କ୍ରୀଡା

ଅର୍ଥାଭାବ : ଭାରତ-ପାକ ମ୍ୟାଚର ଭିଆଇପି ପାସ୍ ବିକ୍ରି କଲା ପିସିବି

ଲାହୋର: ୨୯ ବର୍ଷ ପରେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛି ପାକିସ୍ତାନ । ୧୯୯୬ରେ ଆଇସିସି ବିଶ୍ୱକପ୍ ପରେ ପାକିସ୍ତାନ ମାଟିରେ ଏହା ପ୍ରଥମ ଟୁର୍ଣ୍ଣାମେଣ୍ଟ ହେବ। ତେବେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବା ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛି ।

ଏହି କାରଣରୁ ପାକିସ୍ତାନ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମୋହସିନ ନକଭି ନିଜର ଭିଆଇପି ଟିକେଟ ବିକ୍ରି କରି ଦର୍ଶକ ଗ୍ୟାଲେରିରୁ ମ୍ୟାଚ ଦେଖିବାକୁ ନିଷ୍ପତ୍ତି ନେଇଛନ୍ତି । ମୋହସିନ ନକଭି ୩୦ ସିଟ୍ ବିଶିଷ୍ଟ ଭିଆଇପି ବକ୍ସ ପାଇଁ ୪ ଲକ୍ଷ ଦିରହାମ୍ (୯.୪ ନିୟୁତ ଟଙ୍କା)ରେ ଟିକେଟ୍ ବିକ୍ରି କରିଦେଇଛନ୍ତି ଓ ଏହି ବିକ୍ରିରୁ ମିଳିଥିବା ଅର୍ଥକୁ ପିସିବିକୁ ଦାନ କରିଦେଇଛନ୍ତି ।

ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ, ନକଭିଙ୍କୁ ଦୁବାଇରେ ନିଜ ପାଇଁ ଏବଂ ତାଙ୍କ ପରିବାର ପାଇଁ ଭିଆଇପି ବକ୍ସ ଟିକେଟ ଅଫର କରାଯାଇଥିଲା, କିନ୍ତୁ ସେ ଏହାକୁ ବିକ୍ରି କରି ସାଧାରଣ ଲୋକଙ୍କ ପରି ଷ୍ଟାଣ୍ଡରୁ ମ୍ୟାଚ୍ ଦେଖିବାକୁ ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ ଯେ ଭାରତୀୟ ଦଳ ଦୁବାଇରେ ନିଜର ସମସ୍ତ ମ୍ୟାଚ୍ ଖେଳିବ। ଫେବ୍ରୁଆରି ୨୩ରେ ଦୁବାଇରେ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ କୁ ନେଇ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ଏହି କାରଣରୁ ଏହି ହାଇଭୋଲଟେଜ୍ ମ୍ୟାଚର ଟିକେଟ୍ ତୁରନ୍ତ ବିକ୍ରି ହୋଇଯାଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button