କ୍ରାଇମ

ଭୋପାଳ: ୩ ଦିନରେ ତିନି ଜଣ ରାତ୍ରୀ ଜଗୁଆଳୀଙ୍କୁ ହତ୍ୟା। ମଧ୍ୟପ୍ରଦେଶର ମୋତିନଗରରେ ଏହାକୁ ନେଇ ଚାଞ୍ଚଲ୍ୟ। ହତ୍ୟାକାରୀ ତିନି ଦିନରେ ହତ୍ୟାକାଣ୍ଡରେ ବିଭିନ୍ନ ମାରଣାସ୍ତ୍ର ବ୍ୟବହାର କରିଛି। ପ୍ରଥମ ହତ୍ୟାକାଣ୍ଡରେ ହାତୁଡ଼ି ଓ ଦ୍ୱିତୀୟ ହତ୍ୟାକାଣ୍ଡରେ ପଥର ବ୍ୟବହାର କରିଛି। ହତ୍ୟାକାରୀକୁ ଠାବ କରିବାକୁ ନାକେଦମ୍ ହେଲାଣି ପୁଲିସ। ସନ୍ଦେହରେ କିଛି ଲୋକଙ୍କୁ ଉଠାଇ ପଚରାଉଚୁରା କରୁଥିବା ପୁଲିସ କହିଛି, ଖୁବ୍ ଶୀଘ୍ର ହତ୍ୟାକାରୀ ପାଖରେ ସେମାନେ ପହଞ୍ଚିବେ। ୩ ଦିନରେ ୩ ମର୍ଡର। ଟାର୍ଗେଟରେ ନାଇଟ୍ ଓ୍ୱାଚମ୍ୟାନ୍। ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏହାକୁ ନେଇ ହଇଚଇ। ମୋତିନଗର ଏରିଆରେ ହତ୍ୟାକାରୀ କାହିଁକି ଏଭଳି ବୀଭତ୍ସ ଭାବେ ରାତ୍ରୀ ଜଗୁଆଳୀଙ୍କୁ ଟାର୍ଗେଟ କରି ମାରୁଛି, ତାକୁ ନେଇ ଚାରିଆଡ଼େ କୋକୁଆଭୟ। ପୁଲିସ ବି ଏହାର ସୁରାକ ଖୋଜୁଛି। ହତ୍ୟାକାରୀ ପାଖରେ ପହଞ୍ଚିବାକୁ ରାତି ଦିନ ଏକ୍ କରିଦେଇଛି। ପ୍ରଥମ ହତ୍ୟାକାଣ୍ଡରେ ହାତୁଡ଼ି ବ୍ୟବହାର କରିଛି ହତ୍ୟାକାରୀ। ଦ୍ୱିତୀୟ ହତ୍ୟାକାଣ୍ଡରେ ପଥର ବ୍ୟବହାର କରିଛି। ଆଉ ତୃତୀୟ ହତ୍ୟାକାଣ୍ଡରେ କୋଦାଳ ବ୍ୟବହାର କରିଛି। ହତ୍ୟାକାରୀ ପାଖରେ ପହଞ୍ଚିବାକୁ ପୁଲିସ ବିଭିନ୍ନ ଦିଗକୁ ଦେଖୁଛି। ସନ୍ଦେହରେ କିଛି ଲୋକଙ୍କୁ ଉଠାଇଆଣିଛି ଆଉ ପଚରାଉଚୁରା କରୁଛି। ତେବେ କିଏ ତା ହେଲେ ସିରିଏଲ କିଲର୍। କାହିଁକି ଏମିତି ନାଇଟ ଓ୍ୱାଚମ୍ୟାନଙ୍କୁ ହତ୍ୟା କରିବାକୁ ଟାର୍ଗେଟ କରୁଛି। ସୁରକ୍ଷା କର୍ମୀ ଶୋଇଥିଲା ବେଳେ ସେମାନଙ୍କ ମୁଣ୍ଡକୁ ବୀଭତ୍ସ ଭାବେ ହାତୁଡ଼ି, ପଥର ଓ କୋଦାଳରେ ମର୍ଡର କରୁଛି। ତେବେ ହତ୍ୟାର ଶୀକାର ହୋଇଥିବା ଦ୍ୱିତୀୟ ନାଇଟ ଓ୍ୱାଚମ୍ୟାନର ମୋବାଇଲ ତୃତୀୟ ଓ୍ୱାଚମ୍ୟାନ ପାଖରେ ଠାବ କରାଯାଇଛି। ପ୍ରତି ମାମଲାରେ ହତ୍ୟାକାରୀ ରାତ୍ରୀ ଜଗୁଆଳୀଙ୍କ ଆଖି କେତେବେଳେ ଲାଖିଯିବ, ତାକୁ ଅନାଇ ବସୁଛି। ଆଉ ନିଦରେ ଶୋଇଲା ମାତ୍ରେ ସୁଯୋଗ ଉଣ୍ଡି ସେମାନଙ୍କୁ ମାରିଦେଉଛି। ହତ୍ୟାର ଶୀକାର ହୋଇଥିବା ସୁରକ୍ଷାକର୍ମୀ ହେଲେ ଉତ୍ତମ ରଜାକ, କଲ୍ୟାଣ ଲୋଧି ଓ ଶମ୍ଭୁରାମ ଦୁବେ। ସମସ୍ତଙ୍କ ବୟସ ୫୦ରୁ ୬୦ ବର୍ଷ ଭିତରେ। ଆଉ ଚତୁର୍ଥ ସୁରକ୍ଷାଗାର୍ଡ ହେଉଛନ୍ତି ମଙ୍ଗଲ ଅହିରଓ୍ୱାର। ଯିଏ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ହସ୍ପିଟାଲ ବେଡରେ

ଭୋପାଳ: ୩ ଦିନରେ ତିନି ଜଣ ରାତ୍ରୀ ଜଗୁଆଳୀଙ୍କୁ ହତ୍ୟା। ମଧ୍ୟପ୍ରଦେଶର ମୋତିନଗରରେ ଏହାକୁ ନେଇ ଚାଞ୍ଚଲ୍ୟ। ହତ୍ୟାକାରୀ ତିନି ଦିନରେ ହତ୍ୟାକାଣ୍ଡରେ ବିଭିନ୍ନ ମାରଣାସ୍ତ୍ର ବ୍ୟବହାର କରିଛି। ପ୍ରଥମ ହତ୍ୟାକାଣ୍ଡରେ ହାତୁଡ଼ି ଓ ଦ୍ୱିତୀୟ ହତ୍ୟାକାଣ୍ଡରେ ପଥର ବ୍ୟବହାର କରିଛି। ହତ୍ୟାକାରୀକୁ ଠାବ କରିବାକୁ ନାକେଦମ୍ ହେଲାଣି ପୁଲିସ। ସନ୍ଦେହରେ କିଛି ଲୋକଙ୍କୁ ଉଠାଇ ପଚରାଉଚୁରା କରୁଥିବା ପୁଲିସ କହିଛି, ଖୁବ୍ ଶୀଘ୍ର ହତ୍ୟାକାରୀ ପାଖରେ ସେମାନେ ପହଞ୍ଚିବେ।

୩ ଦିନରେ ୩ ମର୍ଡର। ଟାର୍ଗେଟରେ ନାଇଟ୍ ଓ୍ୱାଚମ୍ୟାନ୍। ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ଏହାକୁ ନେଇ ହଇଚଇ। ମୋତିନଗର ଏରିଆରେ ହତ୍ୟାକାରୀ କାହିଁକି ଏଭଳି ବୀଭତ୍ସ ଭାବେ ରାତ୍ରୀ ଜଗୁଆଳୀଙ୍କୁ ଟାର୍ଗେଟ କରି ମାରୁଛି, ତାକୁ ନେଇ ଚାରିଆଡ଼େ କୋକୁଆଭୟ। ପୁଲିସ ବି ଏହାର ସୁରାକ ଖୋଜୁଛି। ହତ୍ୟାକାରୀ ପାଖରେ ପହଞ୍ଚିବାକୁ ରାତି ଦିନ ଏକ୍ କରିଦେଇଛି। ପ୍ରଥମ ହତ୍ୟାକାଣ୍ଡରେ ହାତୁଡ଼ି ବ୍ୟବହାର କରିଛି ହତ୍ୟାକାରୀ। ଦ୍ୱିତୀୟ ହତ୍ୟାକାଣ୍ଡରେ ପଥର ବ୍ୟବହାର କରିଛି। ଆଉ ତୃତୀୟ ହତ୍ୟାକାଣ୍ଡରେ କୋଦାଳ ବ୍ୟବହାର କରିଛି। ହତ୍ୟାକାରୀ ପାଖରେ ପହଞ୍ଚିବାକୁ ପୁଲିସ ବିଭିନ୍ନ ଦିଗକୁ ଦେଖୁଛି। ସନ୍ଦେହରେ କିଛି ଲୋକଙ୍କୁ ଉଠାଇଆଣିଛି ଆଉ ପଚରାଉଚୁରା କରୁଛି।

ତେବେ କିଏ ତା ହେଲେ ସିରିଏଲ କିଲର୍। କାହିଁକି ଏମିତି ନାଇଟ ଓ୍ୱାଚମ୍ୟାନଙ୍କୁ ହତ୍ୟା କରିବାକୁ ଟାର୍ଗେଟ କରୁଛି। ସୁରକ୍ଷା କର୍ମୀ ଶୋଇଥିଲା ବେଳେ ସେମାନଙ୍କ ମୁଣ୍ଡକୁ ବୀଭତ୍ସ ଭାବେ ହାତୁଡ଼ି, ପଥର ଓ କୋଦାଳରେ ମର୍ଡର କରୁଛି। ତେବେ ହତ୍ୟାର ଶୀକାର ହୋଇଥିବା ଦ୍ୱିତୀୟ ନାଇଟ ଓ୍ୱାଚମ୍ୟାନର ମୋବାଇଲ ତୃତୀୟ ଓ୍ୱାଚମ୍ୟାନ ପାଖରେ ଠାବ କରାଯାଇଛି। ପ୍ରତି ମାମଲାରେ ହତ୍ୟାକାରୀ ରାତ୍ରୀ ଜଗୁଆଳୀଙ୍କ ଆଖି କେତେବେଳେ ଲାଖିଯିବ, ତାକୁ ଅନାଇ ବସୁଛି। ଆଉ ନିଦରେ ଶୋଇଲା ମାତ୍ରେ ସୁଯୋଗ ଉଣ୍ଡି ସେମାନଙ୍କୁ ମାରିଦେଉଛି।

ହତ୍ୟାର ଶୀକାର ହୋଇଥିବା ସୁରକ୍ଷାକର୍ମୀ ହେଲେ ଉତ୍ତମ ରଜାକ, କଲ୍ୟାଣ ଲୋଧି ଓ ଶମ୍ଭୁରାମ ଦୁବେ। ସମସ୍ତଙ୍କ ବୟସ ୫୦ରୁ ୬୦ ବର୍ଷ ଭିତରେ। ଆଉ ଚତୁର୍ଥ ସୁରକ୍ଷାଗାର୍ଡ ହେଉଛନ୍ତି ମଙ୍ଗଲ ଅହିରଓ୍ୱାର। ଯିଏ ଏବେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ହସ୍ପିଟାଲ ବେଡରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button