ଜୀବନଶୈଳୀ

ଅମୀର ଖାନଙ୍କ ତୃତୀୟ ବିବାହକୁ ନେଇ : ଝିଅ ଇରା ଖାନ ଖୋଲି ଦେଲେ ଏମିତି ରହସ୍ୟ…

ବଲିଉଡ ପ୍ରଫେକ୍ସନିଷ୍ଟ କିଏ ତାହା ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ସେ ହେଉଛନ୍ତି ବଲିଉଡ ଅଭିନେତା ଅମୀର ଖାନ ଯିଏକି ନିଜ ବ୍ୟକ୍ତିତ୍ୱ , ଫିଲ୍ମ ଏବଂ ବାସ୍ତବ ଜୀବନକୁ ନେଇ ବେଶ ଚର୍ଚ୍ଚାରେ ରହନ୍ତି । ତେବେ ତାଙ୍କ ବାସ୍ତବ ଜୀବନରେ କିଛି ଘଟଣା ରହିଛି ଯେଉଁ କାରଣରୁ ସେ ଗୋଟିଏ ସମୟରେ ଚର୍ଚ୍ଚାର ବିଷୟ ହୋଇଥିଲେ ।

ବର୍ତ୍ତମାନ ସମୟରେ ମଧ୍ୟ ତାଙ୍କ ଛାଡ଼ପତ୍ର କଥା ଶୁଣା ଯାଉଛି । ପୂର୍ବରୁ ତାଙ୍କର ପ୍ରଥମ ପତ୍ନୀ ରୀନା ଙ୍କୁ ଛାଡ଼ପତ୍ର ଦେବା ପରେ ସେ କିରଣ ରାଓ ଙ୍କୁ ବିବାହ କରିଥିଲେ । କିନ୍ତୁ ବର୍ତ୍ତମାନ କିରଣ ଙ୍କ ସହିତ ତାଙ୍କର ଛାଡ଼ପତ୍ର ହେବା କଥା ଶୁଣା ଯାଉଛି । ତେବେ ଅମୀର ଙ୍କ ଝିଅ ଇରା ଙ୍କର ଏକ ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେଉଛି ଯେଉଁଥିରେ ସେ କିଛି ଏପରି ବିବୃତି ପ୍ରକାଶ କରିଛନ୍ତି ଯେଉଁଥିରୁ ଦର୍ଶକ ଙ୍କୁ ଅମୀର ଙ୍କ ତୃତୀୟ ବିବାହ ସମ୍ବନ୍ଧରେ ସନ୍ଦେହ ପ୍ରକାଶ ପାଇଛି । ତେବେ ଇରା କହିଛନ୍ତି ଯେ ଯେତେବେଳେ ତାଙ୍କ ବାପା ନିଜ ଝିଅ ବୟସର ଝିଅ ସହ ବିବାହ କରିବେ ସେତେବେଳେ ସେ ସହି ପାରିବେ ନାହିଁ ।

ତେବେ ତାଙ୍କର ଏହି ଉକ୍ତିରୁ ସମସ୍ତେ ଏହା ଅନୁମାନ କରିଛନ୍ତି ଯେ ହୁଏତ ଅମୀର ଖାନ ତୃତୀୟ ବିବାହ କରିଛନ୍ତି ଏବଂ ତାହା ପୁଣି ନିଜ ଫିଲ୍ମ ଦଙ୍ଗଲ ର କୋଷ୍ଟାର ଫାତିମା ସାନା ଶେଖ ଙ୍କୁ । ଏପଟେ ଆଉ କିଛି ଉକ୍ତି ପ୍ରକାଶ ପାଇଛି ଯେ ପୂର୍ବରୁ ଅମୀର ଏବଂ ଫାତିମା ଙ୍କ ସମ୍ପର୍କ କୁ ନେଇ ଅନେକ କଥା ଶୁଣା ଯାଇଥିଲା । ହୁଏତ ବର୍ତ୍ତମାନ ତାଙ୍କ ବିବାହ ହୋଇ ଯାଇଛି ଏବଂ ଏହି ଘଟଣା କୁ ଗୁପ୍ତ ରଖାଯାଇଛି ।

ଅମୀର ଙ୍କ ୱର୍କଫ୍ରଣ୍ଟ ସମ୍ବନ୍ଧରେ କହିବାକୁ ଗଲେ ସେ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ‘ ଲାଲ ସିଂହ ଚଡ୍ଡା ‘ ପାଇଁ ବ୍ୟସ୍ତ ଅଛନ୍ତି । ଏହି ସମୟରେ ବି ଗତ କିଛି ଦିନ ତଳେ ତାଙ୍କର ଏବଂ ଫାତିମା ଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା ଏବଂ କିଛି ଦିନ ପରେ ଯେତେବେଳେ କିରଣ ରାଓ ଙ୍କ ସହିତ ତାଙ୍କର ଛାଡ଼ପତ୍ର ହେଲା ସେତେବେଳେ ଏହାର କାରଣ ଫାତିମା ବୋଲି ମଧ୍ୟେ ଲୋକେ କହିଥିଲେ ।

କିନ୍ତୁ ସେହି ସମୟରେ ଅମୀର ଏବଂ କିରଣ ଙ୍କ ଉକ୍ତି ଅନୁଯାୟୀ ଦୁହେଁ ପରସ୍ପରିକ ସହମତି ରେ ଅଲଗା ହୋଇଥିବା କହିଥିଲେ ଏବଂ ନିଜ କମ୍ପାନୀ ଏବଂ ପିଲାଙ୍କ ପାଇଁ ସାଥିରେ କାମ କରିବାକୁ ନିଷ୍ପତ୍ତି ନେବା କଥା ମଧ୍ୟ କହିଥିଲେ । ବର୍ତ୍ତମାନ ଅମୀର ଙ୍କ ସମ୍ବନ୍ଧରେ ଏହି ଚର୍ଚ୍ଚା ପ୍ରମାଣ ହୋଇନାହିଁ । ତାହା କେବଳ ଅମୀର ଏବଂ ଫାତିମା ଙ୍କ ଦ୍ଵାରା ହିଁ ସ୍ପଷ୍ଟ ହୋଇ ପାରିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button