ଦେଶ ବିଦେଶ
ଆନ୍ଧ୍ରପ୍ରଦେଶର ଏସିଣ୍ଟିଆ ଫାର୍ମା କମ୍ପାନିରେ ବିସ୍ଫୋରଣ, ୬ ମୃତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଅଚ୍ୟୁତପୁରମ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍ରେ ଥିବା ଏସିଣ୍ଟିଆ ଫାର୍ମା କମ୍ପାନିରେ ବିସ୍ଫୋରଣ ହୋଇ ୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଅଣକପାଲ୍ଲି ଏସ୍ପି ଦୀପିକା ପାଟିଲ କହିଛନ୍ତି ଯେ ବିସ୍ଫୋରଣ ପରେ ଘଟଣାସ୍ଥଳରୁ ପ୍ରବଳ ଧୂଆଁ ବାହାରୁଛି ଏବଂ ଉଦ୍ଧାର ଅପରେସନ୍ ଜାରି ରହିଛି।
ଏସ୍ପି କହିଛନ୍ତି, ରିଆକ୍ଟର ନିକଟରେ ଏହି ବିସ୍ଫୋରଣ ହୋଇଛି ଏବଂ ବିସ୍ଫୋରଣର କାରଣ ଏଯାବତ ଜଣାପଡ଼ିନି। ଇତିମଧ୍ୟରେ ଆହତମାନଙ୍କୁ ଅଣକପାଲ୍ଲି ଏନ୍ଟିଆର ହସ୍ପିଟାଲ ଏବଂ ଘରୋଇ ହସ୍ପିଟାଲ ନେଇ ଚିକିତ୍ସା କରାଯାଉଛି। ପୁଲିସ ଏବଂ ଅଗ୍ନିନିର୍ବାପକ ଦଳ ସହ ଘଟଣାସ୍ଥଳରେ ଇମର୍ଜେନ୍ସି ଟିମ୍ ମୁତୟନ ହୋଇଛନ୍ତି।