ମନୋରଞ୍ଜନ

ଟିଭିର ଏହି ସଂସ୍କାରୀ ବୋହୂମାନେ ନିର୍ବାହ କଲେ ଭିଲିଆନର ରୋଲ, ଶାଶୂ – ନଣନ୍ଦକୁ ଆଙ୍ଗୁଳିରେ ନଚାଇଲେ।

ଶାଶୁ ବୋହୂଙ୍କ ଡ୍ରାମା ଶୋ ଦେଖିବା ଲୋକଙ୍କୁ ଅତ୍ୟନ୍ତ ପସନ୍ଦ ଅଟେ। ସାଧାରଣତଃ ଧାରାବାହିକ ଗୁଡିକରେ ଦେଖା ଯାଇଥାଏ କି ଶାଶୁ ନିଜ ବହୂ ଉପରେ ଅତ୍ୟାଚାର କରିଥାନ୍ତି। ଏହାର ଠିକ୍ ଓଲଟା ଅନେକ ଟିଭି ଧାରାବାହିକ ଏଭଳି ରହିଛି, ଯେଉଁଥିରେ ଶାଶୁଙ୍କୁ ବୋହୂର ନଖରାମି ସହିବାକୁ ପଡୁଛି। ଏହି ଭୟାନକ ଏବଂ ମନ୍ଦ ବୁଦ୍ଧି ଯୋଜନାରୁ ଶାଶୁ ମାଙ୍କ ଜୀବନ ନର୍କ ହୋଇ ଯାଉଛି। ଆମେ ଆପଣଙ୍କୁ ଏହି ପୋଷ୍ଟରେ ଟିଭି ଦୁନିଆରେ ଏଭଳି ଭୟଙ୍କର ଓ ଚାଲାକ ବୋହୂ ମାନଙ୍କ ବିଷୟରେ କହିବାକୁ ଯାଉଛୁ। ଯେଉଁମାନେ ନିଜ ଶ୍ଵଶୁର ଘରେ ଶାଶୂଙ୍କ କିଛି କଥା ଖାତିର କରନ୍ତି ନାହିଁ।

ହୀନା ଖାନ –

Google

ଘରେ ଘରେ ପରିଚିତ କୋମୋଲିକା ନାମରେ ଅଭିନେତ୍ରୀ ହୀନା ଖାନ ଧାରାବାହିକ କାସୌଟି ଜିନ୍ଦେଗି କି ରେ କୋମୋଳିକାର ଉତ୍ତମ ରୋଲ ନିର୍ବାହ କରିଥିଲେ। କୋମୋଲିକା ହିଁ ଅନୁରାଗଙ୍କ ପୁରା ପରିବାରକୁ ନିଜ ଜାଲରେ ଫସାଇ ଥିଲେ ଏବଂ ନିଜ ଆଙ୍ଗୁଳିରେ ନଚାଇଥିଲେ।

ଆମନା ଶରୀଫ –

Google

ହୀନା ଖାନଙ୍କ ପରେ ଏହିଦିନ ଅାମନା ଶରୀଫ କୋମୋଲିକା ରୋଲରେ ରହିଛନ୍ତି। କହି ରଖୁଛୁ କି ଆମନା କେବେ ହୀନା ଖାନଙ୍କ ଅନୁପସ୍ଥିତି ଅନୁଭବ କରିବାକୁ ଦେଇ ନାହାନ୍ତି। ସେ କୋମୋଲିକାର ଦ୍ରୁତ ମସ୍ତିଷ୍କ, ଭୟଙ୍କର , ଉଗ୍ରତା ଚରିତ୍ରକୁ ନିର୍ବାହ କରିଛନ୍ତି। ଏହି କୋମୋଲିକା ନିଜ ଶାଶୁଘରେ ସବୁ ଲୋକଙ୍କ ଜୀବନ ନର୍କ କରି ଦେଇଛି ଖାଲି ଅନୁରାଗକୁ ନିଜର କରିବା ପାଇଁ। ପ୍ରାୟ ସମୟରେ ସେ ଅନେକ ଯୋଜନା କରିଥାନ୍ତି।

ରଶ୍ମି ଦେଶାଇ –

Google

ବିଗ ବସ ର ୧୩ ତମ ସିଜିନରେ ଭାଗ ନେଇ ସଦସ୍ୟ ହୋଇ ସାରିଥିବା ରଶ୍ମି ଦେଶାଇ ନାଗିନ ୪ ରେ ନକାରାତ୍ମକ ରୋଲ ନିର୍ବାହ କରୁଛନ୍ତି। ଏହି ଧାରାବାହିକରେ ରଶ୍ମି ଦେଶାଇ ଶଳାକାର ଭୂମିକାରେ ନଜର ଆସିଛନ୍ତି। ପୂର୍ବରୁ ଶଳାକା ନିଜ ଶାଶୁଘରେ ଅତ୍ୟନ୍ତ ସଚ୍ଚୋଟ ଶାନ୍ତ ବନି ରହୁଥିବ। ଏହାପରେ ଏଭଳି ଯୋଜନା ବନେଇଲା କି ଶଳାକାର ପତିର ପୁରା ପରିବାର ଶେଷ ହୋଇ ଗଲା।

ଆମ୍ରପାଲୀ ଗୁପ୍ତା –

Gogole

ଆମ୍ରପାଲୀ ଗୁପ୍ତ ଧାରାବାହିକ ବହୂ ବେଗମରେ ଜଣେ ଭୟଙ୍କର ଭିଲେନ ଚରିତ୍ରରେ ଅଭିନୟ କରିଥିଲେ। ଏହି ଶୋ ସେ ବୋହୂ ଚରିତ୍ରରେ ନଜର ଆସିଥିଲେ କିନ୍ତୁ ସେ ଶ୍ଵଶୁର ଘରେ ଏଭଳି ଯୋଜନା କଲେ କି ଶ୍ଵଶୁର ଘର ଲୋକଙ୍କର ସ୍ଥିତି ଖରାପ ହୋଇଗଲା।

ଅନୀତା ହସନନ୍ଦାନୀ –

Google

ଅନୀତା ହସନନ୍ଦାନୀ ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରେ ଜଣେ ଅଟନ୍ତି। ଧାରାବାହିକ ୟେ ହେ ମୋହବତେରେ ଅନୀତା ନିଜ ଶ୍ଵଶୁର ଘର ଲୋକଙ୍କୁ ଅଧିକ ହଇରାଣ କରିଥିଲେ। ଏହାଛଡା ଅନୀତା ନାଗିନ ୩ ରେ ବିଶାଖାର ରୋଲ କରି ନିଜ ଶାଶୁ ଏବଂ ପତିଙ୍କ ହତ୍ୟା କରିଥିଲେ।

ଅଦା ଖାନ –

Google

ନାଗିନ ୨ ରେ ଅଦା ଖାନ ଜଣେ ଭୟଙ୍କର ବୋହୂର ଚରିତ୍ର ରେ ଅଭିନୟ କରିଥିଲେ। ଏହି ଧାରାବାହିକରେ ଅଦା କଳା ନାଗୁଣୀ ଭୂମିକା ରେ ଥିଲେ, ଯିଏ ଯାମିନୀର ପୁଅ ସହ ବିବାହ କରି ନେବ। ଏହାପରେ କଳା ନାଗୁଣୀ ନିଜର ଶ୍ଵଶୁର ଘର ଲୋକଙ୍କୁ ଖାସ୍ କରି ନିଜ ଶାଶୁକୁ ଆଙ୍ଗୁଳିରେ ନଚାଇବ।

କାମ୍ୟା ପଞ୍ଜାବୀ –

Google

ଟିଭି ଧାରାବାହିକ ବନୁ ମେ ତେରି ଦୁଲ୍ହନ ରେ କାମ୍ୟା ପଞ୍ଜାବୀ ଜଣେ ମନ୍ଦ ବୁଦ୍ଧି ଏବଂ କପଟୀ ବୋହୂ ରୋଲ କରିଥିଲେ, ଯିଏ ଅତ୍ୟନ୍ତ ଚାଲାକ ଏବଂ ବଦମାସ ଥିଲା। କାମ୍ୟା ପଞ୍ଜାବୀଙ୍କ ସେହି ନକାରାତ୍ମକ ଚରିତ୍ର ଆଜି ମଧ୍ୟ ଲୋକଙ୍କ ମନରେ ଛାପ ହୋଇ ରହିଛି। ଏହା ନୁହେଁ, କାମ୍ୟା ଶକ୍ତି ଅସ୍ତିତ୍ବ କେ ଏହେସାସ କି ଭଳି ଅନ୍ୟ ଧାରାବାହିକରେ ନିଜ ଅଭିନୟର ପ୍ରତିଭା ଦେଖେଇ ସାରିଛନ୍ତି।

ଚାହତ ଖନ୍ନା –

Gogole

ଟିଭିର ଲୋକପ୍ରିୟ ଚାହତ ଖନ୍ନା ମଧ୍ୟ ଅନେକ ଟିଭି ଧାରାବାହିକରେ ନେଗେଟିଭ ରୋଲ କରିଛନ୍ତି। ସିରୀୟଲ ‘ବଡେ ଅଛେ ଲଗତେ ହେଁ ‘ ରେ ଚାହତ ଖନ୍ନାଙ୍କ ଭିଲେନ ରୋଲ ଆଜି ମଧ୍ୟ ଲୋକପ୍ରିୟ ଅଟେ।

ସ୍ମୃତି ଖନ୍ନା –

Google

ମେରୀ ଆସିକି ତୁମସେ ହି ରେ ସ୍ମୃତି ଖନ୍ନାଙ୍କୁ ନେଗେଟିଭ ରୋଲରେ ଦେଖା ଯାଇଥିଲା। ଏହି ଶୋରେ ସ୍ମୃତି ଖନ୍ନା ଜଣେ ସାଇକୋ ଝିଅ ରୋଲରେ ଅବତୀର୍ଣ୍ଣ ହୋଇଥିଲେ, ଯିଏ ନିଜର ପିଲା ପାଇଁ କିଛି ବି କରିପାରେ। ଏହି ରୋଲରେ ସେ ବହୁତ ପ୍ରଶଂସା ପାଇଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button