ଓଡିଶା

ଗଣେଶ ପୂଜା ବିସର୍ଜନବେଳେ ଅଘଟଣ, ବାଣ ଫୁଟି ଜଣେ ମୃତ

ମରକୋଟ: ଗଣେଶ ପୂଜା ବିସର୍ଜନ ବେଳେ ବାଣ ଫୁଟି ଜଣେ ମୃତ ଜଣେ ଆହତ । ଏଭଳି ଦୁଃଖଦ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ସଦର ଶିବାଜୀ ନଗରରେ। ସୂଚନା ଅନୁଯାୟୀ, ରବିବାର ଶିବାଜୀ ନଗର ପୂଜା କମିଟିର ଗଣେଶ ବିସର୍ଜନ ଚାଲିଥିଲା।

ହେଲେ ବିସର୍ଜନ ସମୟରେ କମିଟି ସଦସ୍ୟ ବାଣ ଫୁଟାଉଥିବା ସମୟରେ ହଠାତ ଏକ କୁମ୍ପି ବାଣରୁ ନିଆଁ ଅନ୍ୟତ୍ର ରଖାଯାଇଥିବା ବାଣ ବସ୍ତା ଉପରେ ପଡ଼ିଥିଲା ।

ଯାହା ଫଳରେ ବସ୍ତାରେ ଥିବା ବାଣରେ ମଧ୍ୟ ନିଆଁ ଲାଗି ବିସ୍ପୋରଣ ହେଇଥିଲା।

ଆଉ ଏହି ବିସ୍ପୋରଣରେ ଦୀପକ ହରିଜନ ନାମକ ଯୁବକ ଗୁରୁତର ଆହତ ହୋଇପଡ଼ିଥିଲେ। ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ଡାକ୍ତରଖାନାରେ କିଛି ସମୟ ଚାପ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି। ସୋମବାର ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button