ଓଡିଶା
ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ. ହତ୍ୟା ସନ୍ଦେହ

ସୁନ୍ଦରଗଡ଼: ସୁନ୍ଦରଗଡ଼ ସଦର ଥାନା ବାଲିଜୋରୀ ଗାଁ ବିଲ ମଝିରେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି। ଏହାକୁ ନେଇ ହତ୍ୟା ସନ୍ଦେହ କରାଯାଉଛି। ମୃତକ ବାଲିଜୋରୀ ଗାଁର ବୀରେନ୍ଦ୍ର ମାଝୀ ବୋଲି ଜଣାପଡ଼ିଛି । ସେ ଗାଁରେ ଟ୍ରାକ୍ଟର ଚଲାଉଥିଲେ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବୀରେନ୍ଦ୍ରଙ୍କର ମୃତ୍ୟୁକୁ ନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।