ଚଳିତ ବର୍ଷ ପବିତ୍ର ମହା ଦଶହରାରେ 5 ରାଶିରେ ଅଚାନକ ଧନ ବର୍ଷା ! ମା’ ଦୂର୍ଗାଙ୍କ କୃପାରୁ ଭାଗ୍ୟ ଚମକିବ…

ଶାରଦୀୟ ଦୂର୍ଗାପୂଜାର ଅନେକ ଶୁଭେଚ୍ଛା ଓ ଶୁଭକାମନା ! ମା’ ଦୂର୍ଗାଙ୍କର ବିଶେଷ କୃପାରୁ ଆପଣଙ୍କର ଜୀବନ ସୁଖମୟ ହେଉ । ହଁ ବନ୍ଧୁଗଣ ମା’ ଙ୍କ କୃପାରୁ ପବିତ୍ର ଦୂର୍ଗାପୂଜାର ଅବସରରେ 5 ଟି ରାଶିର ଭାଗ୍ୟ ବଦଳିବା ପାଇଁ ଯାଉଛି । ଯେଉଁ ରାଶିର ବ୍ୟକ୍ତିବିଶେଷ ମାନେ ନିଜ ଆଶା ଠାରୁ ଅଧିକ କିଛି ମା’ ଙ୍କ କୃପାରୁ ପାଇବା ପାଇଁ ଯାଉଛନ୍ତି । ତେବେ ଚାଲନ୍ତୁ ବନ୍ଧୁଗଣ ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ଆଲୋଚନା କରିବା ।
କନ୍ୟା ରାଶି;- ମା’ ଦୂର୍ଗାଙ୍କର କୃପା ଏହି କନ୍ୟା ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଏଥର ଦଶହରାରେ ପଡିବା ପାଇଁ ଯାଉଛି । ମା’ ଙ୍କ ଆଶ୍ରୀବାଦ କାରଣରୁ ପରିବାରରେ ଶାନ୍ତିର ବାତାବରଣ ରହିବ । ପରିବାର ସଦସ୍ୟ ତଥା ବନ୍ଧୁପରିଜନଙ୍କ ସହ ସମୟ ବିତାଇ ମନ ପ୍ରଫୁଲ୍ଲିତ ରଖିବେ । ଆପଣଙ୍କ ଜୀବନରେ ଥିବା ସମସ୍ଯାର ସମାଧାନ ମାତା ରାଣୀ କରିବାକୁ ଯାଉଛନ୍ତି । ମା’ ଙ୍କ ନାମ ନେଇ ନିଜ କାର୍ଯ୍ୟର ଶୁଭାରମ୍ଭ କରନ୍ତୁ । ଆପଣଙ୍କର ଦଶହରା ଠାରୁ ଶୁଭର ଦିନ ଆରମ୍ଭ ହେବାକୁ ଯାଉଛି ।
କୁମ୍ଭ ରାଶି;-କୁମ୍ଭ ରାଶିର ଲୋକଙ୍କ ଉପରେ ମଧ୍ୟ ମା’ ଦୂର୍ଗାଙ୍କର ଅସୀମ କୃପା ଦ୍ରୁଷ୍ଟି ପଡିଛି । ଆପଣଙ୍କର ଭାଗ୍ୟର ପରିବର୍ତ୍ତନ ହେବା ପାଇଁ ଯାଉଛି । ଚାକିରୀ କରୁଥିବା ଲୋକଙ୍କର ଚାକିରୀ କ୍ଷେତ୍ରରେ ଉନ୍ନତିର ଯୋଗ ରହୁଛି । ଅଚାନକ ଭାବେ ଧନ ପ୍ରାପ୍ତିର ସମ୍ଭାବନା ଅଧିକ ରହୁଛି । ସନ୍ତାନ ସୁଖ ପ୍ରାପ୍ତିର ଶୁଭ ଖବର ଶୁଣିବାକୁ ପାଇପାରିବେ । ବ୍ୟବସାୟୀ ମାନଙ୍କର ଦଶହରା ବଜାରରେ ଭଲ ବ୍ୟବସାୟ ହେବ ।
ବୃଷ ରାଶି;- ଆପଣଙ୍କ ଜୀବନରେ ମା’ ଙ୍କ କୃପାରୁ ଭଲ ସମୟ ଆରମ୍ଭ ହେବାକୁ ଯାଉଛି । ବାକି ରହିଯାଇଥିବା କିଛି ଅଧୁରା କାର୍ଯ୍ୟ ମଧ୍ୟ ଆପଣ ପୁରା କରିବେ । ପରିବାରରେ ଆପଣଙ୍କର ଖୁସି ଖୁସିର ମାହୋଲ ରହିବ । ଆପଣଙ୍କ ଭାଗ୍ୟରେ ଯେଉଁ ପରିବର୍ତ୍ତନ ହେବ, ତାହାର ଶୁଭ ପ୍ରଭାବ ଆପଣକ ଉପରେ ପଡିବ ।
ତୁଳା ରାଶି;- ତୁଳା ରାଶିଙ୍କର ମଧ୍ୟ ଏହି ଦଶହରା ଅବସରରେ ମା’ ଙ୍କ କୃପା ପ୍ରାପ୍ତି ହେବାକୁ ଯାଉଛି । ଆର୍ଥିକ କ୍ଷେତ୍ରରେ ମଧ୍ୟ ଉନ୍ନତି କରିବେ । ନିଜର ପ୍ରତ୍ଯେକଟି କାର୍ଯ୍ୟରେ ସଫଳ ହୋଇବେ । ବେରୋଜଗାରୀ ବ୍ୟକ୍ତିଙ୍କୁ ରୋଜଗାର ମଧ୍ୟ ମିଳିବ ।
ସିଂହ ରାଶି;- ଆପଣଙ୍କ ଉପରେ ମା’ ଦୂର୍ଗାଙ୍କର ଅପାର କୃପା ଦ୍ରୁଷ୍ଟି ଥିବା କାରଣରୁ ଜୀବନରେ ସଫଳତା ହାସିଲ କରିବେ । ଘରର ଅଭାବ ଅନାଟନ ଚାଲିଯିବ । ପରିଶ୍ରମ କରିଥିବା ଫଳର ମୂଲ୍ୟ ଅତି ଶୀଘ୍ର ମିଳିବା ପାଇଁ ଯାଉଛି । ନିଜର ଏକ ସ୍ଵତନ୍ତ୍ର ପରିଚୟ ମଧ୍ୟ ଆଗାମୀ ସମୟ ମଧ୍ୟରେ ସୃଷ୍ଟି କରିପାରିବେ ।