ଦେଶ ବିଦେଶ

ଠକ ସୁକେଶ ଚନ୍ଦ୍ରଶେଖର ସହ ସମ୍ପର୍କ: ଅଭିନେତ୍ରୀ ନୋରାଙ୍କୁ ଜେରା

ଅଡୁଆରେ ଅଭିନେତ୍ରୀ ନୋରା ଫତେହି। ଦିଲ୍ଲୀ ପୁଲିସର ଇଓଡବ୍ଲୁ ନୋରାଙ୍କୁ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ୪ଘଣ୍ଟା ଜେରା କରିଛି।

ସୁକେଶ ଚନ୍ଦ୍ର ଶେଖରଙ୍କ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଇଓଡବ୍ଲୁ ଖୋଳତାଡ କରୁଛି। ପୂର୍ବରୁ ସୁକେଶ  ଓ ଅଭିନେତ୍ରୀ ନୋରା ଫତେହିଙ୍କୁ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମୁହାଁମୁହିଁ ଜେରା କରିସାରିଛି। ଏବେ ଦିଲ୍ଲୀ ପୁଲିସ ପୁଣି ଥରେ ନୋରାଙ୍କୁ ଡକାଇ ଜେରା କରିଛି। ନୋରାଙ୍କୁ ପ୍ରାୟ ୫୦ରୁ ଅଧିକ ପ୍ରଶ୍ନ ପୁଲିସ କରିଥିବା ସୂଚନା ମିଳିଛି।

ସୁକେଶ ଠାରୁ ମିଳିଥିବା ଦାମୀ ଗିଫ୍ଟ ଠାରୁ ଆରମ୍ଭ କରି ଉଭୟଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ଓ ସାକ୍ଷାତକାର ପରି ବିଭିନ୍ନ ଦିଗକୁ ନେଇ ଗୁଡେଇ ତୁଡେଇ ନୋରାଙ୍କୁ ପଚାରିଛି ପୁଲିସ।  ଜେରା ବେଳେ ଜ୍ୟାକ୍‌ଲିନ୍‌ଙ୍କ ସହ ତାଙ୍କର କୌଣସି ଲିଙ୍କ ନଥିବା ନୋରା କହିଛନ୍ତି । ନୋରା ପୁଲିସ ସହ ସହଯୋଗ କରିଥିବା କଥା ମଧ୍ୟ ଜଣାପଡିଛି।

୨୦୦ କୋଟି ଠକେଇ ମାମଲରେ ଠକ ସୁକେଶ ଚନ୍ଦ୍ରଶେଖର ଜେଲରେ ବନ୍ଦୀ ରହିଛି। ଏହାକୁ ନେଇ ଇଡି ପୂର୍ବରୁ ସୁକେଶ, ଜାକଲିନ ଓ ନୋରାଙ୍କୁ ପଚରାଉଚରା ସାରିଛି। ଏବେ ଇଓଡବ୍ଲୁ ତାର ଜେରା ଚଳାଇଛି। ଆସନ୍ତା ୧୨ ତାରିଖରେ ଜ୍ୟାକ୍‌ଲିନ୍‌ଙ୍କୁ ପୁଲିସ ପଚରାଉଚରା କରିବା ନେଇ ନୋଟିସ କରିଛି।

ନିକଟରେ ଏହି ମାମଲାକୁ ନେଇ ଇଡି ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏଥିରେ ଜ୍ୟାକ୍‌ଲିନ୍‌ଙ୍କୁ ଇଡି ଅଭିଯୁକ୍ତ ଦର୍ଶାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button