ବିଚାର

ଘରେ ନିମ୍ବ ଗଛ ଲଗାଇବା ଦ୍ଵାରା ଶୁଭ ନା ଅଶୁଭ ଫଳ ଦେଇଥାଏ, ଜାଣିନଥିଲେ ଏବେ ହିଁ ଜାଣନ୍ତୁ…

ବନ୍ଧୁଗଣ ନିମ୍ବ ଏମିତି ଗୋଟେ ଔଷଧୀୟ ଗୁଣଭରା ଗଛ ହୋଇଥାଏ, ଯାହା ଦ୍ଵାରା ମଣିଷକୁ ବହୁତ ଲାଭ ପ୍ରାପ୍ତ ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ନିମ୍ବ ଗଛରେ ଶନି ଓ କେତୁ ବାସ ହୋଇଥାଏ । ତେବେ ମନୁଷ୍ୟର କିଛି ଭୁଲ କାର୍ଯ୍ୟ ଦ୍ଵାରା ଯଦି ଶନି ଓ ରାହୁ ରାଗିଯାଇଥାନ୍ତି । ତେବେ ଜୀବନରେ ସମସ୍ଯା ଆସିଥାଏ । ତେବେ ଏମାନେ ଶାନ୍ତ ରହିଲେ ଜୀବନରେ ସମସ୍ଯା କମିଯାଇଥାଏ । ତେବେ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ହିନ୍ଦୁ ଧର୍ମରେ ନିମ୍ବ ଗଛକୁ ମା’ ଦୂର୍ଗାଙ୍କ ରୂପ କୁହାଯାଏ ।

ଏହି ଗଛ କାର୍ଯ୍ୟସ୍ଥଳରେ ଲଗାଇଲେ ଆପଣଙ୍କ ସବୁ ପ୍ରକାର ବାସ୍ତୁ ଦୋଷ ସମାପ୍ତ ହୋଇଥାଏ ଓ ଏହାର ପବନ ଦ୍ଵାରା ବା ଏହାକୁ ଜଳାଇଲେ ତାହାର ଧୂଆଁ ଦ୍ଵାରା ସବୁ ପ୍ରକାର ନକାରାତ୍ମକ ଊର୍ଜା ଦୂର ହୋଇଥାଏ । ତେବେ ନିମ୍ବ ଗଛ ଘରେ ଲଗାଇବା ବହୁତ ଶୁଭ ହୋଇଥାଏ, ସେଥିପାଇଁ ଘରେ ବା କାର୍ଯ୍ୟ ସ୍ଥଳରେ ନିମ୍ବ ଗଛ ଲଗାଇବା ଉଚିତ । ଏହା ବହୁତ ପ୍ରକାର ରୋଗ ନିବାରଣ କରିଥାଏ । ନିମ୍ବ ଗଛର ପବନ ନିଶ୍ଵାସ ନେଲେ ଆପଣଙ୍କ ଶରୀର ଭିତର ବହୁତ ପ୍ରକାର ଇନଫେକସନ ଭଲ ହୋଇଥାଏ ।

ନିମ୍ବ ଗଛ ଲଗାଇବା ଦ୍ଵାରା ପିତୃ ପ୍ରସନ୍ନ ହୁଅନ୍ତି ଓ ପିତୃ ଦୋଷ ଦୂର ହୋଇଥାଏ । ଏହା ଛଡା ନିମ୍ବ ଗଛକୁ ଦେବୀ ମାତାଙ୍କ  ବାସସ୍ଥଳୀ କୁହାଯାଇଥାଏ । ତେବେ ମକର ଓ କୁମ୍ଭ ରାଶି ଲୋକଙ୍କ ପାଇଁ ନିମ୍ବ ଗଛ ବହୁତ ଲାଭକାରୀ ହୋଇଥାଏ । ଏହି ଗଛକୁ ଲଗାଇବା ଦ୍ଵାରା ଆମ ଜୀବନରେ ସବୁ ପ୍ରକାର ସୁଖ ଶାନ୍ତି ଆସିଥାଏ । ତେବେ ମକର ଓ କୁମ୍ଭ ରାଶିର ଲୋକ ନିଜ ଜୀବନରେ ଥରେ ଯାହା ହେଲେ ନିମ୍ବ ଗଛ ଲଗାନ୍ତୁ ।

ବାସ୍ତୁ ଶାସ୍ତ୍ର ଅନୁଯାଇ ଯେଉଁ ଲୋକ ନିମ୍ବ ଗଛ ଦ୍ଵାରା ନିର୍ମିତ ଖଟରେ ଶୁଅନ୍ତି ତାଙ୍କୁ କୌଣସି ପ୍ରକାର ତ୍ଵଚା ରୋଗ ହୋଇନଥାଏ, ତେବେ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଯେଉଁ ଲୋକ ନିମ୍ବ କାଠର ମାଳ ବେକରେ ଧାରଣ କରନ୍ତି, ତାଙ୍କ ଉପରେ ଶନିଦଶା ରହିଲେ ମଧ୍ୟ କିଛି ଅଶୁଭ ପ୍ରଭାବ ପଡିନଥାଏ ।

ଯଦି ଆପଣ ମଧ୍ୟ ନିଜ ଘରେ ନିମ୍ବ ଗଛ ଲଗାଇବା ପାଇଁ ଇଛା କରନ୍ତି । ତେବେ ନିଜ ଘରର ଦକ୍ଷିଣ ଦିଗରେ ନିମ୍ବ ଗଛ ଲଗାନ୍ତୁ ଓ ଏହାର ଠିକ ଭାବେ ଯତ୍ନ ନିଅନ୍ତୁ । ଏହା ଆପଣଙ୍କ ଜୀବନ ଉପରେ ସକାରାତ୍ମକ ଊର୍ଜା ପ୍ରଭାବ ପକାଇଥାଏ । ଆପଣ ଚାହିଁଲେ ନିମ୍ବ ଗଛ ଉତ୍ତର ଦକ୍ଷିଣ ଦିଗରେ ମଧ୍ୟ ଲଗାଇ ପାରିବେ । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ମଙ୍ଗଳ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button