ରାଜନୀତି

ସରକାରୀ ଚାକିରୀ ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଜି ଆମ ସମସ୍ତଙ୍କ ପାଇଁ ଖୁସିର ଦିନ. ନିଯୁକ୍ତି ସମାହାର ଯାହା ଆୟୋଜନ କରାଯାଇଛି। ଏହି ଅବସରରେ ମଞ୍ଚରେ ଉପସ୍ଥିତ ଥିବା ସରକାରଙ୍କ ମନ୍ତ୍ରୀ ଓ ସଚିବଙ୍କ ସମେତ ନବ ନିଯୁକ୍ତ ଏବଂ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଶୁଭେଚ୍ଛା ଜଣାଉଛି।

ଆପଣମାନଙ୍କ ଜୀବନ ଏହା ଏକ ନୂଆ ଅଧ୍ୟାୟ। ଆଜି ଠାରୁ ଓଡ଼ିଶା ଲୋକଙ୍କ ସେବାର ସୁଯୋଗ ପାଇଲେ. ଏପରି ସୁଯୋଗ କମ ଲୋକଙ୍କୁ ମିଳେ. ଆଜିର ଏହି ନିଯୁକ୍ତି ମେଳା ନୂଆ ସରକାରଙ୍କ ଷଷ୍ଠ ମେଳା। ଏହା ଅପୂର୍ବ ସଂଯୋଗ ଆଣିଛି କାରଣ ଆମ ସରକାର ଗତକାଲି ଛ ମାସ ପୂରଣ କରିଛି।

ଏହି ନିଯୁକ୍ତି ମେଳାରେ ୩୭୬ଜଣ ନିଯୁକ୍ତି ପତ୍ର ପାଇଲେ। ଏହା ନିଶ୍ଚିତ ଭାବେ ଜୀବନର ଅଭୁଲା ସ୍ମୃତି। ଆମ ସରକାର ଏହି ସୁଯୋଗ ଆପଣ ମାନଙ୍କୁ ଦେଇଛି. ଗତ ୨୪ ବର୍ଷରେ କି ୧୦ ବର୍ଷ ଭିତରେ ଏହା ହୋଇ ପାରିଥାନ୍ତା। କାହିଁକି ହେଲାନି? ଆପଣ ପରିଶ୍ରମ କରି ସ୍ବପ୍ନ ଦେଖିଲେ।

ଗତ ୨୪ ବର୍ଷ ଭିତରେ ଯେଉଁମାନେ ସରକାରୀ ନିଯୁକ୍ତିରୁ ବଂଚିତ ହେଉଥିଲେ, ଶିକ୍ଷା ସ୍ୱାସ୍ଥ୍ୟ ଓ ଗୃହ ପରି ସରକାରୀ ପଦବୀ ପୂରଣ ଆଭିମୁଖ୍ୟ ରଖି କାହିଁକି ପୂରଣ କରି ପାରିଲେ ନାହିଁ. ଯେଉଁଥି ପାଇଁ ଓଡ଼ିଶାରେ ଶିକ୍ଷା ଓ ସ୍ୱାସ୍ଥ୍ୟରେ ବହୁ ପଛରେ ପଡିଗଲା. ବୋଧେ ଏହି ଶୁଭ କାର୍ଯ୍ୟ ନୂଆ ସରକାର କରିବେ ବୋଲି ଆପଣମାନଙ୍କୁ ଅପେକ୍ଷା କରିବାକୁ ପଡିଲା।
ଶିକ୍ଷିତ ସମାଜ ସେତିକି ବିକଶିତ। ଆଜି ଯଦି ଏହି ଗୁରୁତ୍ୱ ଅନୁଭବ କରିବା, ଶିକ୍ଷା ଓ ସ୍ୱାସ୍ଥ୍ୟ ମାନଦଣ୍ଡରେ ଆଗକୁ ଯାଇ ପାରିନୁ। ମୁଖ୍ୟମନ୍ତ୍ରୀ ଭାବେ ମୁଁ ଏହା ସ୍ପଷ୍ଟ ଭାବେ କହୁଛି. ଗୋଟେ ସରକାର ନିରନ୍ତର ଭାବେ ୨୪ ବର୍ଷ ଶାସନ କରିବା, ହେଲେ ଲକ୍ଷ୍ୟ ହାସଲ ପାଇଁ ଦୀର୍ଘ ମିଆଦି ଯୋଜନା ନ କଲେ ଲକ୍ଷ୍ୟ ହାସଲ କରି ପାରିବା ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button