ଦେଶ ବିଦେଶ

ଅଷ୍ଟ୍ରେଲିଆ: ଦୁର୍ଘଟଣାରେ ପଞ୍ଜାବୀ ସିଙ୍ଗରଙ୍କ ମୃତ୍ୟୁ

ମେଲବର୍ଣ୍ଣ: ଅଷ୍ଟ୍ରେଲିଆରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ପ୍ରଖ୍ୟାତ ପଞ୍ଜାବ କଣ୍ଠଶିଳ୍ପୀ ନୀରବରୀ ସିଂହଙ୍କ ମୃତ୍ୟୁ। ବୁଧବାର ଅପରାହ୍ନ ୩.୩୦ରେ ମେଲବର୍ଣ୍ଣ ନିକଟ ବୁଲ୍ଲା-ଡିଗର୍ସ ରେଷ୍ଟ ରୋଡ ନିକଟରରେ ତାଙ୍କ କାରକୁ ଧକ୍କା ଦେଇଥିଲା ଏକ ଗାଡି। ଦୁର୍ଘଟଣା ଏମିତି ଭୟଙ୍କର ଥିଲା କି ଏଥିରେ ନୀରବରୀଙ୍କ କାରର ପାର୍ଟସ୍ ଛିନ୍ନଛତ୍ର ହୋଇ ଏଣେତେଣେ ପଡିଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସିଙ୍ଗରଙ୍କ କାରକୁ ଧକ୍କା ଦେବା ସହ ଆଉ କିଛି ଗାଡିକୁ ମଧ୍ୟ ଧକ୍କା ଦେଇଥିଲା ସେହି କିଆ କାରଟି।

ଦୁର୍ଘଟଣା ଘଟାଇଥିବା କାରର ୨୩ ବର୍ଷୀୟ ଡ୍ରାଇଭରକୁ ପୁଲିସ ଗିରଫ କରିଛି। ଦ୍ରୁତ ବେଗରେ କାର ଚଳାଇ ଯାଉଥିବା ବେଳେ କାର ଉପରୁ ନିୟନ୍ତ୍ରଣ ହରାଇଥିଲା ଅଭିଯୁକ୍ତ। ଫଳରେ ନୀରବରୀଙ୍କ କାର ସହ ଅନ୍ୟ ଦୁଇଟି ଗାଡିକୁ ଧକ୍କା ଦେଇଥିଲା ଦ୍ରୁତଗାମୀ କାର। ଦୁର୍ଘଟଣାଗ୍ରସ୍ତ ଅନ୍ୟ ଏକ ଜିପରେ ଥିବା ଜଣେ ମହିଳାଙ୍କ ସ୍ଥିତି ଗୁରୁର ରହିଛି।

ନୀରବରୀ ୯ ବର୍ଷ ପୂର୍ବେ ଅଷ୍ଟ୍ରେଲିଆ ଚାଲି ଆସିଥିଲେ। ଅଷ୍ଟ୍ରେଲିଆରେ ତାଙ୍କ ପତ୍ନୀ ଓ ଦୁଇ ସନ୍ତାନ ରହିଛନ୍ତି। ସେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ଥିଲେ ଓ ବହୁ ମୋଟିଭେସନାଲ ଭିଡିଓ ଅପଲୋଡ କରୁଥିଲେ। ତାଙ୍କ ଆକସ୍ମିକ ମୃତ୍ୟୁରେ ତାଙ୍କ ଫ୍ୟାନଙ୍କ ମଧ୍ୟରେ ଖେଳିଯାଇଛି ଦୁଃଖର ଲହରୀ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button