ଓଡିଶା
ପ୍ରେମିକାକୁ ଘରକୁ ଡାକି ନିଶା ଦେଇ ଦୁଷ୍କର୍ମ, ଭିଡିଓ ଭାଇରାଲ ଅଭିଯୋଗ

ଭୁବନେଶ୍ବର: ରାଜଧାନୀରେ ପୁଣି ଲଭ୍ ସେକ୍ସ ଓ ଧୋକା ଅଭିଯୋଗ । ଭୁବନେଶ୍ବର ମହିଳା ଥାନାର ଦ୍ବାରସ୍ଥ ହେଲେ ପୀଡ଼ିତା ।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ବିବାହ ବିଷୟରେ କଥା ହେବାକୁ ଅଭିଯୁକ୍ତ ପ୍ରେମିକ ଘରକୁ ଡାକିଥିଲେ । ଭୁବନେଶ୍ବର ୟୁନିଟ -୬ ଅଞ୍ଚଳର ଏକ ଘରକୁ ଡାକି ସେଠାରେ ଥଣ୍ଡା ପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲେ ।
ପରେ ସମ୍ପର୍କ ରଖିବା ସହ ଅନ୍ତରଙ୍ଗ ସମୟର ଭିଡିଓକୁ ଭାଇରାଲ କରିଥିଲେ । ଥାନାରେ ଅଭିଯୋଗ କଲେ ଏସିଡ ଫିଙ୍ଗି ମାରିଦେବାକୁ ଧମକ ଦେଇଥିଲେ ଅଭିଯୁକ୍ତ ପ୍ରେମିକ । ଏ ନେଇ ମହିଳା ଥାନାରେ ଏଭଳି ସଙ୍ଗୀନ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।