ଓଡିଶା
ମହା ଶିବରାତ୍ରିରେ ଗଣ୍ଡଗୋଳ, ଯାତ୍ରା କଳାକାର ବାପି ପଣ୍ଡାଙ୍କ ଦୁଇ ଭାଇଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ

ବାଲେଶ୍ୱର : ମହା ଶିବରାତ୍ରିରେ ଗଣ୍ଡଗୋଳ । ଯାତ୍ରା କଳାକାର ବାପି ପଣ୍ଡାଙ୍କ ଦୁଇ ଭାଇଙ୍କୁ ମନ୍ଦିର ସାମ୍ନାରେ ଆକ୍ରମଣ କଲେ ଦୁର୍ବୃତ୍ତ । ବାଲେଶ୍ବର ନାଥପାଣି ଛକରେ ଜାଗର ରାତିରେ ହଣାକଟା ହୋଇଛି । ଆକ୍ରମଣର ଶୀକାର ହୋଇଛନ୍ତି ଦୁଇ ଭାଇ ବାପୁ ପଣ୍ଡା ଓ ବାବି ପଣ୍ଡା । ଉଭୟଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ପରେ ବାବି ପଣ୍ଡାଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ କରାଯାଇଥିବା ସନ୍ଦେହ କରାଯାଉଛି । ଆକ୍ରମଣ ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ବାଲେଶ୍ବର ଟାଉନ ଥାନା ପୋଲିସ ଓ ସିଟି ଡିଏସପି ପହଞ୍ଚି ତଦନ୍ତ କରୁଛନ୍ତି ।