଯଦି କିଛି ଜଳ କିମ୍ଵା ରାଶି ବଞ୍ଚିଯାଉଛି ତେବେ ତାକୁ ନିଜ ହାତରେ ବାହାର କରି ଅର୍ପଣ କରିଦିଅନ୍ତୁ | ଏହା କରିବା ଦ୍ୱାରା ପିତୃ ପୁରୁଷ ପ୍ରସନ୍ନ ହୋଇଥାନ୍ତି |

ପିତୃପୁରୁଷ ଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଉପାୟ ଉଭୟ ମହିଳା ଏବଂ ପୁରୁଷ ମଧ୍ୟ କରିପାରିବେ | ଢାଳ ରେ ପାଣି ରେ କଳା ରାଶି ପକେଇ ସେଥିରେ କିଛି ଗଙ୍ଗା ଜଳ ପକେଇ ପିତୃ ପକ୍ଷ ରେ ଆପଣ ନିଜ ପିତୃ ଙ୍କୁ ପ୍ରସନ୍ନ କରିପାରିବେ | ବନ୍ଧୁଗଣ ପିତୃଙ୍କ ସମୟ ଦିନର ସମୟ ହୋଇଥାଏ ତେବେ ଦିନ ସମୟ ରେ ହିଁ ପିତୃଙ୍କୁ ପୂଜା କରିବା ଶ୍ରାଦ୍ଧ ଦେବା ଉଚିତ ହୋଇଥାଏ | ପୂଜା କରିବା ସମୟ ରେ ଏହି ମନ୍ତ୍ର କୁ 108ଥର ଜପ କରନ୍ତୁ “ଓମ ପିତୃ ଦେବତାୟ ନମଃ ” | ଏହାକୁ ସମସ୍ତ ଜପ କରିପାରିବେ | କିନ୍ତୁ ମହିଳା ମନେ ଧ୍ୟାନ ରଖିବେ ମାସିକ ଧର୍ମ ସମୟ ରେ ପିତୃ ଙ୍କୁ ପୂଜା କରିବା ଉଚ୍ଚିତ ନୁହେଁ | ତେବେ ଏହି ଉପାୟ କରିବା ଦ୍ୱାରା ଯୁଗ ଯୁଗରୁ ପିତୃ ଦୋଷ ରୁ ମୁକ୍ତି ମିଳିଥାଏ | ପରିବାର ରେ ଶାନ୍ତି ମିଳିଥାଏ,ଚାକିରୀ କ୍ଷେତ୍ର ରେ ବ୍ୟବସାୟ କ୍ଷେତ୍ର ରେ ଉନ୍ନତି ହୋଇଥାଏ | ଜୀବନ ରେ ସବୁ ସମସ୍ୟା ଦୂର ହୋଇଥାଏ | ଅନେକ ଦୁଃଖର ନିବାରଣ ହୋଇଥାଏ | ତେବେ ଏହି ଛୋଟିଆ ଉପାୟ ଏହି ପିତୃ ପକ୍ଷ ରେ ପିତୃଙ୍କୁ ପ୍ରସନ୍ନ କରିବା ପାଇଁ ନିଶ୍ଚିନ୍ତ କରନ୍ତୁ ଭାଗ୍ୟ ବଦଳିଯିବ |

ପିତୃପକ୍ଷ ସମୟରେ ଘରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ,ପର୍ବ ପର୍ବାଣୀ କିମ୍ବା କୌଣସି ପାର୍ଟି କରନ୍ତୁ ନାହିଁ | ଏହା ଦ୍ୱାରା ପିତୃ କ୍ରୋଧିତ ହୋଇଥାନ୍ତି | ତେବେ ପିତୃପକ୍ଷ ସମୟରେ ନୂଆ ପୋଷାକ ପରିଧାନ କରନ୍ତୁ ନାହିଁ, ମାଂସ, ମଦ ଆଦି ପାନ କରନ୍ତୁ ନାହିଁ | ପିଆଜ ରଶୁଣ ର ସେବନ କରନ୍ତୁ ନାହିଁ | ଏହିଦିନ ସମୟ ରେ ଘର ପ୍ରବେଶ, କିମ୍ଵା କୌଣସି ମଙ୍ଗଳିକା କାର୍ଯ୍ୟ କରନ୍ତୁ ନାହିଁ | ପିତୃଙ୍କୁ ପ୍ରଶନ୍ନ କରିବା ପାଇଁ ଏହି ସବୁ ଜିନିଷ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ ହୋଇଥାଏ | ତେବେ ଆପଣ ମଧ୍ୟ ପିତୃ ପକ୍ଷ ସମୟ ରେ ଏହି ଭୁଲ କରନ୍ତୁ ନାହିଁ ନହେଲେ ବହୁତ ଅନିଷ୍ଟ ଘଟିଥାଏ | ତେବେ ବନ୍ଧୁଗଣ ଏହି ଉପାୟକୁ କରିବା ଦ୍ୱାରା ପିତୃଦୋଷ ଦୂର ହୋଇଥାଏ, ଏବଂ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ | ଆମ ପିତୃ ଆମ ପାଇଁ ଭଗବାନ ହୋଇଥାନ୍ତି,ତେବେ ସେମାନଙ୍କୁ ପ୍ରସନ୍ନ କରିବା ଦ୍ଵାରା ଆମକୁ ଶୁଭ ଖବର ପ୍ରାପ୍ତ ହୋଇଥାଏ | ତେବେ ଏହି ସବୁ କଥାରେ ଧ୍ୟାନ ଦେବା ଜରୁରୀ ହୋଇଥାଏ..

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button