ସ୍ୱାସ୍ଥ୍ୟ

କେବଳ ଏହି ଗୋଟିଏ ଜିନିଷ ଲଗାଇ ଦିଅନ୍ତୁ, ଧଳା ବାଳ ସବୁ ଦିନ ପାଇଁ ହେଇଯିବ କଳା- Health Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏକ ଚମତ୍କାରୀ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ମୁଣ୍ଡରେ ଥିବା ଧଳା କେଶ ସମ୍ପୂର୍ଣ୍ଣ ରୂପରେ କଳା ଏବଂ ମଜବୁତ ହୋଇଯିବ।ବନ୍ଧୁଗଣ ଦୁନିଆ ରେ ଥିବା ସମସ୍ତ ବ୍ୟକ୍ତି ଙ୍କୁ ତାଙ୍କ କେଶ ବହୁତ ପ୍ରିୟ ଅଟେ। ଯେଉଁ ବ୍ୟକ୍ତି ର କେଶ ଧଳା ହୋଇଯାଏ ତେବେ ସେ ଚିନ୍ତାଗ୍ରସ୍ତ ହୋଇଯାଏ ଏବଂ ନିଜ କେଶକୁ କଳା କରିବା ନିମନ୍ତେ ବିଭିନ୍ନ ପ୍ରକାର କେମିକାଲ ପ୍ରଡକ୍ଟସ ର ବ୍ୟବହାର କରିଥାଏ ଏବଂ କେଶକୁ କଳା କରିଥାଏ।

ଏପରି କରିବା କେଶରେ ବିଭିନ୍ନ ପ୍ରକାର କ୍ଷତି ହୋଇଥାଏ। କେଶ ଝଡ଼ିବା ଆରମ୍ଭ ହୋଇଯାଏ, କେଶ ଦୁର୍ବଳ ମଧ୍ୟ ହୋଇଯାଏ। ବନ୍ଧୁଗଣ କେଶ ଧଳା ହେବା ଜେନେଟିକ ଅଟେ କିନ୍ତୁ ବର୍ତ୍ତମାନ ସମୟରେ ଏହି ସମସ୍ୟା ଯୁବ ପୀଢ଼ି ଙ୍କ ଠାରେ ମଧ୍ୟ ଦେଖିବାକୁ ମିଳୁଛି। କେଶ କୁ ଡାଏ କରିବା ଦ୍ୱାରା ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ।ଯେଉଁମାନେ ଅଧିକ ଚିନ୍ତାଗ୍ରସ୍ତ ହୋଇଥାନ୍ତି ସେମାନଙ୍କ ମଧ୍ୟରେ ମଧ୍ୟ କେଶ ଝଡ଼ିବା ଭଳି ସମସ୍ୟା ଦେଖା ଯାଇଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ଏକ ପ୍ରାକୃତିକ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ଯାହାର ପ୍ରୟୋଗ ଦ୍ଵାରା ଆପଣଙ୍କ ମୁଣ୍ଡ ରେ ଥିବା ସମସ୍ତ ଧଳା କେଶ ପ୍ରାକୃତିକ ଉପାୟରେ କଳା ହୋଇଯିବ ଏବଂ ଆପଣ ପ୍ରାକୃତିକ କଳା କେଶ ପାଇ ପାରିବେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ।

୧. ବନ୍ଧୁଗଣ ଏହି ଘରୋଇ ଉପଚାର ନିମନ୍ତେ ପ୍ରଥମେ ଯେଉଁ ସାମଗ୍ରୀ ଆବଶ୍ୟକ ତାହା ହେଉଛି, ‘କଳା ଜିରା’। କଳା ଜିରା ରେ ଏଭଳି କିଛି ପୋଷକ ତତ୍ତ୍ୱ ରହିଛି ଯାହା ଆମ କେଶ ପାଇଁ ଅତ୍ୟନ୍ତ ଲାଭକାରୀ ହୋଇଥାଏ ଏବଂ ଆମ ଧଳା କେଶକୁ ଏହା କଳା କରିଥାଏ। ତେବେ ପ୍ରଥମେ ହେମଦସ୍ତା ରେ କିଛି କଳା ଜିରା ନିଅନ୍ତୁ ଏବଂ ତାକୁ ଭଲ ଭାବରେ ଛେଚି ଗୁଣ୍ଡ କରି ଦିଅନ୍ତୁ।

୨. ଏହାପରେ ଯେଉଁ ଦ୍ଵିତୀୟ ସାମଗ୍ରୀ ଆବଶ୍ୟକ ତାହା ହେଉଛି, ‘ଆଲୋଭେରା ଜେଲ’।ଆପଣ ଆଲୋଭେରା ପତ୍ର ରୁ ଏହାର ଜେଲ କୁ ବାହାର କରି ବ୍ୟବହାର କରିପାରିବେ ନଚେତ ମାର୍କେଟ ରେ ମିଳୁଥିବା ଆଲୋଭେରା ଜେଲ କୁ ମଧ୍ୟ ବ୍ୟବହାର କରିପାରିବେ।ଆଲୋଭେରା ଜେଲ ଆମ କେଶ ପାଇଁ ଅତ୍ୟନ୍ତ ଉପଯୋଗୀ ହୋଇଥାଏ।ଏହା ଆମ କେଶକୁ ବିଭିନ୍ନ ପୋଷକ ତତ୍ତ୍ୱ ଯୋଗାଇଥାଏ।ତେବେ ସେହି କଳାଜିରା ଗୁଣ୍ଡ ରେ କିଛି ଆଲୋଭେରା ଜେଲ କୁ ମିଶାଇ ଦିଅନ୍ତୁ ଏବଂ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ।

୩. ଏହାପରେ ଏହି ମିଶ୍ରଣ ରେ ଭିଟାମିନ E କ୍ୟାପ୍ସୁଲ ମିଶାଇ ଦିଅନ୍ତୁ। ଭିଟାମିନ E କ୍ୟାପ୍ସୁଲ ଆମ କେଶକୁ ଘନ ଏବଂ ମଜବୁତ କରିଥାଏ। ତେଣୁ ଏହାର ବ୍ୟବହାର ଦ୍ଵାରା ଆମ କେଶକୁ ବହୁତ ଲାଭ ମିଳିଥାଏ।

୪. ବର୍ତ୍ତମାନ ଏହି ମିଶ୍ରଣ ପ୍ରସ୍ତୁତ ହୋଇଗଲା। ଏହି ମିଶ୍ରଣ କୁ ଆପଣ ରାତିରେ କେଶର ମୂଳରେ ଭଲ ଭାବରେ ମସାଜ କରି ଲଗାଇ ଦିଅନ୍ତୁ। ଏହାପରେ ସକାଳେ ଆପଣ ବ୍ୟବହାର କରୁଥିବା ସାମ୍ପୁ ରେ ଭଲ ଭାବରେ କେଶକୁ ଧୋଇ ଦିଅନ୍ତୁ।ବନ୍ଧୁଗଣ ଏହି ଘରୋଇ ଉପଚାର କୁ ଆପଣ ମାନେ ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ। ଏହାଦ୍ବାରା ଆପଣଙ୍କ କେଶ ପ୍ରାକୃତିକ ଉପାୟ ରେ କଳା ଏବଂ ମଜବୁତ ହୋଇଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button