ନୀତି

ଚନ୍ଦ୍ରପୃଷ୍ଠରେ ଦେଶକୁ ସଫଳତା: ଚାନ୍ଦ ନାମରେ ଅଛି ବଲିଉଡ୍‌ର ଏହି ସବୁ ଲୋକପ୍ରିୟ ଗୀତ – Utkal Mail


ମୁମ୍ବାଇ: ଚନ୍ଦ୍ରପୃଷ୍ଠ‌ରେ ପହଞ୍ଚିବାକୁ ଜୁଲାଇ ମାସରୁ ଯାତ୍ରା ଆରମ୍ଭ କରିଥିବା ‘ଚନ୍ଦ୍ରଯାନ-୩’ର ବିକ୍ରମ ଲ୍ୟାଣ୍ଡ୍‌ର ଆଜି ସଂଧ୍ୟାରେ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିବ। ଚାନ୍ଦକୁ ନେଇ ଆମ ମନରେ ଅନେକ ଭାବପ୍ରବଣତା ରହିଛି। ସୁନ୍ଦର ମୁହଁକୁ ଚାନ୍ଦ ସହ ତୁଳନା କରିବାରୁ ନେଇ କୁନି ପିଲାଙ୍କୁ ଚନ୍ଦାମାମା ବୋଲି କହି ଚାନ୍ଦର ପରିଚୟ କରାଇଥାଉ। ବଲିଉଡ୍‌ର ସଂପର୍କ ବି ଚାନ୍ଦ ସହ ଖୁବ୍ ଗଭୀର। ଆପଣ ଜାଣନ୍ତି ଯେ ଚାନ୍ଦକୁ ନେଇ ଅନେକ ବଲିଉଡ୍‌ ଗୀତ ରହିଛି।

ଆମୀର ଖାନ୍‌ ଓ କାଜଲଙ୍କ ଅଭୀନିତ ଫିଲ୍ମ ‘ଫନା’ରେ ଥିବା ‘ଚାନ୍ଦ୍‌ ସିଫାରିସ୍‌’ ଗୀତ ଆଜି ବି ଅନେକ ଲୋକଙ୍କର ପ୍ରିୟ ଗୀତ ମଧ୍ୟରୁ ଅନ୍ୟତମ। ଏହି ଗୀତରେ ସେ ଦୁଇ ଜଣଙ୍କ ଅଭିନୟ ଏବଂ ରୋମାନ୍ସ ଦେଖିବା ପରି ହୋଇଛି।

ସେହିପରି ଐଶ୍ବର୍ଯ୍ୟା ରାୟ ଓ ସଲ୍‌ମାନ ଖାନ୍‌ଙ୍କ ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ’‌ ଫିଲ୍ମର ‘ଚାନ୍ଦ ଛୁପା ବାଦଲ୍‌ ମେ’ ଗୀତର ଯାଦୁ ସମସ୍ତଙ୍କୁ ମତୁଆଲା କରିଥାଏ। ଏହି ଗୀତକୁ ଥରେ ଶୁଣିଲେ ବାରମ୍ବାର ଶୁଣିବାର ଇଚ୍ଛା ହୁଏ। ଏଥିରେ ଦୁହିଁଙ୍କ କେମେଷ୍ଟ୍ରି ଏକଦମ ଜବରଦସ୍ତ ଅଛି।

‘ୟେସ୍‌ ବସ୍‌’ ଫିଲ୍ମର କିଙ୍ଗ୍‌ଖାନ୍‌ ଶାହରୁଖ୍‌ଙ୍କୁ ‘ଚାନ୍ଦ୍‌ ତ‌ାରେ ତୋଡ୍‌ ଲାଉଁ’ ଗୀତ ଆପଣ ଶୁଣିଥିବେ ନିଶ୍ଚୟ। ଗୀତଟିରେ ଅଭିନେତାଙ୍କ ମଜାକିଆ ଅନ୍ଦାଜ ସଭିଙ୍କୁ ତ‌ାଙ୍କର ଦିୱାନା ବନାଇଥିଲା।

ସାଉଥ୍‌ ସୁପର୍‌ଷ୍ଟାର୍‌ ନାଗାର୍ଜୁନଙ୍କ ଅଭିନୀତ ‘ଯକ୍ଷ୍ମ’ ସିନେମାର ଗୀତ ‘ଗଲି ମେଁ ଆଜ୍‌ ଚାନ୍ଦ୍‌ ନିକଲା’ ଗୀତ ସବୁ ପ୍ରେମୀଙ୍କ ମନକୁ ଛୁଇଁଥାଏ। ଗୀତଟିର ସଂଗୀତ ସଂଯୋଜନାରୁ ନେଇ ଏହାର ମନଛୁଆଁ ଧାଡ଼ି ଦର୍ଶକଙ୍କ ପ୍ରିୟ ପାଲଟି ପାରିଛି।

‘ପଡ଼ୋସନ୍‌’ ଫିଲ୍ମର ‘ମେରେ ସାମ୍‌ନେ ବାଲି ଖିଡ଼ିକି ମେ ଏକ ଚାନ୍ଦ୍‌ କା ଟୁକଡ଼ା ରେହେତି ହେ’ ଗୀତ ମଧ୍ୟ ଚାନ୍ଦ ଉପରେ ଥିବା ଅନ୍ୟତମ ଲୋକପ୍ରିୟ ଗୀତ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button