କ୍ରାଇମ

ପୃଥକ ସ୍ଥାନରେ ଅବକାରୀ ଚଢ଼ଉ, ୧୪୭ ଗ୍ରାମ ବ୍ରାଉନସୁଗାର ଜବତ, ୩ ଗିରଫ – Utkal Mail


ଖୋର୍ଦ୍ଧା: ଅବକାରୀ ପୁଲିସ, ଜିଲ୍ଲା ଭ୍ରାମ୍ୟମାଣ ଅବକାରୀ ଟିମ୍‌, ସଦର ଅବକାରୀ ଟିମ୍‌, ଜଟଣୀ ଅବକାରୀ ଟିମ୍‌ର ମିଳିତ ଚଢ଼ଉରେ ତିନିଟି ପୃଥକ ସ୍ଥାନରୁ ମୋଟ ୧୪୭ ଗ୍ରାମ ବ୍ରାଉନସୁଗାର ଜବତ କରାଯିବା ସହ ଏହି ମାମଲାରେ ୩ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।

ଖୋର୍ଦ୍ଧା ଅବକାରୀ ନିରୀକ୍ଷକ ଆଲୋକ କୁମାର ପ୍ରଧାନଙ୍କ ସୂଚନାନୁସାରେ, ଆଜି ଜଟଣୀ ସୀତାରାମ ଛକ, ଖୋର୍ଦ୍ଧା ଉପକଣ୍ଠ ଗୁରୁଜଙ୍ଗ ମହୋତ୍ସବ ପଡ଼ିଆ, ଗୁରୁଜଙ୍ଗ ଜବହରଲାଲ ନେହେରୁ ନବୋଦୟ ବିଦ୍ୟାଳୟ ନିକଟରେ ଚଢ଼ଉ କରାଯାଇଥିଲା। ଏହି ଚଢ଼ଉରେ ଜଟଣୀ ରାଜା ବଜରାର ସଲିମ ଖାଁ (୩୨) ନିକଟରୁ ୬୫ ଗ୍ରାମ ବ୍ରାଉନସୁଗାର, ଗୁରୁଜଙ୍ଗ ହାଉସିଂ ବୋର୍ଡ କଲୋନୀର ବେଣୁଥର ସିଂହ (୩୧) ଠାରୁ ୫୧ ଗ୍ରାମ, ଗୁରଜଙ୍ଗ ଦେୱାନସାହିର ସର୍ବେଶ୍ବର ବେହେରା (୩୧) ଠାରୁ ୩୧ ଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି। ଜବତ ବ୍ରାଉନସୁଗାର ଆନୁମାନିକ ମୂଲ୍ୟ ୧୪ଲକ୍ଷ ୭୦ହଜାର ଟଙ୍କା ହେବ। ଏନେଇ ଯଥାକ୍ରମେ ତିନିଟି ପୃଥକ ମାମଲା- ୫୬/୨୦୨୩, ୧୬୫/୨୦୨୩, ୯୧/୨୦୨୩ ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଆଜିର ଏହି ଚଢ଼ଉରେ ନିରୀକ୍ଷକ ଆଲୋକ କୁମାର ପ୍ରଧାନ, ଭ୍ରାମ୍ୟମାଣ ନିରୀକ୍ଷକ ନିଳିମା ସ୍ବାଇଁ, ଏସ୍‌ଆଇ ରୋହିତ ଦଣ୍ଡସେନା ଓ ଅନ୍ୟମାନେ ଯୋଗ ଦେଇଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button