ଜୀବନଶୈଳୀ

ମହିଳା ମାନେ ନିଜ ଜୀବନରେ ସୁଖୀ ରହିବା ପାଇଁ ପରିଧାନ କରନ୍ତୁ ଏହି 5 ଆଭୁଶଣ ! କିଛି ଦିନ ମଧ୍ୟରେ ଜାଣନ୍ତୁ ଏହାର ଅପୂର୍ବ ଫାଇଦା…

ନମସ୍କାର ବନ୍ଧୁଗଣ, ଆମେ ପିନ୍ଧୁଥିବା ସମସ୍ତ ଜିନିଷ ସହ ଗ୍ରହ ନକ୍ଷତ୍ର ମାନଙ୍କର ସଂଯୋଗ ରହିଛି । ତେଣୁ ଆମେ ପିନ୍ଧୁଥିବା ଜିନିଷର ପ୍ରଭାବ ଆମ ଜୀବନ ଉପରେ ମଧ୍ୟ ପଡୁଅଛି । ଯଦି ଆପଣ ଜୀବନରେ ସୁଖୀ ରହିବାର ଆଶା ରଖିଛନ୍ତି ତେବେ ସର୍ବପ୍ରଥମେ ଆପଣ ଜାଣିବା ଦରକାର ଆପଣଙ୍କୁ କଣ ପିନ୍ଧିବା ଉଚିତ ଏବଂ କଣ ପିନ୍ଧିବା ଅନୁଚିତ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଆପଣ କେଉଁ 5ଟି ଜିନିଷ ପିନ୍ଧିବା ଦ୍ଵାରା ଆପଣଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିଯାଇଥାଏ ।

1- ଆପଣ ଚାନ୍ଦି, ସୁନା ଇତ୍ୟାଦି ଯେଉଁ ପ୍ରକାର ବି ଚୁଡି ପିନ୍ଧନ୍ତୁ ନା କାହିଁକି କିନ୍ତୁ ଆପଣଙ୍କ ହାତରେ କାଚ ଚୁଡି ପିନ୍ଧିବା ପାଇଁ ଜମା ବି ଭୁଲନ୍ତୁନି । କିଛି ନହେଲେ ଆପଣ ଗୋଟିଏ କାଚ ଚୁଡି ନିହାତି ଆପଣଙ୍କ ହାତରେ ରଖନ୍ତୁ ଆଉ ବାକି ଆପଣ ଯେତେ ସୁନା ରୂପା ପିନ୍ଧିବା କଥା ପିନ୍ଧନ୍ତୁ ।

2-  ଧ୍ୟାନ ରଖନ୍ତୁ ଆପଣଙ୍କ ବେକରେ କିଛି ନା କିଛି ଅଳଙ୍କାର ରହିବା ଆବଶ୍ୟକ । ମଙ୍ଗଳସୂତ୍ର ହେଉ ବା ହାର କିନ୍ତୁ ବେକ କେବେ ମଧ୍ୟ ଖାଲି ରଖିବେ ନାହିଁ । ଯଦି ଆପଣ କିଛି ପିନ୍ଧି ପାରୁନାହାନ୍ତି ତେବେ ଆପଣଙ୍କ ବେକରେ ସାମାନ୍ୟା ସୂତାଟିଏ ହେଉ ପଛେ ପକାନ୍ତୁ ।

3- ଆପଣ ଯେତେ ଆଧୁନିକ ହୁଅନ୍ତୁ ପଛେ କିନ୍ତୁ ସିନ୍ଦୁର ଲଗାଇବା ଭୁଲନ୍ତୁ ନାହିଁ । କିଛି ନ ହେଲେ ଅଳ୍ପ ସିନ୍ଦୁର ହେଉ ପଛେ ଆପଣଙ୍କ ମଥାରେ ନିହାତି ଲଗାନ୍ତୁ । ସିନ୍ଦୁର ଯେଭଳି ସମସ୍ତଙ୍କୁ ଦେଖାଯିବ ସେହିଭଳି ଭାବରେ ଆପଣ ସିନ୍ଦୁର ଲଗାନ୍ତୁ । କାରଣ ସିନ୍ଦୁର ଯେତେ ଅଧିକ ବାହାରକୁ ଦେଖା ଯିବ ଏବଂ ଚମକିବ ଆପଣଙ୍କ ଭାଗ୍ୟ ମଧ୍ୟ ସେତେ ଅଧିକ ଚମକିବାକୁ ଲାଗିବ ।

4- ଆପଣ ନିଜ ପାଦରେ ନିହାତି ଭାବରେ ପାଉଁଜି ଲଗାନ୍ତୁ । କିଛି ଲୋକଙ୍କ ପାଖରେ ତ ପଇସା ବି ନଥାଏ ବହୁତ ଅଭାବରେ ଥାନ୍ତି ତେବେ ସେମାନେ ବଡ ନହେଲେ ବି ସରୁ ପାଉଁଜିଟିଏ ନିହାତି ଲାଗନ୍ତୁ ନାମକୁ ମାତ୍ର । ଏହାଦ୍ୱାରା ମଧ୍ୟ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ଗୋଡ ମୁଦି ମଧ୍ୟ ଲଗାନ୍ତୁ । ନଚେତ ଆପଣ ଜାଣି ଜାଣି ଆପଣଙ୍କ ଅନର୍ଥ କରୁଛନ୍ତି ବୋଲି ଜାଣିବେ ।

5- ବହୁତ ପୁରୁଷ ଅଛନ୍ତି ଯେଉଁମାନେ ବହୁତ ଅଧିକ କଷ୍ଟ କରିବା ପରେ ମଧ୍ୟ ସଫଳତା ପାଇ ପାରୁନାହାନ୍ତି ସେମାନେ ନିହାତି ଭାବରେ ନିଜ ପତ୍ନୀକୁ ଏକ ଚନ୍ଦିର ପାଉଁଜି ଉପହାର ଦିଅନ୍ତୁ । ଆପଣ ଏହା କରିବା ଦ୍ଵାରା ଆପଣଙ୍କ ଶୁକ୍ର ମଜବୁତ ହୋଇଥାଏ । ତେବେ ଏହି କାର୍ଯ୍ୟ କେବଳ ପୁରୁଷ ମାନେ କରିବା ଦ୍ଵାରା ହିଁ ସୁଫଳ ପାଇପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button