ମନୋରଞ୍ଜନ

ଦେଖନ୍ତୁ ଭିଡିଓ: ବିନା ଡ୍ରାଇଭରରେ ହଠାତ ଚାଲିବାକୁ ଲାଗିଲା ରାସ୍ତା ଉପରେ ଛିଡା ହୋଇଥିବା ଗାଡ଼ି…

ଅନେକ ଥର ସିସିଟିଭି କ୍ୟାମେରାରେ କିଛି ଏମିତି ଘଟଣା ବନ୍ଦି ହୋଇ ଯାଇଥାଏ, ଯାହାକୁ ଦେଖିବା ପରେ ଲୋକମାନେ ଚିନ୍ତାରେ ପଡ଼ି ଯାଇଥାନ୍ତି। ବର୍ତମାନ ଏମିତି ହିଁ ଗୋଟିଏ ଭିଡିଓ କ୍ୟାମେରାରେ ବନ୍ଦି ହୋଇଛି, ଯାହା ବାସ୍ତବରେ ଆଶ୍ଚର୍ଯ୍ୟ କରିଦେବା ଭଳି ଅଟେ। ଏହି ଭିଡିଓକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଯଦି ସିସିଟିଭି ନଥାନ୍ତା ତାହେଲେ ଆପଣ କେବେବି ଏହି ଘଟଣାକୁ ଭରସା କରି ପାରିନଥାନ୍ତେ। ହେଲେ, ସିସିଟିଭି ଥିବା କାରଣରୁ ଆପଣଙ୍କୁ ଏହି ଘଟଣା ମାନିବା ପାଇଁ ହିଁ ପଡିବ, କାରଣ କ୍ୟାମେରା କେବେବି ମିଛ କହିନଥାଏ।

ଏହି ଆଶ୍ଚର୍ଯ୍ୟ କରି ଦେବା ଭଳି ଭିଡିଓରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଗୋଟିଏ ରିକ୍ସା ଗାଡ଼ି ଆପେଆପେ ହଠାତ ଚାଲିବା ପାଇଁ ଲାଗିଥାଏ। ସବୁଠାରୁ ଆଶ୍ଚର୍ଯ୍ୟ କରି ଦେବା ଭଳି କଥା ଏହା ଅଟେ କି ସେହି ସମୟରେ ଗାଡ଼ିରେ କୈାଣସି ବି ଡ୍ରାଇଭର ଉପସ୍ଥିତ ନଥିଲେ। ଭିଡିଓ ଦେଖିବା ପରେ ଲୋକମାନଙ୍କର ନିଜ ଆଖି ଉପରେ ଭରସା ହେଉନାହିଁ। ଭିଡ଼ିଓ ଦେଖିବା ପରେ ଲୋକମାନଙ୍କର ଅନିଲ କପୂରଙ୍କ ସିନେମା ‘ମିଷ୍ଟର ଇଣ୍ଡିଆ’ ମନେ ପଡି ଯାଇଛି। ଭିଡିଓ ବହୁ ମାତ୍ରାରେ ଭାଇରାଲ ହେଉଛି।

ଭିଡ଼ିଓରେ ଦେଖା ଯାଉଛି କି ରାସ୍ତା କଡ଼ରେ ଗୋଟିଏ ରିକ୍ସା-ଗାଡ଼ି ଛିଡ଼ା ହୋଇଛି।ଏହା ବ୍ୟତୀତ ଅନେକ କାର ମଧ୍ୟ ରାସ୍ତା କଡ଼ରେ ପାର୍କ କରାଯାଇଛି। ସେହି ସମୟରେ ରାସ୍ତା ଉପରେ ଜଣେ ବ୍ୟକ୍ତି ଅତିକ୍ରମ କରିଥାନ୍ତି। ସେହି ବ୍ୟକ୍ତି ଜଣଙ୍କ ଯେମିତି ହିଁ ରିକ୍ସା ଗାଡ଼ି ପାଖ ଦେଇ ଅତିକ୍ରମ କରିଥାନ୍ତି, ସେମିତି ହିଁ ଗାଡ଼ି ହଠାତ ଷ୍ଟାର୍ଟ ହୋଇ ଯାଇଥାଏ ଏବଂ ଆପେଆପେ ଚାଲିବାକୁ ଲାଗିଥାଏ। ଏହି ଦୃଶ୍ୟକୁ ଦେଖି ବ୍ୟକ୍ତି ଜଣଙ୍କର ହୋଶ ଉଡି ଯାଇଥାଏ। ସେ କିଛି ଚିନ୍ତା କରି ପାରିଥାନ୍ତେ ଏହା ପୂର୍ବରୁ ହିଁ ରିକ୍ସା-ଗାଡ଼ି ଗୋଟିଏ କାର ସହିତ ଧକ୍କା ହୋଇ ଯାଇଥାଏ।

ଦେଖନ୍ତୁ ଭିଡିଓ-

 

ଭିଡ଼ିଓରେ ଆପଣ ଦେଖି ପାରୁଥିବେ କି ବ୍ୟକ୍ତି ଜଣଙ୍କ ରିକ୍ସା ଗାଡ଼ିକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛନ୍ତି, କିନ୍ତୁ ସେ ଏଥିରେ ଅସଫଳ ହୋଇ ଯାଇଥାନ୍ତି। ଭିଡିଓ ଦେଖି ସୋସିଆଲ ମିଡିଆରେ କିଛି ଲୋକ କହୁଛନ୍ତି କି ଲାଗୁଛି ରିକ୍ସା-ଗାଡିରେ କୈାଣସି ଭୂତ ବସି ଯାଇଛି। ଭିଡିଓ ଦେଖି ତ ଅନେକ ଲୋକ ଚିତ୍କାର କରି ଉଠିଛନ୍ତି। ଶେଷରେ ଆପଣ ଦେଖି ପାରୁଥିବେ କି ରିକ୍ସା ଗାଡ଼ି ଗୋଟିଏ କାର ସହିତ ଧକ୍କା ହୋଇ ନିଜେ ନିଜେ ରହି ଯାଇଥାଏ। କିଛି ଲୋକ ମଜାଦାର ଅନ୍ଦାଜରେ କହିଛନ୍ତି କି ଗାଡ଼ି ହୋଲି ସମୟରେ ଭାଙ୍ଗ ପିଇ ଦେଇଛି ଏବଂ ତାକୁ ନିଶା ହୋଇଯାଇଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button