ଦେଶ ବିଦେଶ

ମୋଦିଙ୍କୁ ଆମେରିକୀୟ କୋର୍ଟଙ୍କ ସମନ

କଲମ୍ବିଆ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଅନ୍ୟ ବହୁ ଭାରତୀୟଙ୍କ ବିରୋଧରେ ମାମଲା। ମାମଲାକୁ ନେଇ ଆମେରିକାର କଲମ୍ବିଆ ଜିଲ୍ଲା କୋର୍ଟ ଜାରିକରିଛି ସମନ। ମୋଦି ତଥା ଅନ୍ୟମାନଙ୍କ ବିରୋଧରେ ଭ୍ରଷ୍ଟାଚାର ଓ ବିରୋଧୀଙ୍କ ବିପକ୍ଷରେ ପେଗାସସ୍ ସ୍ପାଇ ୱେୟାର ବ୍ୟବହାର କରିବା ନେଇ ହୋଇଛି ଅଭିଯୋଗ।

କଲମ୍ବିଆ ଡିଷ୍ଟ୍ରିକ୍ଟ କୋର୍ଟରେ ଜଣେ ଭାରତୀୟ ଆମେରିକୀୟ ଡାକ୍ତର ଏକ ଲସୁଟ ଦାୟର କରି ମୋଦି, ରେଡି, ଅଦାନୀ ତଥା ୱାର୍ଲ୍ଡ ଇକୋନୋମିକ ଫୋରମର ଅଧ୍ୟକ୍ଷ ପ୍ରଫେସର କ୍ଲାଉସ ସଚୱାବଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲା ଦାୟର କରିଛନ୍ତି। ଡାକ୍ତର ଲୋକେଶ ଭୁୟୁର୍ରୁ ହେଉଛନ୍ତି ରିଚମଣ୍ଡ ବେସ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ ମୂଳତଃ ଆନ୍ଧ୍ର ପ୍ରଦେଶର।

ଯାଚିକାରେ ଲୋକେଶ ଉଲ୍ଲେଖ କରିଛନ୍ତି କି, ମୋଦି, ରେଡି, ଆଦାନୀ ଅନ୍ୟ କେତେଜଣ ଭ୍ରଷ୍ଟାଚାରରେ ଲିପ୍ତ। ସେମାନେ ଦେଶରୁ ବହୁ ପରିମାଣର ଅର୍ଥ ଆମେରିକାରେ ନିବେଶ କରିଛନ୍ତି। ଏଥିସହ ପେଗାସସ୍ ସ୍ପାଇଓୟାର ମାଧ୍ୟମରେ ବିରୋଧଙ୍କ ବିରୋଧରେ ଗୁଇନ୍ଦାଗିରି କରୁଥିବା ନେଇ ମେ ୨୪ରେ ଲୋକେଶ ଲସୁଟ ଦାୟର କରିଥିଲେ।

ତେବେ ତାଙ୍କ ଏହି ସୁଟ ବ୍ୟର୍ଥ ଥିବା କହିଛନ୍ତି ଭାରତୀୟ ଆମେରିକୀୟ ଆଟର୍ନି ରବି ବାତ୍ରା। କୌଣସି ପ୍ରମାଣ ବିନା ସେ ଏଠାର ଅଦାଲତଙ୍କ ସମୟ ଅପଚୟ କରିଥିବା କୁହାଯାଇଛି। ସେପଟେ ମାମଲାରେ ହୋଇଥିବା ସମନର କପି ଭାରତୀୟ ନେତାଙ୍କୁ କରିଛନ୍ତି।

ବାତ୍ରା କହିଛନ୍ତି, ଲୋକେଶଙ୍କ ହାତରେ ବହୁ ସମୟ ଅଛି। ତେଣୁ ବିନା ପ୍ରମାଣରେ ୫୩ ପୃଷ୍ଟାର ଅଭିଯୋଗ ଦାୟର କରି ଫେଡେରାଲ କୋର୍ଟଙ୍କ ସମୟ ଅପଚୟ କରିଛନ୍ତି। ତେଣୁ ତାଙ୍କ କେଶ ଲଢିବାକୁ କେହି ଓକିଲ ରାଜି ନ ଥିବା ସେ ପିଟିଆଇକୁ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button