ଦେଶ ବିଦେଶ

ଯୱାନଙ୍କୁ ଫସେଇବାକୁ ପାକ୍ ର ଷଡଯନ୍ତ୍ର

ପାକିସ୍ତାନର ଟାର୍ଗେଟରେ ଭାରତୀୟ ସୁରକ୍ଷା କର୍ମୀ। ଭାରତୀୟ ସୁରକ୍ଷା କର୍ମୀଙ୍କୁ ଫସେଇବା ପାଇଁ ନୂଆ ନୂଆ ପନ୍ଥା ଆପଣାଉଛି ପାକିସ୍ତାନ। ବର୍ତ୍ତମାନ ଏମିତି କିଛି ଚାଲ ଆପଣାଇଛି ପାକ୍। ଯାହାକୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ହଁ, ପାକ୍ କିଛି ମହିଳାଙ୍କ ଜରିଆରେ ହନିଟ୍ରିପରେ ଭାରତୀୟ ଯବାନମାନଙ୍କୁ ଫସେଇବାକୁ ଷଡଯନ୍ତ୍ର କରିଛି। 50 ଜଣ ମହିଳାଙ୍କୁ ନେଇ ଏହି ଟିମ ଗଠନ କରିଛି ପାକ୍।

ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇସିଆଇ ଜରିଆରେ ଭାରତୀୟ ସୁରକ୍ଷା ବଳ କର୍ମଚାରୀଙ୍କୁ ଟାର୍ଗେଟ କରୁଛି। ଏଥିପାଇଁ ଏକ ମହିଳା ବ୍ରିଗେଡ ପ୍ରସ୍ତୁତି କରାଯାଇଛି। ଯେଉଁଥିରେ 50ରୁ ଅଧିକ ମହିଳା ଅଛନ୍ତି। ଭାରତୀୟ ଗୁଇନ୍ଦା ଏଜେନ୍ସି ପକ୍ଷରୁ ଏ ସମ୍ପର୍କରେ ସତର୍କ ସୂଚନା ଜାରି କରାଯାଇଛି। ଭାରତୀୟ ଆର୍ମୀ ଏବଂ ବିଏସଏଫ୍ କର୍ମିମାନଙ୍କୁ ସର୍ତକ ରହିବା ପାଇଁ ଭାରତୀୟ ଗୁଇନ୍ଦା ବିଭାଗ କହିଛନ୍ତି। ଏହାସହ ସୋସିଆଲ ମିଡିଆରେ କୌଣସି ଅଜଣା ଲୋକଙ୍କର ଫ୍ରେଣ୍ଡ ରିକ୍ୱିଏଷ୍ଟେ ଆସ୍ପେକ୍ଟ ନକରିବା ପାଇଁ ସୂଚନା ମଧ୍ୟ ଦେଇଛି ଭାରତୀୟ ଗୁଇନ୍ଦା ବିଭାଗ।

ଏହା ଜାଣିବାକୁ ମିଳିଛି ଯେ, ପାକିସ୍ତାନର ଗୁଇନ୍ଦା ଏଜେନ୍ସି ଆଇଏସଆଇ ଭାରତୀୟ ସେନା ଯବାନଙ୍କୁ ଫାସରେ ପକାଇବା ପାଇଁ ହନିଟ୍ରିପର 10ଟି ମଡ୍ୟୁଲ ପ୍ରସ୍ତୁତ କରିଛି। ଯେଉଁଥିରେ 50ରୁ ଅଧିକ ମହିଳା ଅଛନ୍ତି। ଯେପରି ପ୍ରକାର ଆର୍ମିରେ ଭର୍ତ୍ତି ହେବା ପାଇଁ ତାଲିମ ଦିଆଯାଇଥାଏ। ସେହିପରି ପାକିସ୍ତାନ ମହିଳାମାନଙ୍କୁ ହନିଟ୍ରିପ ପାଇଁ ଟ୍ରେନିଙ୍ଗ ଦେଉଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button