ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡ
ନୂଆଦିଲ୍ଲୀ: ଚଳିତ ବର୍ଷର ସବୁଠାରୁ ଶକ୍ତିଶାଳୀ ସାମୁଦ୍ରିକ ଝଡର ସାମ୍ନା କରିବ ଜାପାନ ଓ ଚୀନ। ଝଡ ପୂର୍ବତର ଚୀନ ସାଗର ଓ ଜାପାନର ଦକ୍ଷିଣାଞ୍ଚଳରେ ଅଧିକ କ୍ଷୟକ୍ଷତି କରିବାର ଆଶଙ୍କା ରହିଛି।ଏହି ଝଡର ନାମକରଣ ହୋଇଛି ଇନାମନୋର।
ୟୁଏସ ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର ବା ଜେଟିସିଡବ୍ଲୁ ମୁତାବକ, ସୁରପର ଟାଇଫୁନ ଇନାମନୋର ଘଣ୍ଟା ପ୍ରତି ୨୫୭- ୩୧୪ କିମି ବେଗରେ ଗତିକରିବ। ବର୍ତ୍ତମାନ ଏହା ଗଭୀର ସମୁଦ୍ରରେ ଗତି କରୁଛି। ଜାପାନ ଓ ଚୀନ ଆଗକୁ ପ୍ରବଳ ବେଗରେ ଗତି କରୁଛି। ଏହାର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ସମ୍ଭାବନା ରହିଛି। ଏହାକୁ କ୍ୟାଟେଗୋରି ୫ ଅନ୍ତର୍ଭୁକ୍ତ କରାଯାଇଛି। ଏହାର ପ୍ରଭାବରେ ସମୁଦ୍ରରେ ୧୫ ମିଟର ଉଚ୍ଚର ଜୁଆର ଉଠିବା ଅନୁମାନ କରାଯାଇଛି।
ଜାପାନ ମୌସମ ବିଭାଗ ଅନୁଯାୟୀ, ସାମୁଦ୍ରିକ ଝଡ ଇନାମନୋରର ଗତିକୁ ନେଇ ଏହାକୁ ୨୦୨୨ରୁ ସବୁଠାରୁ ବଡ ଝଡ। ବୁଧବାର ସକାଳ ୧୦ଟାରେ ଝଡ ଜାପାନର ଓକିନାବାରୁ ୨୩୦ କିଲୋମିଟ ଦୂର ପୂର୍ବରେ ଥିଲା। ଏହାର ଉତ୍ତର ପୂର୍ବ ସ୍ଥିତ ରୟୁକୁ ଦ୍ବୀପ ଆଡକୁ ଗତିକରିବାର ଅନୁମାନ କରାଯାଉଛି।
ୟୁଏସ ଜେଟିଡବ୍ଲୁସି ଅନୁଯାୟୀ, ଆଗାମୀ ଦିନର ଏହି ଶକ୍ତିଶାଳୀ ସାମୁଦ୍ରିକ ଝଡ ଦୁର୍ବଳ ହୋଇପାରେ। କଲୋରାଡୋ ଷ୍ଟେଟ ୟୁନିଭର୍ସିଟିର ମୁଖ୍ୟ ଫିଲ କ୍ଲାଣ୍ଟଜବୈକ କହିଛନ୍ତି କି, ଆମ ନିକଟରେ ବହୁ ବର୍ଷର ରେକର୍ଡ ରହିଛି। ୭୦ ବର୍ଷ ଭିତରେ ଅଗଷ୍ଟ ମାସରେ ଏମିତି ଶକ୍ତିଶାଳୀ ଝଡ ୨ ଥର ଦେଖିବାକୁ ମିଳିଛି। ୧୯୬୧ ଓ ୧୯୯୭ରେ ଏପରି ଶକ୍ତିଶାଳୀ ସାମୁଦ୍ରିକ ଝଡ ଅଗଷ୍ଟ ମାସରେ ଦେଖାଦେଇଥିଲା। ବର୍ତ୍ତମାନ ଇନାମନୋର ଆସୁଛି।