ଦେଶ ବିଦେଶ

AIIMS ମୁଖ୍ୟ ଡକ୍ଟର ରଣଦୀପ ଗୁଲେରିଆ କହିଲେ ଯେ – କରୋନା ଟିକା କେବେ ଭାରତରେ ପହଞ୍ଚିବ ଓ କିପରି ଏହାକୁ ପାଇପାରିବେ ସର୍ବପ୍ରଥମେ

ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଭାଇରସରୁ ଏକ ଲକ୍ଷରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ଏଥିରୁ ଏହି ଜୀବାଣୁ କେତେ ବିପଜ୍ଜନକ ବୋଲି ଆକଳନ କରାଯାଇପାରେ। ଦିନକୁ ଦିନ ବୃଦ୍ଧି ପାଉଥିବା ମାମଲାରେ ଦିଲ୍ଲୀ AIIMS ର ମୁଖ୍ୟ ଡକ୍ଟର ରଣଦୀପ ଗୁଲେରିଆ ସାନ୍ତ୍ୱନା ଦେଲା ଭଳିକା କଥା କହିଛନ୍ତି। ଭାରତରେ କରୋନା ଟିକା ପାଇଁ ଅପେକ୍ଷା ମଧ୍ୟରେ AIIMS ମୁଖ୍ୟ କହିଛନ୍ତି ଯେ ଭାରତରେ କରୋନା ମାହାମାରୀ ଟିକା ନୂତନ ବର୍ଷ ଅର୍ଥାତ୍ 2021 ଆରମ୍ଭରେ ଉପଲବ୍ଧ ହୋଇଯିବ। ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି ଯେ,ଔଷଧ ଆସିବା ପରେ ଏତେ ସଂଖ୍ୟକ ଲୋକଙ୍କୁ ଟୀକା ଯୋଗାଇବା ଏକ ଆହ୍ୱାନପୂର୍ଣ୍ଣ କାର୍ଯ୍ୟ ହେବ। ସେ କହିଛନ୍ତିଯେ ସମସ୍ତଙ୍କ ପାଇଁ ଟୀକାକରଣର ପ୍ରଥମ ମାତ୍ରା ପୂରଣ କରିବା ଜରୁରୀ ନୁହେଁ।

ଇଣ୍ଡିଆ ଟୁଡେ ହେଲ୍ଥଗିରି ପୁରସ୍କାର 2020 କାର୍ଯ୍ୟକ୍ରମରେ ସେ ଏହା କହିଛନ୍ତି। ଡକ୍ଟର ଗୁଲେରିଆ କହିଛନ୍ତି ଯେ କରୋନା ଭାଇରସ ଟିକା ଭାରତରେ କେତେ ଦିନରେ ପହଞ୍ଚିବ ସେ ବିଷୟରେ ସଠିକ୍ ଭାବରେ କହିବା କଷ୍ଟକର ଅଟେ କିନ୍ତୁ ଆଶା କରାଯାଇପାରେଯେ 2021 ମସିହାର ପ୍ରାରମ୍ଭରେ କୋଭିଡ-19 ଟିକା ଉପଲବ୍ଧ ହୋଇଯିବ।

ସେ କହିଛନ୍ତି ଯେ କୌଣସି ଟିକା ପ୍ରସ୍ତୁତ କରିବା ପାଇଁ ଅନେକ ପର୍ଯ୍ୟାୟ ରହିଛି। ସେହିଭଳି କରୋନା ଟିକା ପାଇଁ ବୈଜ୍ଞାନିକମାନେ ସେହି ପଦକ୍ଷେପଗୁଡିକ ଅନୁସରଣ କରୁଛନ୍ତି। ସେ କହିଛନ୍ତି ଯେ ଅନେକ କାରଖାନା ଟିକା ଉତ୍ପାଦନରେ କାର୍ଯ୍ୟ କରନ୍ତି, କିନ୍ତୁ ଯଦି ଏହି ଟିକା ପ୍ରସ୍ତୁତ କରିବାରେ ବିଶ୍ୱର ବିଭିନ୍ନ ସ୍ଥାନରୁ ବୈଜ୍ଞାନିକମାନେ ଯେଉଁଭଳି କାର୍ଯ୍ୟ କରୁଛନ୍ତି ଯଦି ଏହା ସଫଳ ହୁଏ ତେବେ ଟିକା ଶୀଘ୍ର ବଜାରକୁ ଆସିଜିବ।

ଏହି ଟିକା ବିଷୟରେ ଡକ୍ଟର ଗୁଲେରିଆ କହିଛନ୍ତି ଯେ ଟିକା ତିଆରି କରିବା ଯେତେ କଷ୍ଟକର, ସେତେ ଅଧିକ ବଣ୍ଟନ କରିବା ମଧ୍ୟ କଷ୍ଟକର ହେବ। ସେ କହିଛନ୍ତି ଯେ ଏହା ଜରୁରୀ ନୁହେଁ ଯେ ଯେତେବେଳେ ଭାରତରେ ପ୍ରଥମ କରୋନା ଔଷଧ ଆସିବ, ସେତେବେଳେ ଏହା ସମସ୍ତଙ୍କ ପାଇଁ ଉପଲବ୍ଧ ହେବ କାରଣ ଏଠାରେ ବହୁତ ଜନସଂଖ୍ୟା ଅଛି। କେବଳ ପ୍ରାଥମିକତା ଭିତ୍ତିରେ କରୋନା ଟିକା ଦିଆଯିବ ବୋଲି ସେ କହିଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button