ଦେଶ ବିଦେଶ

ରାସ୍ତା ଦୁର୍ଘଟଣାରେ ଯାଇଥିଲା ପତ୍ନୀ ଓ ପୁଅର ଜୀବନ, ଟ୍ରାଭେଲ ଏଜେନ୍ସି ଦେବ ୫୦ ଲକ୍ଷ ଟଙ୍କା – Utkal Mail


ନୂଆଦିଲ୍ଲୀ: ଚାରି ବର୍ଷ ପୂର୍ବେ ସଡ଼କ ଦୁର୍ଘଟଣାରେ ଲୋକପ୍ରିୟ ସାମ୍ବାଦିକା କାନୁପ୍ରିୟା ସେହଗାଲଙ୍କ ସମେତ ମୋଟ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା। ଆଉ ଏହି ଘଟଣାକୁ ନେଇ ଟ୍ରାଭେଲ ଏଜେନ୍ସିକୁ ବର୍ତ୍ତମାନ ଜରିମାନା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି | କାନୁପ୍ରିୟାଙ୍କ ପରିବାରକୁ କ୍ଷତିପୂରଣ ହିସାବରେ ଟ୍ରାଭେଲ ଏଜେନ୍ସି ଥୋମାକ୍ କୁକ୍ ଆଣ୍ଡ ରେଡ୍ ଆପଲ୍ ଟ୍ରାଭେଲ୍ସ ୫୦ ଲକ୍ଷ ଟଙ୍କା ଦେବ ବୋଲି କଂଜୁମର ଫୋରମ୍ ନିର୍ଦ୍ଦେଶ ଦେଇଛନ୍ତି। ଏହି ଦୁର୍ଘଟଣାରେ କାନୁପ୍ରିୟାଙ୍କ ସହ ତାଙ୍କ ପୁଅ ଏବଂ ପିତାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା | ସାମ୍ବାଦିକା କାନୁପ୍ରିୟା ସେହଗାଲ, ପୁଅ ଶ୍ରେୟ ସେହଗାଲ ଏବଂ ତାଙ୍କ ପିତା ତଥା ପ୍ରସିଦ୍ଧ ଲେଖକ ଗଙ୍ଗା ପ୍ରସାଦ ଭିମଲ ଡିସେମ୍ବର ୨୦୧୯ରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଶ୍ରୀଲଙ୍କାର କଲମ୍ବୋରେ ଏହି ଦୁର୍ଘଟଣା ଘଟିଥିଲା | ​ତାଙ୍କ ଭ୍ୟାନ୍ ଏକ କଣ୍ଟେନରରେ ଧକ୍କା ହୋଇଥିଲା।

ଏହି ଦୁର୍ଘଟଣାରେ ୫୨ ବର୍ଷୀୟ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ସେହିପରି କାନୁପ୍ରିୟାଙ୍କ ସ୍ୱାମୀ ଯୋଗେଶ ସେହଗାଲ ଏବଂ ଝିଅ ମଧ୍ୟ ଆହତ ହୋଇଥିଲେ। ବର୍ତ୍ତମାନ ପ୍ରାୟ ଚାରି ବର୍ଷ ପରେ ଯୋଗେଶ ସେହଗାଲଙ୍କୁ କ୍ଷତିପୂରଣ ଦେବାକୁ ଗ୍ରାହକ ବିବାଦ ସମାଧାନ ଫୋରମ୍ ନିର୍ଦ୍ଦେଶ ଦେଇଛନ୍ତି । ଫୋରମ୍ ପକ୍ଷରୁ କୁହାଯାଇଛି ଯେ ଟ୍ରାଭେଲ୍ ଏଜେନ୍ସି ପକ୍ଷରୁ ଅବହେଳା କରାଯାଇଥିଲା ଏବଂ ସେମାନଙ୍କୁ ଦୋଷମୁକ୍ତ କରାଯାଇପାରିବ ନାହିଁ। ତେବେ ସେହଗାଲ ପରିବାର ୮.୯ କୋଟି ଟଙ୍କା କ୍ଷତିପୂରଣ ଦାବି କରିଥିଲେ। ଯୋଗେଶ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଏହି ଦୁର୍ଘଟଣା ତାଙ୍କ ପରିବାର ଉପରେ ଗୁରୁତର ପ୍ରଭାବ ପକାଇଥିଲା | କୁନି ଝିଅ ଏବେ ବି ମାନସିକ ସମସ୍ୟା ଦେଇ ଗତି କରୁଛି |ଯୋଗେଶ କହିଛନ୍ତି ଯେ ସେ ନିଜେ ନିଜ କାମକୁ ଠିକ୍ ଭାବରେ କରିବାରେ ଅସମର୍ଥ ଏବଂ ସଠିକ୍ ଭାବରେ ଶୋଇପାରୁ ନାହାଁନ୍ତି। ଫୋରମ୍ କହିଛି ଯେ ଯଦି ଏହି ଟ୍ରାଭେଲ ଏଜେନ୍ସି ୩ ମାସ ମଧ୍ୟରେ ୫୦ ଲକ୍ଷ ଟଙ୍କା ଦେବେ ନାହିଁ, ତେବେ ସେମାନଙ୍କୁ ଅତିରିକ୍ତ ୧୦ ଲକ୍ଷ ଟଙ୍କା ଦେବାକୁ ପଡିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button