କ୍ରାଇମ

ଗିରଫ ହେଲେ ଗଣେଶ ଚତୁର୍ଥୀ ଉତ୍ସବରେ ବୁର୍ଖା ପିନ୍ଧି ନାଚିଥିବା ଯୁବକ – Utkal Mail


ଭେଲ୍ଲୋର୍‌: ଗଣେଶ ଚତୁର୍ଥୀ ଉତ୍ସବରେ ବୁର୍ଖା ପିନ୍ଧି ନାଚିଥିବା କାରଣରୁ ତାମିଲନାଡୁର ଭେଲ୍ଲୋରରେ ଜଣେ ଯୁବକଙ୍କୁ ଗିରଫ କରାଯାଇଥିବା କଥା ପୁଲିସ କହିଛି।

ବ୍ୟକ୍ତିଜଣକ ସେପ୍ଟେମ୍ବର ୨୧ ତାରିଖ ଦିନ ଗଣେଶ ଚତୁର୍ଥୀରେ ନାଚ କରୁଥିବା ବେଳର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା। ଏହି ଘଟଣା ସଂକ୍ରାନ୍ତରେ ଥାନାରେ ଅଭିଯୋଗ ହେବାରୁ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଅଭିଯୋଗକୁ ଆଧାର କରି ପୁଲିସ ଟିମ୍‌ ତଦନ୍ତ ଆରମ୍ଭ କରିବା ପରେ ଭିଡିଓରେ ନୃତ୍ୟ କରୁଥିବା ସେ ଲୋକଟି ବୀରୁତାମପଟ୍ଟୁର ଅରୁଣ କୁମାର ବୋଲି ଜାଣି ପାରିଲେ।

ଦୁଇ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତାର ସୂତ୍ରପାତ ଲାଗି ଉଦ୍ୟମ କରିଥିବା ଅଭିଯୋଗରେ ଅରୁଣ କୁମାରଙ୍କୁ ପୁଲିସ ଗିରଫ କଲା। ଏଥିସହ ପୁଲିସ ସତର୍କ କରାଇ ଦେଇଛି ଯେ, ଧାର୍ମିକ ଭାବାବେଗକୁ ଆଘାତ ଦେବା ଭଳି କୌଣସି ଉଦ୍ୟମ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ତଦନ୍ତ ଚାଲୁ ରଖି ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କୁ ମଧ୍ୟ ପୁଲିସ ଖୋଜୁଛି।




Related Articles

Leave a Reply

Your email address will not be published. Required fields are marked *

Back to top button