ଓଡିଶା

ଭିନ୍ନକ୍ଷମ ବ୍ୟକ୍ତିଙ୍କର ତ୍ରୟମାସିକ ବୈଠକ

ଭଦ୍ରକ୨୮/୮- -ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ମାନୁଆଲ ସାର୍ଟିଫିକେଟ (ହାତଲେଖା ପ୍ରମାଣ ପତ୍ର) ବଦଳରେ ଅନଲାଇନ ସାର୍ଟିଫିକେଟ ବାଧ୍ୟତାମୂଳକ ଅଟେ । ଆସନ୍ତା ସେପ୍ଟେମ୍ବର ମାସ ଠାରୁ ସମସ୍ତ ଭିନ୍ନକ୍ଷମ ବ୍ୟକ୍ତି ଅନଲାଇନ ମାଧ୍ୟମରେ ତାଙ୍କର ସାର୍ଟିଫିକେଟଜନସେବା କେନ୍ଦ୍ର କିମ୍ବା ବ୍ଲକ ସ୍ତରୀୟ ମେଡିକାଲ କ୍ୟାମ୍ପ ଠାରେ ଆବେଦନ କରିଲେ ସାର୍ଟିଫିକେଟ ପାଇପାରିବେ ବୋଲି ଆଜି ଭଣ୍ଡାରିପୋଖରୀ ବ୍ଲକର ବିଷ୍ଣୁପୁର ପଞ୍ଚାୟତଠାରେ ଓଡିଶା ବିକଳାଙ୍ଗ ମଞ୍ଚ, ଭଦ୍ରକ ପକ୍ଷରୁ ଆୟୋଜିତ ସଭାରେ ମତ ପ୍ରକାଶ ପାଇଛି । ସରପଞ୍ଚ ଅମୁଲ୍ୟ କୁମାର ନାୟକ, ଓଡିଶା ବିକଳାଙ୍ଗ ମଞ୍ଚର ରାଜ୍ୟ ସମ୍ପାଦକ ଅକ୍ଷୟ କୁମାର ସାହୁ, ଜିଲ୍ଲା ସଭାପତି ଯଦୁମଣି ଦାସ, ଉପସଭାପତି କରୁଣାକର ସାହୁ,ଭଣ୍ଡାରିପୋଖରୀ ବ୍ଲକ ସଭାପତି ଭାସ୍କର ଜେନା, ଜଳମଣ୍ଡୁଆ ସଂଯୋଜକ ରବୀନ୍ଦ୍ର ବାରିକ, ବିଷ୍ଣୁପୁର ପଞ୍ଚାୟତ ସଂଯୋଜକ ବିମ୍ବାଧର ପ୍ରଧାନ ପ୍ରମୁଖ ଯୋଗଦେଇ ଉପସ୍ଥିତ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ବିଭିନ୍ନ ସୁବିଧା ସମ୍ପର୍କରେ ସୂଚନା ଦେଇଥିଲେ । ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ପାଇଁ ୪୬ ଗୋଟି ସୁବିଧାସୁଯୋଗ ଯୋଗାଇ ଦିଆଯିବ ବୋଲି କହିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button