ଓଡିଶା

ବୋହୂର ମୃତ୍ୟୁ ଖବର ପାଇ ହୃଦଘାତରେ ପ୍ରାଣ ହାରିଲେ ଶାଶୁ

ବଲାଙ୍ଗିର: କେଇ ମିନିଟ୍ ଭିତରେ ଆଗପଛ ହୋଇ ଚାଲିଗଲେ ଶାଶୁ ବୋହୂ । ଆଗ ବୋହୂ ପ୍ରାଣ ହାରିଥିବା ବେଳେ କିଛି ସମୟ ଭିତରେ ଆଖି ବୁଜିଛନ୍ତି ଶାଶୁ । ବଲାଙ୍ଗିର ସହର ଇନ୍ଦ୍ରାନଗରରେ ଘଟିଛି ଏହି ଅଭାବନୀୟ ଘଟଣା । ଯାହା ଖବର ମିଳିଛି ହଠାତ୍ ଘର ଭିତରେ ବୋହୂର ସନ୍ଦେହଜନକ ଅବସ୍ଥାରେ ମୃତଦେହ ଦେଖିବା ପରେ ଶାଶୁଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଯାହାକୁ ସହଜରେ ଗ୍ରହଣ କରିପାରିନଥିଲେ ବୃଦ୍ଧା । ଫଳରେ ଦେଖୁ ଦେଖୁ ସେ ହୃଦଘାତର ଶୀକାର ହୋଇ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ ।

ଯାହା ସୂଚନା ରହିଛି ବଲାଙ୍ଗିର BBMCHରେ ଉଭୟ ଶାଶୁ ବୋହୁଙ୍କ ମୃତଶରୀର ରଖାଯାଇଥିବା ବେଳେ ଘଟଣାର ତଦନ୍ତ କରୁଛି ବଲାଙ୍ଗିର ଟାଉନ ପୋଲିସ୍ । ଉଭୟ ମୃତକ ହେଲେ ବୋହୁ ଆନନ୍ଦିନୀ ସାହୁ ଓ ଶାଶୁ ଜାମ୍ବବତୀ ସାହୁ । ଏପଟେ ଆନନ୍ଦିନୀଙ୍କ ବାପା ଅଭିଯୋଗ କରିଛନ୍ତି ତାଙ୍କ ଝିଅକୁ ହତ୍ୟା କରାଯାଇଛି । ସ୍ୱାମୀ ଓ ଦିଅର ମିଶି ତାଙ୍କ ଝିଅକୁ ମାରି ଦେଇଛନ୍ତି । ଅନେକ ସମୟରେ ତାଙ୍କ ଝିଅକୁ ଟଙ୍କା ଆଣିବାକୁ କହୁଥିଲେ ସ୍ୱାମୀ । ଯାହାଫଳରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଅଶାନ୍ତି ଲାଗିରହୁଥିଲା । ଯାହାକୁ ନେଇ ତାଙ୍କ ଝିଅକୁ ହତ୍ୟା କରିଥିବା ଆନନ୍ଦିନୀଙ୍କ ବାପା କାନ୍ଦି କାନ୍ଦି କ୍ୟାମେରା ସମ୍ମୁଖରେ କହିଛନ୍ତି ।

ଆଉ ଏପଟେ ଆନନ୍ଦିନୀଙ୍କ ସ୍ୱାମୀ କହିଛନ୍ତି ସେ ଘରେ ନଥିବା ସମୟରେ ସ୍ତ୍ରୀ ଜୀବନ ହାରିଥିବାବେଳେ ଏସବୁ ସହ୍ୟ କରିନପାରି ତାଙ୍କ ମାଆଙ୍କର ମଧ୍ୟ ହୃଦଘାତରେ ମୃତ୍ୟୁ ଘଟିଛି । ଘଟଣା ସମୟରେ ଦୁଇ ଭାଇ ଏକ ଭୋଜିରେ ବାହାରକୁ ଯାଇଥିବାବେଳେ, ଘରକୁ ଫେରି ଏ ସବୁ ଅଘଟଣ ଘଟିଥିବା ଜାଣିବାକୁ ପାଇଥିଲେ ବୋଲି ଆନନ୍ଦିନୀ ଙ୍କ ସ୍ୱାମୀ ଗୌରହରୀ ସାହୁ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏପଟେ ଏବେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ୍ l

କିଏ କହୁଛି ସତ କିଏ କହୁତ ମିଛ? ତାହା ତ ପୋଲିସ୍ ର ତଦନ୍ତ ପରେ ହିଁ ସାମ୍ନାକୁ ଆସିବ । ହେଲେ ଗୋଟିଏ ପରିବାରର ଶାଶୁ ବୋହୂଙ୍କ ଏଭଳି ଦୁଃଖଦ ମୃତ୍ୟୁ ଖବର ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ଖେଳାଇ ଦେଇଛି । ଏହି ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରି ଉଚିତ୍ ତଦନ୍ତ କରାଗଲେ ସତ ନିହାତୀ ସାମ୍ନାକୁ ଆସିବ ବୋଲି ସାଧାରଣରରେ ଦାବି ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button