ଓଡିଶା

ସ୍ଥଳଭାଗ ମୁହାଁ ବାତ୍ୟା ମିଗଜୋମ୍ : ଆଉ କିଛି ଘଣ୍ଟା ମଧ୍ୟରେ ଛୁଇଁବ ଆନ୍ଧ୍ର ଉପକୂଳ – Utkal Mail



ଭୁବନେଶ୍ବର : ଉଗ୍ର ରୂପ ଧାରଣ କରି ସ୍ଥଳଭାଗ ମୁହାଁ ହେଉଛି ଭୀଷଣ ବାତ୍ୟା ମିଗଜୋମ୍ । କିଛି ଘଣ୍ଟା ମଧ୍ୟରେ ଏହା ଆନ୍ଧ୍ର ଉପକୂଳରେ ସ୍ଥଳଭାଗ ଛୁଇଁବ  । ନେଲୋର ଓ ମଚ୍ଛଲିପାଟନମ୍ ମଝି ବାପଟଲାରେ ସ୍ଥଳଭାଗ ଅତିକ୍ରମ କରିବ  । ଏବେ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି ମିଗଜୋମ୍  । ଏହା ଘଣ୍ଟା ପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି । ନେଲୋରରୁ ୨୦ କିମି ଓ ବାପଟଲାରୁ ୧୫୦ କିମି ଦୂରରେ ରହିଛି  । ଏହାର ପ୍ରଭାବରେ ୧୧୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି ।

ସେପଟେ ବାତ୍ୟା ମିଗଜୋମ୍ ପ୍ରଭାବରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ଜାରି ହୋଇଛି । କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଛି । ଜିଲ୍ଲାରେ ୧୧୫.୬ ମିଲିମିଟର ବର୍ଷା ହୋଇଥିବା ସୂଚନା ମିଳିଛି । ନାରାୟଣପାଟଣା ଏବଂ ପଟ୍ଟାଙ୍ଗୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ ହୋଇଛି  ।ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ କାଲି ଗଜପତି ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ପ୍ରାଥମିକ , ଉଚ୍ଚ ପ୍ରାଥମିକ , ହାଇସ୍କୁଲ , ଅଙ୍ଗନାବାଡି କେନ୍ଦ୍ର ଛୁଟି ପାଇଁ ନିର୍ଦ୍ଦେଶ ରହିଛି ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button