ମନୋରଞ୍ଜନ

କେତେ ଟଙ୍କାର ମାଲିକାଣୀ ନାଗାଙ୍କ ଭାବି ପତ୍ନୀ, ଜାଣନ୍ତୁ…

କ୍ଷିଣ ସୁପରଷ୍ଟାର ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କ ସହ ନିର୍ବନ୍ଧ କରିଛନ୍ତି ସାଉଥ୍ ସୁପରଷ୍ଟାର ତଥା ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ। ସାମନ୍ଥା ରୁଥ୍‌ ପ୍ରଭୁଙ୍କଠାରୁ ଛାଡପତ୍ର ପରେ ନାଗା ଅଭିନେତ୍ରୀ ଶୋଭିତା ଧୁଲିପାଲାଙ୍କୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି।

ନାଗାର୍ଜୁନ ଫଟୋ ଶେୟାର କରି ଏହି ଖୁସିଖବର ପ୍ରଶଂସକଙ୍କୁ ଦେଇଛନ୍ତି।

ତେବେ ଚୈତନ୍ୟଙ୍କ ସହ ନିର୍ବନ୍ଧ କରିବା ପରେ ଏବେ ଶୋଭିତାଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟମ ମୁତାବକ, ନାଗାର୍ଜୁନ ସାଉଥ ଫିଲ୍ମର ସବୁଠୁ ଧନୀ ଅଭିନେତା ହୋଇଥିବା ବେଳେ ମୋଟ ୩,୧୦୦କୋଟିର ମାଲିକ ଅଟନ୍ତି । ନାଗାଙ୍କର ପ୍ରାୟ ୧୫୪ କୋଟି ଟଙ୍କା ସମ୍ପତ୍ତି ଥିବାବେଳେ ଶୋଭିତାଙ୍କ ନିଟ ମୂଲ୍ୟ ୧୦ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ଦୃଷ୍ଟିରୁ ଶୋଭାଙ୍କ ଅପେକ୍ଷା ନାଗା ବହୁତ ଧନୀ।

ଶୋଭିତା ୨୦୧୬ରେ ଅନୁରାଗ କାଶ୍ୟପଙ୍କ ‘ରମଣ ରାଘବ ୨.୦’ ସହିତ ବଲିଉଡ ଜଗତରେ ପ୍ରବେଶ କରିଥିଲେ। କିନ୍ତୁ ଆମାଜନ ପ୍ରାଇମ ଭିଡିଓର ୱେବ ସିରିଜ ‘ମେଡ ଇନ ହିଭେନ୍‌’ରୁ ସେ ଦର୍ଶକଙ୍କଠାରୁ ପ୍ରଶଂସା ସାଉଁଟି ଥିଲେ

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button