ରାଜନୀତି

ମହିଳା ନେତ୍ରୀଙ୍କୁ ପ୍ରେମ ନିବେଦନ ଘଟଣା: ବିଜେଡିରୁ ନିଲମ୍ବିତ ପରେ ଗିରଫ ହେଲେ ଶଶାଙ୍କ ପରିଡ଼ା – Utkal Mail


ବିଧାୟିକାଙ୍କ ପୁଅ ସହିତ ଅଭିଯୁକ୍ତଙ୍କ କୁଶପୁତ୍ତଳିକା ଦାହ, ଅଭିଯୋଗକାରିଣୀ ନିଲମ୍ବିତ

କେନ୍ଦ୍ରାପଡ଼ା: ନିଜ ଦଳର ମହିଳା ନେତ୍ରୀଙ୍କୁ ପ୍ରେମ ନିବେଦନ କରି ବିଫଳ ହେବା ପରେ ହତ୍ୟା ଧମକ ଦେବା ଘଟଣାରେ କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍‌ ବିଜେଡି ସଭାପତି ଶଶାଙ୍କ ଶେଖର ପରିଡ଼ା ଦଳରୁ ନିଲମ୍ବିତ ହେଲା ପରେ ତାଙ୍କୁ ପୁଲିସ ସନ୍ଧ୍ୟାରେ ଗିରଫ ସହ କୋର୍ଟଚାଲାଣ କରିଛି। ଏଥି ସହିତ ଅଭିଯୋଗକାରିଣୀ ମଧ୍ୟ ନିଲମ୍ବିତ ହୋଇଛନ୍ତି। ଏହି ଘଟଣାକୁ ନେଇ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲଙ୍କ ପୁଅ  ସଂଜୟ ଅଗ୍ରୱାଲଙ୍କ ସହିତ ଅଭିଯୁକ୍ତ ଶଶାଙ୍କ ପରିଡ଼ାଙ୍କ କୁଶପୁତ୍ତଳିକା ଦାହ କରିଛି ବିଜେପି।

ଶଶାଙ୍କ ପରିଡ଼ାଙ୍କୁ ବିଜେଡି ଆଜି ନିଲମ୍ବନ କରିଛି। ଜିଲ୍ଲା ବିଜେଡି ସଭାପତି ଉତ୍କଳ କେଶରୀ ପରିଡ଼ା ଏ ସ˚କ୍ରାନ୍ତରେ ଏକ ପ୍ରେସ୍‌ ବିଜ୍ଞପ୍ତି ଜାରି କରି ଜଣାଇଛନ୍ତି। ସେପେଟ ପାଟକୁରା ବିଜେପି ଆଜି ଏହି ପ୍ରସଙ୍ଗରେ ଗରଦପୁର ବଜାରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଅଭିଯୁକ୍ତ ଶଶାଙ୍କ ଏବ˚ ପାଟକୁରା ବିଧାୟିକାଙ୍କ ପ୍ରତିନିଧି ସ˚ଜୟ ଅଗ୍ରଵାଲ୍‌ଙ୍କ କୁଶପୁତ୍ତଳିକା ଦାହ କରିଛି। କେନ୍ଦ୍ରାପଡ଼ା ଟାଉନ ଥାନା ପୁଲିସ ମଧ୍ୟ ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରିଛି। ଗୋଟିଏପଟେ ଦଳୀୟ କାର୍ଯ୍ୟାନୁଷ୍ଠାନ ଏବ˚ ଅନ୍ୟପଟେ ବିରୋଧୀ ବିଜେପିର ଅଭିଯୁକ୍ତଙ୍କ ସହିତ ସ˚ଜୟଙ୍କ ମୁହଁରେ କାଳି ବୋଳି କୁଶପୁତ୍ତଳିକା ଦାହ କରିବା ଘଟଣା ପାଟକୁରା ରାଜନୀତିକୁ ସରଗରମ କରି ଦେଇଛି।

ଗରଦପୁର ବ୍ଲକ୍‌ ମହିଳା ବିଜେଡି ସାଧାରଣ ସ˚ପାଦିକା ଥିବା ପାଖଡ଼ ପଞ୍ଚାୟତ ବାମରା ଗ୍ରାମର ପୀଡିତାଙ୍କୁ ପ୍ରେମ ନିବେଦନ କରି ଚର୍ଚ୍ଚାକୁ ଆସିଥିଲେ ନିଲମ୍ବିତ ବ୍ଲକ୍‌ ସଭାପତି ଶଶାଙ୍କ ଶେଖର ପରିଡ଼ା। ଅଭିଯୁକ୍ତ ଶଶାଙ୍କ ହେଉଛନ୍ତି ପାଟକୁରା ବିଧାୟିକାଙ୍କ ପୁଅ ସ˚ଜୟଙ୍କ ଘନିଷ୍ଠ ସହଯୋଗୀ। ସେ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ସ˚ପୃକ୍ତ ମହିଳା ନେତ୍ରୀଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହିତ ପ୍ରେମ ନିବେଦନ କରିଥିବା ଅଭିଯୋଗ ହୋଇଥିଲା। ପୀଡ଼ିତା ଗୁରୁବାର ଏ ସ˚କ୍ରାନ୍ତରେ କେନ୍ଦ୍ରାପଡ଼ା ଟାଉନ ଥାନାରେ ଏତଲା ଦେଇଥିଲେ। ଅଭିଯୋଗରେ ଦର୍ଶାଇଥିଲେ ଯେ ବ୍ଲକ୍‌ ସଭାପତିଙ୍କ ଏଭଳି ବାରମ୍ବାର ଅଭଦ୍ର ଆଚରଣ ବିଷୟରେ ବିଧାୟିକାଙ୍କ ପୁଅ ସ˚ଜୟଙ୍କୁ ଜଣାଇଥିଲି। ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ ପତ୍ନୀଙ୍କ ଉପସ୍ଥିତିରେ ସ˚ଜୟଙ୍କୁ ମୋବାଇଲ୍‌ରେ ବାର୍ତ୍ତାଳପ ରେକର୍ଡି˚ର ପ୍ରମାଣ ସହିତ ଜଣାଇଥିଲି। କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦୁହେଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ମାସାଧିକ କାଳ ବିତିବା ପରେ ବି କାର୍ଯ୍ୟାନୁଷ୍ଠାନ ନହେବାରୁ ବାଧୢ ହୋଇ ଥାନାର ଦ୍ବାରସ୍ଥ ହେଲି ବୋଲି ପୀଡ଼ିତା ଅଭିଯୋଗରେ ଦର୍ଶାଇବା ସହିତ ବ୍ଲକ୍‌ ସଭାପତି ଶ୍ରୀ ପରିଡ଼ା ଜୀବନରୁ ମାରିଦେବାକୁ ବାରମ୍ବାର ଧମକ ଦେଉଥିବାରୁ ତାଙ୍କୁ ଏବ˚ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇ ଦେବାକୁ ପୁଲିସକୁ ଗୁହାରୀ କରିଥିଲେ।

ଅନ୍ୟପକ୍ଷରେ ପ୍ରେମ ନିବେଦନ ବାର୍ତ୍ତାଳପର ଏକ ଅଡିଓ ବି ସାମାଜିକ ଗଣମାଧ୍ୟମରେ ଗତ କିଛି ଦିନ ହେବ ଭାଇରାଲ୍‌ ହେବାରେ ଲାଗିଛି। ଯଦିଓ ଭାଇରାଲ୍‌ ହେଉଥିବା ଏହି ଚର୍ଚ୍ଚିତ ଅଡିଓର ସତ୍ୟାସତ୍ୟ ପରୀକ୍ଷିତ ନୁହେଁ, କିନ୍ତୁ ପ୍ରେମ ନିବେଦନ କରୁଥିବା ବ୍ୟକ୍ତି ଜଣକ ବ୍ଲକ୍‌ ସଭାପତି ଶଶାଙ୍କ ପରିଡ଼ା ବୋଲି ସାଧାରଣରେ ଆଲୋଚନା ହେଉଛି। କିନ୍ତୁ ଶ୍ରୀ ପରିଡ଼ା ଏହି ଅଡିଓରେ ଶୁଣାଯାଉଥିବା ସ୍ବର ତାଙ୍କର ନୁହେଁ ବୋଲି କହିବା ସହିତ ମହିଳା ଜଣକ କରିଥିବା ଅଭିଯୋଗକୁ ସ˚ପୂର୍ଣ୍ଣ ମିଛ ବୋଲି କହି ଆସୁଛନ୍ତି।




Related Articles

Leave a Reply

Your email address will not be published. Required fields are marked *

Back to top button