ବିଚାର

ଏହି ୬ଟି ଅଭ୍ୟାସ ଠାରୁ ସତର୍କ ରୁହନ୍ତୁ , ନଚେତ ଦାରିଦ୍ର୍ୟତା ଆସିପାରେ

ଭଲ ଜୀବନ ଅତିବାହିତ କରିବାପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ର ଗ୍ରନ୍ଥରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ତାଙ୍କ ନୀତି ବ୍ୟକ୍ତିଙ୍କୁ ବଞ୍ଚିବାର କଳା ଶିଖାଇଥାଏ। ସେ ଶ୍ଳୋକ ମାଧ୍ୟମରେ କହିଛନ୍ତି ଯେ ବ୍ୟକ୍ତିଙ୍କୁ କେଉଁ ସବୁ ଅଭ୍ୟାସ ଗୁଡିକୁ ତ୍ୟାଗ କରିଦେବା ଉଚିତ। ଆସନ୍ତୁ ସେହି ୬ ଜଣ ଲୋକଙ୍କ ବିଷୟରେ ଜାଣିବା। କୁଚୈଳିନଂ ଦନ୍ତମଳପଧାରିନଂ ବ୍ରହ୍ମଶିନଂ ନିଷ୍ଠୁରଭାସିଣମ ଚ । ସୂର୍ଯ୍ୟୋଦୟେ ଚାସ୍ତମିତେ ଶୟାନଂ ବିମୁଚତିଶ୍ରୀୟାର୍ଦୀ ଚକ୍ରପାଣିଃ ।। ବ୍ୟକ୍ତିଙ୍କୁ ସଦା ସର୍ବଦା ପରିଷ୍କାର ପରିଛନ୍ନତା ଉପରେ ଧ୍ୟାନ ଦେବା ଉଚିତ। ଖରାପ ପୋଷାକ ପିନ୍ଧୁଥିବା ବ୍ୟକ୍ତିଙ୍କ ନିକଟକୁ କେବେ ମଧ୍ୟ ଲକ୍ଷ୍ମୀ ଆସନ୍ତି ନାହିଁ। ଏଭଳି ଲୋକ ଚାରିଆଡୁ ତିରସ୍କୃତ ହୋଇଥାନ୍ତି। ଖରାପ ଦାନ୍ତ ଯୁକ୍ତ ବ୍ୟକ୍ତିଙ୍କ ନିକଟରେ କେବେ ମଧ୍ୟ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ। ସେମାନଙ୍କୁ ଦାରିଦ୍ର୍ୟତାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଏଥିସହିତ ଦାନ୍ତକୁ ପରିଷ୍କାର କରୁଥିବା ବ୍ୟକ୍ତିଙ୍କ ଉପରେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିଥାଏ। ଆବଶ୍ୟକତା ଠାରୁ ଅଧିକ ଭୋଜନ କରୁଥିବା ବ୍ୟକ୍ତି କେବେ ମଧ୍ୟ ଧନୀ ହୋଇପାରିବେ ନାହିଁ। ଦରିଦ୍ର ବ୍ୟକ୍ତି ଗରିବତା ମଧ୍ୟରେ ପ୍ରବେଶ କରିଥାଏ।

Google

କଠୋର କଥା କହୁଥିବା ବ୍ୟକ୍ତି ଧନୀ ହୋଇପାରିବେ ନାହିଁ। ଚାଣକ୍ୟଙ୍କ ଅନୁଯାୟୀ , ବ୍ୟକ୍ତିଙ୍କ କଥା ଦ୍ୱାରା ଆଉ ଜଣେ ବ୍ୟକ୍ତି ଯେପରି ଦୁଃଖିତ ନ ହୁଅନ୍ତି , ସେ କଥା ଉପରେ ବିଶେଷ ଧ୍ୟାନ ଦେବା ଉଚିତ। ଅଧିକ ଶୋଉଥିବା ବ୍ୟକ୍ତିଙ୍କ ନିକଟକୁ ମଧ୍ୟ ମାତା ଲକ୍ଷ୍ମୀ ଆସନ୍ତି ନାହିଁ। ଏଭଳି ବ୍ୟକ୍ତି ମଧ୍ୟ କେବେ ଧନୀ ହୋଇପାରନ୍ତି ନାହିଁ। ବିନା କାରଣରେ ଶୋଇବା କ୍ଷତିକାରକ ହୋଇପାରେ। ପ୍ରତାରଣା ଏବଂ ବେଇମାନି କରି ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ଅଧିକ ଦିନ ପର୍ଯ୍ୟନ୍ତ ଧନୀ ହୋଇ ରହିପାରନ୍ତି ନାହିଁ। ସେ ଖୁବଶୀଘ୍ର ନିଜର ଟଙ୍କା ହରାଇ ବସନ୍ତି। ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଆପଣଙ୍କ ଦିନ ଶୁଭ ହେଉ । ଜୟ ମା ଲକ୍ଷ୍ମୀ ।

Related Articles

Leave a Reply

Your email address will not be published. Required fields are marked *

Back to top button