ଓଡିଶା

ଲାଲଗଡ଼ରେ ନିଆରା ପ୍ରୟାସ

ବିଷମକଟକ:  ଲାଲଗଡରେ ଗଞ୍ଜେଇ ଚାଷକୁ ଛାଡି ଧାନ, ମାଣ୍ଡିଆ, କପା, ଛେଳି ଓ ମାଛ ଚାଷ କରିବା ସହିତ ମୁଖ୍ୟସ୍ରୋତରେ ସାମିଲ ହୋଇଛନ୍ତି ଲୋକେ। ଦିନ ଥିଲା ଚନ୍ଦ୍ରପୁର ବ୍ଲକରେ ପାଦ ଦେବା ପାଇଁ ପୋଲିସକୁ ୧୦୦ ଥର ଚିନ୍ତା କରିବାକୁ ପଡୁଥିଲା। ଏଭଳି ମାଓ ଇଲାକାରେ ଗାଁ ଗାଁ ବୁଲି ଲୋକଙ୍କ ନିକଟରେ ପହଞ୍ଚି ସଚେତନର ବାର୍ତ୍ତା ଦେଇ ସରକାରଙ୍କ ସମସ୍ତ ସୁବିଧା ଲୋକଙ୍କ ନିକଟରେ ପହଞ୍ଚାଇ ମନ ପରିବର୍ତନ କରିପାରିଛନ୍ତି ବିଷମ କଟକ ଏସ ଡିପିଓ ଆକାଶ ଚନ୍ଦ୍ର ସାହୁ।

ଲାଲଗଡ଼ ଭାବେ ପରିଚିତ ଦୁର୍ଗମ ଚନ୍ଦପୁର ବ୍ଲକରେ ଦୀର୍ଘ ବର୍ଷ ହେଲା ସେଠାରେ ହେକ୍ଟର ହେକ୍ଟର ଗଞ୍ଜେଇ ଚାଷ କରାଯାଉଥିଲା। ଚନ୍ଦ୍ରପୁର ବ୍ଲକ ସମେତ ହନୁମନ୍ତପୁର, ଡାଙ୍ଗ, ଡାଙ୍ଗଶରଡା ଓ ପିସ୍କା ପଙ୍ଗା ଭଳି ବିଭିନ୍ନ ପଞ୍ଚାୟତର ଅପହଞ୍ଚ ଇଲାକାର ଗଞ୍ଜେଇ ଚାଷ କରି ଆସୁଥିଲେ ଲୋକେ। ମାଓ ଇଲାକା ହୋଇଥିବାରୁ ଏହାର ସୁଯୋଗ ନେଇ ରାଜ୍ୟ ଓ ଅନ୍ତର୍ରାଜ୍ୟର ଗଞ୍ଜେଇ ମାଫିଆ ମାନେ ଚନ୍ଦ୍ରପୁର ବ୍ଲକରେ ଡେରା ପକାଇ ଲୋକଙ୍କୁ ଗଞ୍ଜେଇ ଚାଷ କରିବା ପାଇଁ  ଅର୍ଥ ସହଯୋଗ କରୁଥିଲେ। ଗଞ୍ଜେଇ ଅମଳ ହେବା ପରେ ଏହି ମାଫିଆ ମାନେ ରାଜ୍ୟ ବାହାରକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ୨୦୨୦ ମସିହାରେ ବିଷମ କଟକ ଏସଡିପିଓଙ୍କ ଉଦ୍ୟମରୁ ଗଞ୍ଜେଇ ଚୋରା ଚାଲାଣ ଉପରେ ରୋକ ଲାଗି ପାରିଛି। ମାଓ ଗଡ଼ ହେଇଥିଲେ ମଧ୍ୟ ସାହସିକତା ଦେଖାଇ ଗଞ୍ଜେଇ ମାଫିଆଙ୍କୁ ଧର ପକଡ଼ କରିବା ସହ ଗଞ୍ଜେଇ ଚାଷୀ ମାନଙ୍କୁ ମଧ୍ୟ ଗିରଫ କରିଛନ୍ତି। ତେଣୁ ଚଳିତ ବର୍ଷ ଲୋକେ ଗଞ୍ଜେଇ ଚାଷ ନକରି ସେହି ଯାଗାରେ ଧାନ,କପା, ମାଣ୍ଡିଆ, ବିରି ଏବଂ ପନି ପରିବା ସାଙ୍ଗକୁ ଛେଳି,କୁକୁଡ଼ା,ମାଛ ଚାଷ କରୁଛନ୍ତି।

ଗତ ଦୁଇ ବର୍ଷ ମଧ୍ୟରେ ରାୟଗଡା ଜିଲ୍ଲାରେ ୨୦୦୦ ଏକରରୁ ଊର୍ଦ୍ଧ୍ବ ବେଆଇନ ଗଞେଇ ଚାଷକୁ ପୋଲିସ୍ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ପୋଡି ନଷ୍ଚ କରାଯାଇଛି। ଦୁଇ ବର୍ଷ ମଧ୍ୟରେ ୧୦୫ ଗଞ୍ଜେଇ ମାମଲା ରୁଜୁ ହୋଇଛି। ବିଷମ କଟକ ଓ ମୁନିଗୁଡା ପୋଲିସ ପକ୍ଷରୁ ପାଖା ପାଖି ୧୫ ହଜାର କେଜି ଗଞ୍ଜେଇ ଜବତ କରାଯାଇଛି। ତେବେ ବେଆଇନ ଗଞ୍ଜେଇ କାରବାରରେ ୧୭୦ ଜଣଙ୍କୁ ଗିରଫ କରିଥିଲା ପୋଲିସ। ତେଣୁ ଆଗାମୀ ଦିନରେ ଗ୍ରାମାଞ୍ଚଳର ଲୋକେ ଗଞେଇ ଚାଷ ଛାଡି ପରିବା ଓ ଅନ୍ୟାନ୍ୟ ଲାଭକାରୀ ଫସଲ କରି ଲାଭବାନ ହେବେ ସେ ଦିଗରେ ପ୍ରଶାସନ ଓ ପୋଲିସ ତରଫରୁ ବହୁ କାର୍ଯ୍ୟ ହାତକୁ ନିଆଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button