ଦେଶ ବିଦେଶ

ଭୋକରେ ରହିବେ ପଛେ ମଙ୍ଗଳବାର ଦିନ ଭୁଲରେ ବି ଖାଇବେ ନାହିଁ ଏହି 1 ଜିନିଷ, ଆସିଥାଏ ଭୟଙ୍କର ଦରିଦ୍ରତା

ଶାସ୍ତ୍ର ରେ ପ୍ରତ୍ୟେକ ଦିନ ଏବଂ ପ୍ରତ୍ୟେକ ବାର ର ମହତ୍ତ୍ୱ ରହିଛି । ସପ୍ତାହ ର ପ୍ରତ୍ୟେକ ଦିନର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି । କାରଣ ପ୍ରତ୍ୟେକ ଦିନ କୌଣସି ନା କୌଣସି ଭଗବାନ ଙ୍କ ସହିତ ଜଡ଼ିତ ହୋଇଥାଏ । ତେଣୁ ପ୍ରତ୍ୟେକ ଦିନ ପାଇଁ କିଛି ନା କିଛି ନିୟମ ରହିଥାଏ । ଏହି ନିୟମ ଗୁଡ଼ିକୁ ପାଳନ କରିବା ଦ୍ବାରା ଆମ ଜୀବନରେ ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ସପ୍ତାହ ର ଦ୍ଵିତୀୟ ଦିନ ଅର୍ଥାତ ମଙ୍ଗଳବାର ଦିନ ର ବିଶେଷ ମହତ୍ତ୍ୱ ସମ୍ବନ୍ଧରେ କହିବୁ ।

 

ଏହି ଦିନ କେଉଁ କାର୍ଯ୍ୟ କରିବା ଦ୍ବାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ପ୍ରତିଷ୍ଠା ହେବ ଆଜି ଆମେ ସେହି ସମ୍ବନ୍ଧରେ ଆପଣ ମାନଙ୍କୁ କହିବୁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।  ୧. ଆପଣ ପ୍ରତ୍ୟେକ ମଙ୍ଗଳବାର ଦିନ ପ୍ରଭୁ ହନୁମାନ ଙ୍କ ମନ୍ଦିର ଯାଆନ୍ତୁ ଏବଂ ପ୍ରଭୁ ହନୁମାନ ଙ୍କୁ ଲାଲ ରଙ୍ଗ ର ପୁଷ୍ପ ଅର୍ପଣ କରନ୍ତୁ । ଏହାଦ୍ବାରା ବଜରଙ୍ଗବଲୀ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କୁ ମାନବାଞ୍ଛା ଫଳ ପ୍ରଦାନ କରିବେ ।

ଏହା ସହିତ ମଙ୍ଗଳବାର ଦିନ ହନୁମାନ ଚାଳିସା ଅବଶ୍ୟ ପାଠ କରନ୍ତୁ ଏବଂ ହନୁମାନ ଙ୍କ ମନ୍ତ୍ର ମଧ୍ୟ ଜପ କରନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ ଥିବା ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ର ବିନାଶ ଘଟିବ ଏବଂ ଆପଣଙ୍କ ଜୀବନରେ ଏକ ସକରାତ୍ମକ ଉର୍ଜା ର ସୃଷ୍ଟି ହେବ । ଯେଉଁ ବ୍ୟକ୍ତି କାମ ଦୋଷ ରୁ ବାହାରି ପାରୁନାହିଁ ସେହି ବ୍ୟକ୍ତି ପ୍ରତ୍ୟେକ ମଙ୍ଗଳବାର ନିୟମିତ ଭାବରେ ହନୁମାନ ଙ୍କ ପୂଜା କରନ୍ତୁ । ଏହି ଦୋଷରୁ ଅବଶ୍ୟ ମୁକ୍ତି ମିଳିବ ।

୨.ପ୍ରତ୍ୟେକ ମଙ୍ଗଳବାର ଦିନ ଲାଲ ରଙ୍ଗ ର ପୋଷାକ ଅବଶ୍ୟ ପରିଧାନ କରନ୍ତୁ । ଏହାଦ୍ବାରା ପ୍ରଭୁ ହନୁମାନ ପ୍ରସନ୍ନ ହୋଇଥାନ୍ତି ଏବଂ ଏହା ସହିତ କୌଣସି ବିଶେଷ କାର୍ଯ୍ୟ କରିବା ପୂର୍ବରୁ ନିଜ ପାଖରେ ଲାଲ ରଙ୍ଗର କୌଣସି ବସ୍ତୁ ଅବଶ୍ୟ ରଖନ୍ତୁ । ଏହାଦ୍ବାରା ଆପଣ କାର୍ଯ୍ୟ ରେ ସଫଳତା ହାସଲ କରିବେ ।

୩. ମଙ୍ଗଳବାର ଦିନ ପ୍ରଭୁ ହନୁମାନ ଙ୍କୁ ଗୁଡ଼ ଓ ଚଣା ର ପ୍ରସାଦ ଅଵଶ୍ୟ ଅର୍ପଣ କରନ୍ତୁ ଏବଂ ଯଦି ଆପଣଙ୍କ ମଙ୍ଗଳ ଦୋଷ ରହିଛି ତେବେ ଆପଣ ନିୟମିତ ଭାବରେ ପ୍ରଭୁ ହନୁମାନ ଙ୍କ ପୂଜା ଓ ଉପାସନା କରନ୍ତୁ । ଏହାଦ୍ବାରା ଆପଣଙ୍କ ମଙ୍ଗଳ ଗ୍ରହ ଦୋଷ ର ପ୍ରଭାବ କମିଯିବ ।

୪. କୌଣସି ମଙ୍ଗଳବାର ଦିନ କ୍ଷୀର ରୁ ନିର୍ମିତ ପଦାର୍ଥ ସେବନ କରିବା ଉଚିତ ନୁହେଁ ଅଥବା କ୍ଷୀର କିଣିବା ଉଚିତ ନୁହେଁ । କାରଣ କ୍ଷୀର ଚନ୍ଦ୍ରମା ଗ୍ରହର ପ୍ରତୀକ ଅଟେ ଏବଂ ଚନ୍ଦ୍ରମା ଏବଂ ମଙ୍ଗଳ ଉଭୟ ପରସ୍ପର ବିପରୀତ ଗ୍ରହ ଅଟନ୍ତି । ଏହା ସହିତ ଏହି ଦିନ କୌଣସି ମହିଳା ସାଜ ଶୃଙ୍ଗାର ସାମଗ୍ରୀ କିଣନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ଏହି ଦିନ ମସୁରି ଡାଲି ର ଦାନ ଅବଶ୍ୟ କରନ୍ତୁ । ଏହା ଶୁଭଦାୟକ ହୋଇଥାଏ ।

୫. ସପ୍ତାହ ରେ ଥରେ ମଙ୍ଗଳବାର ଦିନ ଗାଈ କୁ ରୁଟି ଖାଇବାକୁ ଦିଅନ୍ତୁ । ଏହାଦ୍ବାରା ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ସ୍ଥାପନ ହେବ ଏବଂ ଦେବାଦେବୀ ଙ୍କ ଆଶୀର୍ବାଦ ଲାଭ ହେବ । ଏହି ଦିନ କୌଣସି ଲୁହା ନିର୍ମିତ ସାମଗ୍ରୀ କିଣିବା ଉଚିତ ନୁହେଁ । ଏହାଦ୍ବାରା ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ । ତେଣୁ ଆପଣ ଏଥିପ୍ରତି ଅବଶ୍ୟ ଧ୍ୟାନ ଦିଅନ୍ତୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button