କେଉଁ ଦିନ ଘରେ ରୁଟି ବନାଇଲେ ହୋଇଥାଏ ଅଶୁଭ ! ଯେଉଁ କାରଣରୁ କ୍ରୋଧିତ ହୋଇଥାନ୍ତି ମାତା ଲକ୍ଷ୍ମୀ – Anuchinta

ବନ୍ଧୁଗଣ ଆମ ଓଡିଆ ମାନଙ୍କର ଭାତ ପ୍ରଧାନ ଖାଦ୍ୟ ହୋଇଥିଲେ ମଧ୍ୟ ବହୁତ ଲୋକ ରୁଟି ଖାଇବାକୁ ମଧ୍ୟ ଭଲ ପାଇଥାନ୍ତି । ତେଣୁ ଯଦି ଦିନ ସମୟରେ ସେମାନେ ଭାତ କରି ଖାଇଥାନ୍ତି । ରାତିରେ ବହୁତ ଲୋକଙ୍କ ଘରେ ରୁଟି ହୋଇ ଖିଆଯାଇଥାଏ । ଅପର ପକ୍ଷରେ ହିନ୍ଦୁ ଧର୍ମରେ କିଛି ଏମିତି ଦିନ ଥାଏ ସେଦିନ ରୁଟି ତିଆରି କରିବା ଉଚିତ ନୁହେଁ । ଏକାଦଶୀ ତିଥିଦିନ ଯଦି ଆପଣ ଭାତ ନଖାଇ ରୁଟି ଖାଇବେ ତେବେ ଆପଣଙ୍କୁ ପୂଣ୍ୟ ମିଳିବ ।
କିନ୍ତୁ କିଛି ଦିନ ଏମିତି ଅଛି ସେଦିନ ରୁଟି ବନେଇବା ଉଚିତ ହୋଇନଥାଏ । ଏହି ଅବସରରେ ରୁଟି ବନେଇବା ଅଶୁଭ ପରିଣାମ ମିଳିଥାଏ ବୋଲି ଏମିତି କିଛି ଲୋକକଥା ରହିଛି । ଆସନ୍ତୁ ଜାଣିବା କେଉଁ ଦିନ ରୁଟି ବନେଇବା କଥା ନୁହେଁ ।
ମୃତ୍ୟୁ :- ଘରେ ଯେବେ କାହାର ମୃତ୍ୟୁ ହୋଇଯାଏ ୧୩ ଦିନର ବିଧିପରେ ଯାଇ ଘରେ ରୁଟି ବନାଯାଏ । ମାନାଯାଏକି ଯଦି ୧୩ ଦିନ ପୂର୍ବରୁ ରୁଟି ବନାଯାଏ ତ ମୃତ ବ୍ଯକ୍ତିର ସୂକ୍ଷ୍ମ ଶରୀରରେ ଛାଲା ପଡିଯାଏ । ମୃତ୍ୟୁ ପରେ ଯେଉଁ ପିଣ୍ଡ ଦିଆଯାଏ, ସେଥିରେ ମୃତ ବ୍ୟକ୍ତିର ସୂକ୍ଷ୍ମ ଶରୀର ଠିକ ହୋଇଯାଏ । ତାର ଆତ୍ମାକୁ ଯମଦେବତାଙ୍କ ଦରବାରରେ ପହଞ୍ଚାଇ ଦିଆଯାଏ ।
ଶୀତଳାଷ୍ଟମୀ :- ଶୀତଳାଷ୍ଟମୀ ଦିନ ମାତା ଶୀତଳାଙ୍କର ପୂଜା କରାଯାଇଥାଏ । କୁହାଯାଏ କି ନିଷ୍ଠା ମନରେ ପୂଜା କଲେ ମା’ ଆରୋଗ୍ୟର ବରଦାନ ଦେଇଥାନ୍ତି । ଏହିଦିନରେ ରୁଟି ବନାଯାଏ ନାହିଁ । କୁହାଯାଏକି ଶୀତଳାଷ୍ଟମିରେ ରୁଟି ବନେଇଲେ ଶୀତଳା ମାତା ରାଗନ୍ତି । ଏହାସହିତ ଚର୍ମ ରୋଗ ହେବାର ମଧ୍ୟ ସମ୍ଭାବନା ରହିଥାଏ ।
ଶରତ ପୂର୍ଣ୍ଣିମା;- ଏହିଦିନରେ ଚନ୍ଦ୍ରମା ୧୬ କାଳରେ ପୂର୍ଣ୍ଣ ହୋଇଥାଏ । ଶାସ୍ତ୍ର ହିସାବରେ ଏହି ତିଥିରେ ମା’ ଲକ୍ଷ୍ମୀଙ୍କ ଜନ୍ମ ହୋଇଥିଲା । ଏହି ଦିନରେ ମା’ ଲକ୍ଷ୍ମୀଙ୍କ ସ୍ଵାଗତ କରାଯାଏ ଓ ଖିରୀ ପୁରୀର ଭୋଗ ଲଗାଯାଏ । ରାତିରେ ଖିରୀ ତିଆରି କରି ଚନ୍ଦ୍ରର ରଶ୍ନିରେ ରଖିଦିଅନ୍ତି ଓ ସକାଳେ ଭୋଗ ଗ୍ରହଣ କରାଯାଏ । ଏହିଦିନରେ ମିଠାର ଭୋଗ କରାଯାଇଥାଏ, ସେଥିପାଇଁ ଏହିଦିନରେ ଘରେ ରୁଟି ବନାଯାଏ ନାହିଁ । ଏମିତି କରିବା ଦ୍ଵାରା ମା ଲକ୍ଷ୍ମୀ ରାଗିଥାନ୍ତି ।
ଦୀପାବଳି :- ମାତା ଲକ୍ଷ୍ମୀଙ୍କ ସହିତ ସମ୍ବନ୍ଧିତ ଯେତେବି ପୂଜାପର୍ବ ରହିଛି ସେଥିରେବ ରୁଟି ବନାଯାଏ ନାହିଁ । ଦୀପାବଳିକୁ ମାତା ଲକ୍ଷ୍ମୀଙ୍କ ପୂଜାର ଦିନ ବୋଲି କୁହାଯାଏ । ମାତାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ରାତିରେ ଲକ୍ଷ୍ମୀଙ୍କ ଧ୍ୟାନ କରିବା ଉଚିତ । ଏହି ଦିନରେ ଘରେ ବହୁତ ପ୍ରକାର ଖାଦ୍ୟ ରନ୍ଧାଜାଇଥାଏ ଓ ମିଠାର ଭୋଗ କରାଯାଇଥାଏ ।