ଓଡିଶା

ପୁଅକୁ ବଞ୍ଚାଇବାକୁ ଯାଇ ନଦୀରେ ବୁଡିଗଲା ବାପା – Utkal Mail



କଟକ : ଦୀପାବଳିରେ ଅଘଟଣ । ପୁଅକୁ ବଞ୍ଚାଇବାକୁ ଯାଇ ବୁଡିଗଲେ ବାପା  । ଏଭଳି କିଛି ଅଭାବନୀୟ ଘଟଣା ଘଟିଛି  କଟକ ଜିଲ୍ଲା ନରାଜର କୈବର୍ତ୍ତ ସାହି ଘାଟରେ ।  ସୂଚନା ଅନୁଯାୟୀ ଆଜି ସକାଳୁ ଶରତ ସାହୁ ନାମକ ଜଣେ ଯୁବକ ତାଙ୍କ ପୁଅକୁ ନେଇ ଗାଧୋଇବାକୁ ନଦୀ ଘାଟକୁ ଯାଇଥିଲେ ।  ହେଲେ ଅସାବଧାନତା କାରଣରୁ  ପୁଅ ନଦୀ ଭିତରକୁ ଚାଲିଯାଇଥିଲା।

ପୁଅକୁ ରକ୍ଷା କରିବାକୁ ମଝି ନଦୀକୁ ଯାଇଥିଲେ ଶରତ। ମାତ୍ର ପୁଅ କୂଳକୁ ଆସିଯାଇଥିଲେ ମଧ୍ୟ ସରୋଜ ବୁଡି ଯାଇଥିଲେ । ପରେ ଖବର ପାଇ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ସରୋଜଙ୍କୁ ନଦୀ ମଧ୍ୟରୁ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ସରୋଜଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button