ଓଡିଶା
ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଗଲା ବାପା – Utkal Mail
କଟକ : ଦୀପାବଳିରେ ଅଘଟଣ । ପୁଅକୁ ବଞ୍ଚାଇବାକୁ ଯାଇ ବୁଡିଗଲେ ବାପା । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନରାଜର କୈବର୍ତ୍ତ ସାହି ଘାଟରେ । ସୂଚନା ଅନୁଯାୟୀ ଆଜି ସକାଳୁ ଶରତ ସାହୁ ନାମକ ଜଣେ ଯୁବକ ତାଙ୍କ ପୁଅକୁ ନେଇ ଗାଧୋଇବାକୁ ନଦୀ ଘାଟକୁ ଯାଇଥିଲେ । ହେଲେ ଅସାବଧାନତା କାରଣରୁ ପୁଅ ନଦୀ ଭିତରକୁ ଚାଲିଯାଇଥିଲା।
ପୁଅକୁ ରକ୍ଷା କରିବାକୁ ମଝି ନଦୀକୁ ଯାଇଥିଲେ ଶରତ। ମାତ୍ର ପୁଅ କୂଳକୁ ଆସିଯାଇଥିଲେ ମଧ୍ୟ ସରୋଜ ବୁଡି ଯାଇଥିଲେ । ପରେ ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ସରୋଜଙ୍କୁ ନଦୀ ମଧ୍ୟରୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ସରୋଜଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।


