ଜୀବନଶୈଳୀ

କୁସ୍ତିବାଜ୍ ଯେତେବେଳେ ବୋଡ଼ିଗାର୍ଡ ହେବାର ଇଚ୍ଛା ଜତାଇଲେ – ଗୁରୁଦେବ ଖୋଲି ଦେଲେ ପୋଲ।

ବାଗେଶ୍ୱର ଧାମର ପିଠାଧିଶ୍ୱର ଧୀରେନ୍ଦ୍ର ଶାସ୍ତ୍ରୀ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ଲକ୍ଷ ଲକ୍ଷ ଲୋକ ତାଙ୍କର ଭକ୍ତ ଅଟନ୍ତି ଏବଂ ତାଙ୍କର ଭିଡିଓ ସବୁ ଦେଖନ୍ତି। ଧୀରେନ୍ଦ୍ର ଶାସ୍ତ୍ରୀ ତାଙ୍କ ଭକ୍ତ ମାନଙ୍କର ମନ କଥା ଖୁବ୍ ଶୀଘ୍ର ଜାଣି ଯାଇଥାନ୍ତି। ତାଙ୍କ ଦରବାରରେ କୌଣସି ଭକ୍ତ ସମସ୍ୟା ନେଇ ଗଲେ ମଧ୍ୟ ନିରାଶାରେ ଫେରନ୍ତି ନାହିଁ। ଧୀରେନ୍ଦ୍ର ଶାସ୍ତ୍ରୀ ତାଙ୍କର ସମସ୍ତ ଭକ୍ତଙ୍କର ସମସ୍ୟା ଦୂର କରିବା ପାଇଁ ପ୍ରୟାସ କରିଥାନ୍ତି।

ସୋସିଆଲ ମିଡିଆରେ ଏହା ଚର୍ଚା ଚାଲିଛି କି ଧୀରେନ୍ଦ୍ର ଶାସ୍ତ୍ରୀ ତାଙ୍କ ଭକ୍ତଙ୍କର ସମସ୍ୟା କାଗଜରେ ଧରି ବସି ପଢନ୍ତି ଓ ସମାଧାନର ମାର୍ଗ କୁହନ୍ତି। ଏହି ମଧ୍ୟରେ ଜଣେ ଭକ୍ତ , ସେ କୁସ୍ତି ଲଢନ୍ତି। ସେ ନିଜ ଚିଠିରେ ଲେଖିଛନ୍ତି କି, ସେ ଧୀରେନ୍ଦ୍ର ଶାସ୍ତ୍ରୀଙ୍କର ବୋଡିଗାର୍ଡ ହେବା ପାଇଁ ଚାହୁଁଛି। ଏହା ଶୁଣି ଧୀରେନ୍ଦ୍ର ଶାସ୍ତ୍ରୀ ମୁଚୁକି ହସିବାକୁ ଲାଗିଲେ।

ସୋସିଆଲ ମିଡିଆରେ ଭାଇରାଳ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି କି, ବାଗେଶ୍ଵର ଧାମର ପଣ୍ଡିତ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଦରବାରରେ ଜଣେ କୁସ୍ତିବାଜଙ୍କ ମନର ଇଛା ପଢା ଗଲା। ତାକୁ ଧୀରେନ୍ଦ୍ର ଶାସ୍ତ୍ରୀ ପଚାରିଲେ କଣ ତୁମେ ଯୋଗ ପ୍ରାଣାୟାମ କର? ତାପରେ ସେହି ବ୍ୟକ୍ତି ମଞ୍ଚ ଉପରକୁ ଯାଇ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ପାଖରେ ବସି ପଡ଼ିଲେ। ସେହି ବ୍ୟକ୍ତି ନିଜର ପ୍ରଥମ ସମସ୍ୟା କହିଲା କି, ତାର ପରିବାରରେ ଦେବତାଙ୍କୁ ମାନନ୍ତି ନାହିଁ। ଦିତୀୟ ସମସ୍ୟା କହିଲା କି, ତାର ବୈବାହିକ ଜୀବନରେ ବାହାର ଲୋକ ମାନେ ଉପଦେଶ ଦେଉଛନ୍ତି।

ତୃତୀୟରେ ସେହି ବ୍ୟକ୍ତି ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ସହିତ ରହିବା ପାଇଁ ଇଛା ପ୍ରକାଶ କଲା। ସେ ଦରବାରରେ ସମସ୍ତଙ୍କୁ କହିଲା ମୁଁ କେବେବି ଧୀରେନ୍ଦ୍ର ଶାସ୍ତ୍ରୀଙ୍କର ସାଥି ଛାଡ଼ିବି ନାହିଁ। ତାପରେ ଧୀରେନ୍ଦ୍ର ଶାସ୍ତ୍ରୀ ସେହି ବ୍ୟକ୍ତିଙ୍କୁ ବୁଝାଇଲେ କି ମୋ ଦରବାରରେ ସମସ୍ତେ ମୋର ଭକ୍ତ। ଏଠାରେ ଆମର ବୋଡ଼ିଗାର୍ଡ଼ ପଦବୀର ଆବଶ୍ୟକତା ନାହିଁ। ତେଣୁ ଆପଣ ନିଶ୍ଚିନ୍ତ ରୁହନ୍ତୁ ଏବଂ ନିଜ ଜୀବନରେ ଖୁସିରେ ରୁହନ୍ତୁ ବୋଲି ଦିରେନ୍ଦ୍ର ଶାସ୍ତ୍ରୀ ସେହି କୁସ୍ତିବାଜଙ୍କୁ କହିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button