ବ୍ୟବସାୟ

ଏହି କାରଣରୁ କମି ନପାରେ ପେଟ୍ରୋଲ, ଡିଜେଲ ଦର – Utkal Mail


ନୂଆଦିଲ୍ଲୀ: ଗତ ସପ୍ତାହରେ ସରକାର ଏଲପିଜି ଦର ସିଲିଣ୍ଡର ପିଛା ୨୦୦ ଟଙ୍କା କମାଇବା ପରେ ଲୋକମାନେ ଆଶା କରୁଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଦର ବି କମିବ । କିନ୍ତୁ ଏହି ଆଶା ନିରାଶାରେ ପରିଣତ ହୋଇପାରେ । ଏହାର କାରଣ ହେଉଛି ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ସହ ପୁଣି ବ୍ୟାରେଲ ପିଛା ୯୦ ଡଲାର ଅତିକ୍ରମ କରିବାକୁ ପ୍ରସ୍ତୁତ ହେଉଛି। ଏଭଳି ସ୍ଥିତିରେ ପେଟ୍ରୋଲ ଓ ଡିଜେଲ ଶସ୍ତା ହେବାର ସମ୍ଭାବନା ଏବେ ଶେଷ ହେଉଥିବା ବେଳେ ଆଗାମୀ ଦିନରେ ଦର ଆହୁରି ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ୯ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ବ୍ରେଣ୍ଟ କ୍ରୁଡ୍ ଅଏଲ ଦର ବ୍ୟାରେଲ ପିଛା ୮୮.୭୨ ଡଲାରରେ ପହଞ୍ଚିଛି। ସେହିପରି ଡବ୍ଲ୍ୟୁଟିଆଇ ଅଶୋଧିତ ତୈଳ ବ୍ୟାରେଲ ପିଛା ୮୫.୫୦ ଡଲାରରେ କାରବାର କରୁଛି। ଅଶୋଧିତ ତୈଳ ଉତ୍ପାଦନ କରୁଥିବା ଦେଶଗୁଡ଼ିକ ଯୋଗାଣ ହ୍ରାସ ଜାରି ରଖିପାରନ୍ତି, ଏହି କାରଣରୁ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ସାଉଦି ଆରବ ଓ ରୁଷ୍ ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିପାରନ୍ତି। ଓପେକ୍ ଦେଶଗୁଡ଼ିକର ଉତ୍ପାଦନ ହ୍ରାସ ଏବଂ ରପ୍ତାନି ହ୍ରାସ କରିବାକୁ ରୁଷ୍ ରାଜି ହୋଇଛି। ଯାହା ଚଳିତ ସପ୍ତାହରେ ଘୋଷଣା ହେବ ବୋଲି ଆଶା କରାଯାଉଛି। ଏହି କାରଣରୁ ଅଶୋଧିତ ତୈଳ ଦର ୯ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button