ମନୋରଞ୍ଜନ

କଣ ଆପଣ ମଧ୍ୟ ଓଡିଆ ଢଗ ଢମାଳି ବା ଓଡିଆ ପହେଳି ଖେଳିବା ପସନ୍ଦ କରନ୍ତି ? ତେବେ ଏହିସବୁ ପ୍ରଶ୍ନର ଉତ୍ତର ଦେଇ ଦେଖାନ୍ତୁ

ଆଜି ଆମେ ଆପଣଙ୍କ ପାଇଁ ଏମିତି କିଛି ମଜେଦାର ପ୍ରଶ୍ନ ଉତ୍ତର ଆଣିଛୁ ଯାହା ପାଢୀ ଆପଣଙ୍କୁ ମଧ୍ୟ ବହୁତ ଭଲ ଅନୁଭବ ହବ ତେବେ ପ୍ରତି ପ୍ରଶ୍ନ ପଢିବା ପରେ ନିଜେ ଉତର ଦବା ପାଇଁ ଚେଷ୍ଟା କରନ୍ତୁ ଏହା ଦ୍ଵାରା ଆପଣଙ୍କ ଜ୍ଞାନ ମଧ୍ୟ ବଢିଥାଏ ଏବଂ ଆପଣଙ୍କୁ ନୂଆ ନୂଆ ଜିନିଷ ଶିଖିବା ପାଇଁ ମଧ୍ୟ ସମୟ ହୋଇଥାଏ । ଆଗ କାଳ ଲୋକମାନେ ଏହାକୁ ବହୁତ ଖେଳୁ ଥିଲେ ଯାହା ଦ୍ଵାରା ସେ ବହୁତ ବୁଦ୍ଧିମାନ ହେଉଥିଲେ, ତେବେ ଆସନ୍ତୁ ଆମ ବୁଦ୍ଧି କିଛି ଖଟେଇବା ଏବଂ ଉତ୍ତର ଜାଣିବା ।

Image Courtesy: Google

୧. ଏମିତି କେଉଁ ଜିନିଷ ଯାହାକୁ ଆମେ ବ୍ୟବହାର କରିବା ପୂର୍ବରୁ ପ୍ରଥମେ ଭାଙ୍ଗିବାକୁ ପଡିଥାଏ ?

ଉତ୍ତର :- ଅଣ୍ଡା

୨. ଏମିତି କେଉଁ କାମ ଯାହାକୁ ପୁରୁଷମାନେ ଠାରେ କରନ୍ତି ଏବଂ ନାରୀମାନେ ସବୁଦିନ କରନ୍ତି ?

ଉତ୍ତର :- ମଥାରେ ସିନ୍ଦୁର ଦେବା

୩. କେଉଁ ବହି ଯାହା କେବେ ଛପା ଯାଇନାହିଁ ?

ଉତ୍ତର :- ଫେସବୁକ

୪. କେଉଁ ଜାଗାରେ ଜଣେ ଚାହିଁଲେ ମଧ୍ୟ ଘୁଙ୍ଘୁଡ଼ି ମାରି ପାରିବ ନାହିଁ ?

ଉତ୍ତର :- ମହାକାଶରେ

୫. ସେ କେଉଁ ଜିନିଷ ଯାହା ଆମେ ନ ଚାହିଁଲେ ବି ଆସିଥାଏ ?

ଉତ୍ତର :- ମୃତ୍ୟୁ

Image Courtesy: Google

୬. ମା ଠାରୁ ଜନ୍ମ ହୁଏ ମା କୁ ଛୁଇଁଲେ ମରିଯାଏ ?

ଉତ୍ତର :- ଲୁଣ

୭. ଏମିତି କେଉଁ ଫଳ ଅଛି ଯିଏ ମିଠା ହେବା ସତ୍ୟେବୀ ବଜାରରେ ବିକା ଯାଏନାହିଁ ?

ଉତ୍ତର :- ଧାର୍ଯ୍ୟର ଫଳ

୮. ତାହା କେଉଁ ଜିନିଷ ଯାହା ଫ୍ରିଜରେ ରହିଲେ ମଧ୍ୟ ଗରମ ରହେ ?

ଉତ୍ତର :- ଗରମ ମସଲା

୯. କାହାର ଡେଣା ନଥିଲେ ମଧ୍ୟ ସେ ଉଡିପାରେ ?

ଉତ୍ତର :- ଗୁଡି

୧୦. ତାହା କେଉଁ ଜିନିଷ ଯାହା ଝିଅମାନେ ବର୍ଷରେ କେବଳ ଥରେ କିଣିଥାନ୍ତି ?

ଉତ୍ତର :- ରାକ୍ଷୀ

Image Courtesy: Google

୧୧. କିଏ ପାଣି ପିଇବା ମାତ୍ରେ ମରିଯାଏ ?

ଉତ୍ତର :- ଶୋଷ

୧୨. ଅଇଲା ଲୋ ମା ଟକଳି ଦିଅଁକୁ ଖାଇଲା, ଦେବତା ଖାଇଲା ଆହୁରି ଖାଇବ ଖଟୁଳି ।

ଉତ୍ତର :- ନିଆ

୧୩. ଗଛଟି ଲଣ୍ଡା, ତା ଉପରେ ବସିଅଛି ଫକୀର ପଣ୍ଡା ।

ଉତ୍ତର :- ଚୁଲି ଉପରେ ହାଣ୍ଡି ।

୧୪. ଏମିତି ଏକ ନାମ କୁହ ଯେଉଁଥିରେ ତାଲା ଏବଂ ଚାବି ଦୁଇଟିଯାକ ରହିଅଛି ?

ଉତ୍ତର :- ଲକି

୧୫. ଗାଈ କ୍ଷୀର ଦିଏ, କୁକୁଡା ଅଣ୍ଡା ଦିଏ କିନ୍ତୁ ସେ କିଏ ଯିଏ ଦୁଇଟିଯାକ ଦିଏ ?

ଉତ୍ତର :- ଦୋକାନୀ ।

Related Articles

Leave a Reply

Your email address will not be published. Required fields are marked *

Back to top button