କ୍ରାଇମ

ବାର୍‌ରେ ଗୁଳିକାଣ୍ଡ: ସନ୍ଦିଗ୍ଧଙ୍କ ସମେତ ୫ ମୃତ, ୬ ଆହତ: ରିପୋର୍ଟ – Utkal Mail


ନୂଆଦିଲ୍ଲୀ: ବୁଧବାର ରାତିରେ ଆମେରିକାର କାଲିଫର୍ଣ୍ଣିଆ ଅନ୍ତର୍ଗତ ଅରେଞ୍ଜ୍‌ କାଉଣ୍ଟି ଅଞ୍ଚଳରେ ଥିବା ଐତିହାସିକ ‘ବାଇକର୍‌ ବାର୍‌’ରେ ଜଣେ ଅବସରପ୍ରାପ୍ତ ପୁଲିସ ଅଧିକାରୀ ଗୁଳି ଚଳାଇବାରୁ ୫ଜଣଙ୍କର ମୃତ୍ୟୁ ଘଟିଛି ଓ ୬ଜଣ ଆହତ ହୋଇଥିବା କଥା ‘ଡେଲି ମେଲ୍‌ ଅନ୍‌ଲାଇନ୍‌’ ରିପୋର୍ଟ କରିଛି।

ଘଟଣାସ୍ଥଳରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀଙ୍କ ଗୁଳି ଚୋଟରେ ସନ୍ଦିଗ୍ଧଙ୍କର ମୃତ୍ୟୁ ଘଟିଥିବା କଥା ପୁଲିସ କହିଛି।

ଗୁଳି ଚୋଟରେ ଆହତ ହୋଇଥିବା ୬ଜଣ ଲୋକଙ୍କୁ ଚିକିତ୍ସା ନିମନ୍ତେ ତୁରନ୍ତ ପାଖରେ ଥିବା ଏକ ଡାକ୍ତରଖାନାକୁ ନିଆଯାଇଥିଲା। ସନ୍ଦିଗ୍ଧଙ୍କ ‌ସମେତ ସମୁଦାୟ ୧୧ଜଣ ବ୍ୟକ୍ତି ଗୁଳିକାଣ୍ଡର ସରବ୍ୟ ହୋଇଛନ୍ତି। କିନ୍ତୁ, ଏହି ଗୁଳିକାଣ୍ଡରେ କୌଣସି ପୁଲିସ କର୍ମଚାରୀ ଆହତ ହୋଇ ନାହାନ୍ତି।

Represantative Image Courtesy of The New York Times

‘ସିବିଏସ୍‌’ ରିପୋର୍ଟ କରିଛି ଯେ, ଅବସରପ୍ରାପ୍ତ ପୁଲିସ ଅଧିକାରୀ ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଝଗଡ଼ା ହେଉଛି ଏହି ଗୁଳିକାଣ୍ଡର କାରଣ।

‘ଦି ଫେଡେରାଲ୍‌ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେସନ୍‌’ (ଏଫ୍‌ବିଆଇ) ଓ ‘ବ୍ୟୁରୋ ଅଫ୍‌ ଆଲ୍‌କ୍‌ହଲ୍‌, ଟବାକୋ, ଫାୟର୍‌ଆର୍ମସ୍‌ ଆଣ୍ଡ୍‌ ଏକ୍ସପ୍ଲୋସିଭ୍‌ସ୍‌’ (ଏଟିଏଫ୍‌) ଏହି ଘଟଣାର ତଦନ୍ତ କରୁଛି।

‘ଲସ୍‌ ଏଞ୍ଜେଲ୍‌ସ୍‌ ଟାଇମ୍‌ସ୍‌’ ରିପୋର୍ଟ କରିଛି, ସନ୍ଦିଗ୍ଧ ଭେଞ୍ଚୁରା ପୁଲିସ ବିଭାଗରୁ ଅବସର ଗ୍ରହଣ କରିଥିଲେ। ପୂର୍ବତନ ସ୍ତ୍ରୀଙ୍କ ସହିତ ତାଙ୍କର ବିବାଦ ହୋଇଥିଲା। ସେ ତାଙ୍କୁ ହିଁ ‘ଟାର୍ଗେଟ୍‌’ କରୁଥିଲେ। ଜନସାଧାରଣଙ୍କ ଉପରକୁ ଗୁଳି ଚଳାଇବା ପୂର୍ବରୁ ସେ ପୂର୍ବତନ ସ୍ତ୍ରୀଙ୍କୁ ଅନୁସରଣ କରି ସେଠାକୁ ଆସିଥିଲେ କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ।




Related Articles

Leave a Reply

Your email address will not be published. Required fields are marked *

Back to top button