ଦେଶ ବିଦେଶ

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡ: ଅନ୍ତିମ ପର୍ଯ୍ୟାୟରେ ଟ୍ରସ, ସୁନକ

ନ୍ୟୁୟର୍କ: କଞ୍ଜରବେଟିବ ପାର୍ଟି ନେତା ଓ ବ୍ରିଟିଶ ପ୍ରଧାନମନ୍ତ୍ରୀ ଦୌଡର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚି ଯାଇଛନ୍ତି ପୂର୍ବତନ ବ୍ରିଟେନ ଅର୍ଥମନ୍ତ୍ରୀ ରୁଷି ସୁନକ। ସୁନକ ଅନ୍ତିମ ପର୍ଯ୍ୟାୟରେ ବ୍ରିଟେନକୁ ଦୁନିଆର ସର୍ବଶ୍ରେଷ୍ଠ ଦେଶ କରିବାକୁ ଦିନ ରାତି କାମ କରିବାକୁ ସଂକଳ୍ପ ନେଇଛନ୍ତି।

ସୁନକ ପ୍ରଚାର ପାଇଁ ଉଦ୍ଦିଷ୍ଟ ରେଡି ଫର ରୁଷି ମଙ୍ଗଳବାର ରାତିରେ ଜାରି ବୟାନରେ ତାଙ୍କ ସପକ୍ଷରେ କହିଛି କି,  କାହାର ଲାଳନ ପାଳନ, ପରିବାର ବୃଦ୍ଧି, କାରବାର ସ୍ଥାପନ କରିବାରେ ବ୍ରିଟେନ ଦେଶର ସର୍ବଶ୍ରେଷ୍ଠ ଦେଶ ଓ ଏହା ଆମ ଭବିଷ୍ୟତକୁ ଉଜ୍ଜଳ ମନେ ହେଉଛି। ତେବେ ସେଠାରେ ପହଞ୍ଚିବାକୁ ଆମକୁ ଚ୍ୟାଲେଞ୍ଜର ସମ୍ମୁଖୀନ ଦକ୍ଷତା ଓ ବିଶ୍ବସଭାଜନ ହୋଇ କରିବାକୁ ହେବ।

ସେ ଆହୁରି କହିଛନ୍ତି, ମୋ ନିକଟରେ ସଠିକ ଯୋଜନା ରହିଛି, ଯାହା କଞ୍ଜରଭେଟିବ ମୂଲ୍ୟାଙ୍କନ ବହନ କରୁଛି ଓ ମୁଁ ଏହି ଦୌଡରେ ପ୍ରଥମରୁ ସ୍ପଷ୍ଟ ରହିଛି। ମୁଦ୍ରାସ୍ପିତିର ସଠିକ ପରିଚାଳନା ଦିଗରେ ମୁଁ ସର୍ବଦା ବିଶ୍ବସ୍ତ ରହିଆସିଛି। ମୁଁ ବ୍ରିଟେନକୁ ଭଲପାଏ। ମୁଁ ଯେଉଁ ଦେଶକୁ ଭଲପାଏ ତାର ତଥା ଦଳର ମଙ୍ଗଳ ପାଇଁ ଦିନ ରାତି କାମ କରିବି।

ପ୍ରଧାନମନ୍ତ୍ରୀ ନିର୍ବାଚନରେ ସବୁ ପର୍ଯ୍ୟାୟକୁ ଦକ୍ଷତାର ସହ ସମ୍ମୁଖୀନ କରି ଆସିଛନ୍ତି । ସେ ଶେଷ ପର୍ଯ୍ୟୟରେ ପହଞ୍ଚିଥିଲେ ମଧ୍ୟ ଅନ୍ତିମ ଦୌଡରେ ପଛରେ ପଡିଯାଇଛନ୍ତି। ତାଙ୍କ ପ୍ରତିଦ୍ବନ୍ଦ୍ବୀ ଟ୍ରସ ଆଗରେ ରହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button